ପାରିବାରିକ କଲହରୁ ଲାଗିଲା ସାଙ୍ଘାତିକ ରୂପ ଦେଖନ୍ତୁ ଅଫିସ ଭିତରେ ପଶି ସ୍ତ୍ରୀକୁ ହାଣିଲା ସ୍ଵାମୀ - Exclusive

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆରେ ଅନେକ ପ୍ରକାର ଘଟଣା ଦେଖିବାକୁ ମିଳିଥାଏ। ସେଥିମଧ୍ୟରୁ ହତ୍ୟା ଆତ୍ମହତ୍ୟା, ଦୁଷ୍କର୍ମ, ଚୋରି ଇତ୍ୟାଦି ଘଟଣା ମନା ଦେଖିବାକୁ ପାଇଥାଉ।
ତେବେ ବନ୍ଧୁଗଣ ଭରତପୁର ଥାନା ବରମୁଣ୍ଡା କୃତିବନ୍ଧୁ ଆପାର୍ଟମେଣ୍ଟରେ ସ୍ଵାମୀ ସ୍ତ୍ରୀକୁ ଛୁରୀରେ ଆକ୍ରମଣ କରିଛି। ବରମୁଣ୍ଡା ନିକଟ ଏକ ଅଫିସରେ ଏଭଳି ଘଟଣା ଘଟିଯାଇଛି। ପାରବାରିକ କଳହକୁ ନେଇ ସ୍ତ୍ରୀ ଉପରେ ଆକ୍ରମଣ କରିଛି ସ୍ୱାମୀ। 
ଆଉ ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ଵରରେ। ଘଟଣା ସାରା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସ୍ୱାମୀଙ୍କ ମରଣାନ୍ତକ ଆକ୍ରମଣରେ ମହିଳାଙ୍କ ଅବସ୍ଥା ଗୁରୁତର ହୋଇଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖିଛି। ଘଟଣା ଘଟିଛି ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ। ବସଷ୍ଟାଣ୍ଡ ପଛପାଖରେ ଥିବା କୃତ୍ତିବନ୍ଧୁ ଆପାର୍ଟମେଣ୍ଟର ୨ୟ ମହଲାରେ ଏକ ବିଲଡର ସଂସ୍ଥା ରହିଛି। 
ଏଠାରେ ମଧୁସ୍ମିତା ଦାସ ନାମ୍ନୀ ଜଣେ ମହିଳା କାମ କରନ୍ତି। ଆଜି ମଧ୍ୟାହ୍ନ ପ୍ରାୟ ଗୋଟାଏ ସମୟରେ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ଥିବାବେଳେ ହଠାତ ମଧୁସ୍ମିତାଙ୍କ ସ୍ୱାମୀ ଅଫିସ ଭିତରକୁ ପଶି ଆସି ପତ୍ନୀଙ୍କୁ ଖୋଜିଥିଲେ ।
ତାଙ୍କର ଉଗ୍ରରୂପ ଦେଖି କର୍ମଚାରୀମାନେ ଭୟଭୀତ ହୋଇ ଯାଇଥିଲେ । ମଧୁସ୍ମିତାଙ୍କୁ ଦେଖିବା ପରେ ସାଙ୍ଗରେ ଆଣିଥିବା ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । 
ମଧୁସ୍ମିତା ଜୀବନ ବିକଳରେ ଦୌଡି ପଳାଇବାକୁ ଚାହୁଁଥିଲେ ହେଁ ଆକ୍ରମଣରୁ ରକ୍ଷା ପାଇପାରି ନ ଥିଲେ । ଅଫିସ ସାରା ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ । ଅନ୍ୟ କର୍ମଚାରୀମାନେ ବହୁ କଷ୍ଟରେ ତାଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ।
ସେପଟେ ମଧୁସ୍ମିତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର ଅବସ୍ଥା ଉଦବେଗଜନକ ଅଛି। ତେବେ କାହିଁକି ସେ ଏପରି ଆକ୍ରମଣ କଲେ ତାର କାରଣ କିଛି ଜଣା ପଡି ନାହିଁ।