ପ୍ରେମିକା ସହ ପ୍ରେମିକ କରିଦେଲା ଏମିତି କାମ ଦେଖନ୍ତୁ ଦେଖିଲେ ଆଖିରୁ ଆପଣଙ୍କ ଲୁହ ଆସିଯିବ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି। ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି
ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି। ଏବଂ ଇଣ୍ଟରନେଟ ର ବ୍ୟବହାର ବୁଢ଼ା ଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ମାନେ ମଧ୍ୟ କରୁଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି। 
ବନ୍ଧୁଗଣ ମୁମ୍ଵାଇରେ ଓଡିଆ ଯୁବତୀଙ୍କୁ ହତ୍ୟା। ହତ୍ୟାକାରୀ ଆଉ କେହି ନୁହନ୍ତି, ସଂପୃକ୍ତ ଯୁବତୀଙ୍କ ପ୍ରେମିକ। ମୁମ୍ବାଇର କୁର୍ଲା ରେଳ ଷ୍ଟେସନରୁ ଯୁବତୀଙ୍କ ମୃତଦେହ ସୁଟକେଶରୁ ମିଳିଥିଲା।
ମୃତ ଯୁବତୀ ଜଣକ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ଅଞ୍ଚଳର ୨୫ ବର୍ଷ ବୟସ୍କା ପ୍ରତିମା କିସପାଟ୍ଟ। ସୂଚନା ଅନୁସାରେ ମୁମ୍ବାଇରେ ପ୍ରତିମା ଏକ ଆପାର୍ଟମେଣ୍ଟରେ ଘରୋଇ ସହାୟିକା ଭାବେ କାମ କରୁଥିବା ବେଳେ ମନୋଜ ଏକ ମିଠା ଦୋକାନରେ କାମ କରୁଥିଲା। 
କୋଭିଡ ଲକଡାଉନ୍ ପରେ ମୁମ୍ବାଇରୁ ଓଡ଼ିଶା ଫେରିବା ବେଳେ ସେମାନଙ୍କ ଭିତରେ ପରିଚୟ ହୋଇଥିଲା। ଗତ ଜୁଲାଇ ମାସରେ ସେମାନେ ପୁଣି ମୁମ୍ବାଇ ଫେରି ଧରାଭିରେ ରହୁଥିଲେ। ଦୁଇ ବର୍ଷ ଧରି ସେମାନେ ଲିଭ୍-ଇନରେ ରହୁଥିଲେ।
ତେବେ ପ୍ରତିମାଙ୍କର ଅନ୍ୟ କାହା ସହିତ ସମ୍ପର୍କକୁ ସନ୍ଦେହ କରି ଗତ ରବିବାର ଦିନ ଦୁହିଙ୍କ ଭିତରେ ଝଗଡା ହୋଇଥିଲା। ଏହି ସମୟରେ ମନୋଜ ପ୍ରତିମାଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ ବୋଲି ସ୍ବୀକାର କରିଥିବା ମୁମ୍ବାଇ ପୁଲିସ୍ କହିଛି। 
ହତ୍ୟା ପରେ ଅଭିଯୁକ୍ତ ଓସ୍କାର ମନୋଜ ବାରଲା ଫେରାର ହେଉଥିବା ବେଳେ ଠାନେ ରେଲୱେ ଷ୍ଟେସନରୁ ଗିରଫ କରିଥିଲା କୁର୍ଲା ପୁଲିସ । ଗିରଫ ପରେ ତିନି ଦିନ ରିମାଣ୍ଡ ରେ ଆଣି ଅଧିକ ପଚରା ଉଚୁରା କରୁଛି ପୁଲିସ।
ଅଭିଯୁକ୍ତ ମନୋଜ ସୁନ୍ଦରଗଡ଼ ତଳସରା ଥାନା ସାହେବଡେରା ଗାଁର ବୋଲି ଜଣାପଡିଛି। ଯୁବତୀର ମୃତ ଦେହ ଆଣିବାକୁ ଯାଇଚନ୍ତି ପରିବାର ଲୋକେ।