ପୋଲିସ ସାର କହିଲେ କି ପ୍ରେମିକା ବି ଦୋଷୀ, ସେ ହିଁ ମୁଖ୍ୟ ଖିଲାଡ଼ି.... ହେଲେ ପ୍ରକୃତ ଘଟଣା କଣ? ଆପଣ ଜାଣିଲେ ପାଦ ତଳୁ ମାଟି ଖସିଯିବ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୂପାରୀ ଦେଇ ପ୍ରେମିକ କୁ ମାରି ଦେଲା ପ୍ରେମିକା। ଗତ ଜାନୁଆରୀ ୨୬ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା , ସୁବଳୟା ଥାନା ,ସାଲିପଦ ଗାଁ ରେ ଏଭଳି କିଛି ଘଟଣା ଘଟି ଯାଇଛି।
ଏହି ମାମଲାର ପରଦା ଫାର୍ସ କରିଛି ଜିଲ୍ଲା ଆରକ୍ଷୀ ଅଧକ୍ଷକ। ଆଉ ହ-ତ୍ୟା କାରୀ ସହ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ମୂଖ୍ୟ ଅଭିଯୁକ୍ତ ହେଲେ ପ୍ରେମିକା ଦେବଗଡ଼ ଜିଲ୍ଲା ର ଝିଲି ମହାପାତ୍ର।
ଝିଲି ମହାପାତ୍ର ଓ ଡମ୍ବୁରୁ ମଧ୍ୟରେ ପାଞ୍ଚ ବର୍ଷ ହେବ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ହେଲେ ଡ଼ମ୍ବୁରୁ ରାଉରକେଲା ର ଜଣେ ଝିଅକୁ ଭଲ ପାଉଛି ବୋଲି ଏହା ଜାଣିବାକୁ ପାଇଥିଲା ଝିଲି। ଏହାପରେ ଡ଼ମ୍ବୁରୁ କୁ ଜୀବନରୁ ମାରିଦେବା ପାଇଁ ପ୍ଲାନ୍ କରିଥିଲା।
ଏଥିପାଇଁ ସେ ଦୁଇ ଜଣକୁ ସୁପାରୀ ମଧ୍ୟ ଦେଇଥିଲା। ପ୍ରେମିକ କୁ ରାସ୍ତାରୁ ହଟାଇବାକୁ ୪୦ ହଜାର ଟଙ୍କାର ଡିଲ ମଧ୍ୟ କରିଥିଲା। ଫୋନ ପେ ମାଧ୍ୟମରେ ୧୦ ହଜାର ଟଙ୍କା ଦେଇଥିବା ବେଳେ,
ହ-ତ୍ୟା ପରେ ଆଉ ବାକି ଟଙ୍କା ଦେବା ନେଇ ଯୋଜନା ହୋଇଥିଲା। ପୁର୍ବ ଯୋଜନା ମୁତାବକ ଡ଼ମ୍ବୁରୁ ଙ୍କୁ ପାର୍ଟି କରିବା ବାହାନାରେ ଡ଼ାକି ରିତ୍ ଓ ରାଜୀବ ହ-ତ୍ୟା କରିଥିବା ନେଇ ପୋଲିସ ଆଗରେ ସତ ଉଗାଳି ଛନ୍ତି।
ହ-ତ୍ୟା ରେ ବ୍ୟବହୃତ ମାରଣାସ୍ତ୍ର, ସ୍କୁଟି ଓ ଏକ ଭଙ୍ଗା ସିମ୍ କୁ ପୋଲିସ ଜବତ କରିଛି। ଆଜି ହିଁ ଏହି ତିନି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ସୁଚନା ଦେଇଛନ୍ତି ଜିଲା ଆରୋକ୍ଷ ଅଧିକ୍ଷକ।
ଏହି ଘଟଣା ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ପ୍ରେମିକା କିପରି ନିଜ ହାତରେ ନିଜ ପ୍ରେମକୁ ମାରି ପାରିଲା ଏନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏହାକୁ ଖୁବ୍ ବିରୋଧ କରିବାରେ ଲାଗି ପଡ଼ିଛନ୍ତି।
ଆଜିକାଲି ସମାଜରେ ଏଭଳି ଘଟଣା ମଧ୍ୟ ବଢ଼ିବାରେ ଲାଗିଛି। ତେବେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।