ପୁଣି ବଢିଲା ଆତଙ୍କ ଦେଖନ୍ତୁ ଗଲା ଆଉ ଏକ ଜୀବନ ଚିନ୍ତାରେ ସମସ୍ତେ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ କିଛି ଖବର ଜାଣିପାରିବେ । ଆପଣମାନେ ସମସ୍ତେ କୁମ୍ଭୀର ଆତଙ୍କକୁ ନେଇ ଆସୁଥିବା ଖବର ଜାଣି ପାରୁଥିବେ । କୁମ୍ଭୀର ମାନଙ୍କର ପ୍ରାଦୁର୍ଭାବ ଧୀରେ ଧୀରେ ବଢ଼ିବାକୁ ଲାଗିଲାଣି । କେତେ ଲୋକଙ୍କ ଜୀବନ ନେଇ ଗଲାଣି ଏହି ମଣିଷଖିଆ କୁମ୍ଭୀର । 
ଦୀର୍ଘ ୨ ମାସ ହେଲା କୁମ୍ଭୀର ଆତଙ୍କ ଖେଳାଇଛି । ବିଭିନ୍ନ ନଦୀରେ ଏହି କୁମ୍ଭୀର ବୁଲୁଛନ୍ତି ଆଉ ମଣିଷମାନଙ୍କୁ ଖାଇ ଯାଉଛି । ଲୋକମାନେ ତାଙ୍କ ନିତ୍ୟ କାମ କରିବାକୁ ବି ଭୟ କରୁଛନ୍ତି । ଆପଣମାନେ ସମସ୍ତେ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଏକ ଗାଆଁରେ ଘଟିଥିବା କୁମ୍ଭୀର ଆତଙ୍କ ତ ଦେଖିଥିବେ ।
କୁମ୍ଭୀର ଯେଉଁଭଳି ଭାବରେ ମହିଳା ଜଣଙ୍କୁ ଖିନବିନ କରି ଖାଉଥିଲା ତାହାର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା । ଆଉ ଏବେ ପୁଣି ଦେଖିବାକୁ ମିଳିଛି କୁମ୍ଭୀର ଆତଙ୍କ । 
ନିତ୍ୟ କାମ କରୁଥିବା ଲୋକମାନଙ୍କ ମନରେ ଭରି ରହିଛି ଭୟ । ଲୋକମାନଙ୍କ ଭିତରେ ଏହି କୁମ୍ଭୀରକୁ ନେଇ ଭୟ ଆସି ଯାଉଛି । ପୁଣି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ ଜଣେ ମଇଁଷି ଚଳାଳୀଙ୍କୁ କୁମ୍ଭୀର ନେଇ ଯାଇଥିବା ଖବର ତ ଆପଣମାନେ ଜାଣିଥିବେ ।
ଆଉ ଏହି ଖବର ନିକଟରେ ଆସିଥିଲା । ଏହି ଘଟଣା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ସମସ୍ତେ ଭୟଭୀତ ହୋଇ ଯାଇଛନ୍ତି । ଆଉ ଏବେ ପୁଣି ଏକ ଖବର ଆସିଛି ।ଏହି ଖବର ହେଉଛି ପୁଣି କୁମ୍ଭୀର ଟାଣି ନେଇଛି ଆଉ ଜଣେ ଛୋଟ ପିଲାକୁ । 
ଏହି ପିଲାଟିର ବୟସ ହେଉଛି ୧୦ ବର୍ଷ । ପିଲାଟିର ବାପା ନୂଆ ଗାଡ଼ି କିଣିଥିଲେ । ଗାଡ଼ି ପୂଜା ପାଇଁ ପାଣି ଆଣିବାକୁ ପୁଅକୁ ପଠାଇଥିଲେ । ଆଉ ପୁଅ ପାଣି ଆଣିବାକୁ ଯାଇଥିଲା ଆଉ ସେହି ନଦୀରେ କୁମ୍ଭୀର ଜଗି ବସିଥିଲା ସେକଥା କିଏ ବା ଜାଣିଥିଲା । ଏହି ୧୦ ବର୍ଷର ଛୋଟ ଛୁଆଟିକୁ କୂଳରେ ଜଗି ବସିଥିବା କୁମ୍ଭୀର ଟାଣି ନେଇଥିଲା ।
ଏହାପରେ ଗାଁ ଲୋକ ସେଠାକୁ ଆସିଥିଲେ । ଆଉ ଜାଲ ପକାଇ କୁମ୍ଭୀର ଏବଂ ପିଲାଟିର ଖଣ୍ଡ ବିଖଣ୍ଡିତ ଶରୀରକୁ ଉଦ୍ଧାର କରିଥିଲେ । ଏହି ଘଟଣା ଦେଖିବାକୁ ମିଳିଛି ବିହାର ରାଜ୍ୟର ବିଦୂପୁରରେ । ପିଲାଟିର ପରିବାରକୁ କ୍ଷତି ପୂରଣ ଦେବାକୁ ଦାବି ହୋଇଛି ।