ଆଜ୍ଞା ସେଦିନ ମୋ ପୁଅ ମୁଣ୍ଡ ଉପରେ ଥିଲା ଟ୍ରକ୍ ଚକ୍, ଆମ ପୁଅ ଗୋଟେ ମାତ୍ର ରୋଜଗାରିଆ ପୁଅ ଥିଲା ଆଜ୍ଞା...

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଘରେ ଆସି ପହଞ୍ଚି ଯାଇଛି ପୁଅ ର ମୃ-ତ ଦେହ। ଯେଉଁ ପୁଅ ଦିନେ ଧଉଳୀ ଗଣନାଟ୍ୟ ରେ ବଡ଼ ବଡ଼ ବକ୍ସ ଓ ବଡ଼ ବଡ଼ ଲାଇଟ୍ ବୋହୂ ଥିଲା ଆଜି ସେହି ପୁଅ ର କଟା ଦେହ ଜରି ପାଲ ତଳେ ପଡିଛି।
ଏହାକୁ ମାଆ ଦେଖିବା ପରେ ସଂପୂର୍ଣ୍ଣ ଭାବରେ ଭାଙ୍ଗି ମଧ୍ୟ ପଡିଛି। କାରଣ ଯେଉଁ ପୁଅ କୁ ମାଆ ଗଲା ବେଳେ ମୁଣ୍ଡ କୁ ଆଉଁସି କହିଥିଲା କି ପୁଅ ଶୀଘ୍ର ଚାଲି ଆସିବୁ ଆଉ ଯେଉଁ ପୁଅ କୁ ମାଆ କହିଥିଲା ଧନରେ ଦେଖିକି କାମ କରିବୁ,
ହେଲେ ସେହି ପୁଅ ଗଲା ବେଳେ ଘରୁ ଚାଲି ଚାଲି ଯାଇଥିବା ବେଳେ ଏବେ କିନ୍ତୁ ସେ ଚାରି କାନ୍ଧରେ ହିଁ ଘରକୁ ଆସିଛି। ଆଉ ସେହି ଚାରି କାନ୍ଧରେ ହିଁ ମଶାଣୀ ଚାଲି ଯାଇଛି।
ଗତ ବୁଧବାର ଦିନ ବାଙ୍ଗିରିପୋଷି ଘାଟିରେ ଧଉଳୀ ଗଣନାଟ୍ୟ ର ଯେଉଁ ଟ୍ରକ୍ ଓଲଟି ପଡିଥିଲା ସେଥିରେ ଏହି ଘରର ରୋଜଗାରିଆ ପୁଅ ମାଧବ ମଧ୍ଯ ଥିଲା। ଆଉ ଦୁର୍ଘଟଣା ପରେ ଅନେକ କୁ ସେହି ଭିତରୁ ଉଦ୍ଧାର କରାଯାଇ ହସ୍ପିଟାଲ ପଠା ଯାଇଥିଲା।
ହେଲେ ଯେତେବେଳେ ମାଧବ କୁ ତା ଭିତରୁ ବାହାର କରା ଯାଇଥିଲା ସେତେବେଳେ ମାଧବ ଆଉ ଜୀବିତ ନଥିଲା। ଧଉଳୀ ଗଣନାଟ୍ୟ ର ଟ୍ରକ୍ ଡ୍ରାଇଭର ଏଭଳି ଟ୍ରକ୍ ଚଳାଇ ଥିଲା ମାଧବ ସେଠାରେ ହିଁ ତାର ଜୀବନ ହାରି ଦେଇଥିଲା।
ମାଧବ ଗଲା ପରେ ଆଜି ପୂରା ଗାଁ ମଧ୍ୟ କଇଁ କଇଁ ହୋଇ କାନ୍ଦୁଛି। ଧଉଳୀ ଗଣନାଟ୍ୟ ଯାତ୍ରା ପାର୍ଟି ର ଛଅ ଜଣଙ୍କ ମୃ-ତ୍ୟୁ ହୋଇଥିବା ବେଳେ ପାଖାପାଖି ୧୩ ଜଣ ମଧ୍ୟ ଗୁରୁତର ହୋଇ ଯାଇଥିଲେ।
ଆଉ ଯାତ୍ରା ପାର୍ଟି ର ଯେଉଁ ଛଅ ଜଣ ସଦସ୍ୟ ଗୁରୁତର ହୋଇ ଯାଇଥିଲେ ସେମାନଙ୍କ ମଧ୍ୟରୁ ସୁକିନ୍ଦା ଅଞ୍ଚଳର ଏହି ମାଧବ ମଧ୍ୟ ଥିଲେ। ଏହି ଯୁବକ ଜଣକ ମଧୁବନ ଗ୍ରାମର ଧ୍ରୁବ ପଲେଇ ଙ୍କ ପୁଅ ମାଧବ ପଲେଇ।
ସେ ଦୀର୍ଘ ଛଅ ମାସ ହେବ ଧଉଳୀ ଗଣନାଟ୍ୟ ରେ କାମ କରୁଥିଲେ। ମାଧବ ପରିବାର ଙ୍କ ପରିବାର କହିଲେ ସେ ଓ ତାଙ୍କର ତିନି ଭାଇ , ଭାଉଜ ଏବଂ ତାଙ୍କର ମାଆ ବାପା ଥିଲେ। ପରିବାର ର ସମସ୍ତେ ଜଣେ ଜଣେ ଦିନ ମଜୁରୀଆ ଥିଲେ।