ପାଣ୍ଡିଆନଙ୍କ ସଭାରେ ଟଙ୍କା ଲିଙ୍କ ଦେଖନ୍ତୁ ସୋସିଆଲ ମିଡିଆରେ ଭିଡିଓ ହେଲା VIRAl

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହେଉଥିବା ଅନେକ ଭିଡିଓ ଗୁଡିକ ସମ୍ପର୍କରେ ଆପଣ ମାନେ ନିଶ୍ଚିତ ଭାବରେ ଦେଖିଥିବେ। ତେବେ ଆପଣ ମାନେ ଜାଣିଥିବେ କି ବିଜେଡ଼ିର 5T ସଚିବ ଭିକେ ପାଣ୍ଡିୟାନ ଏବେ କିଛିଦିନ ହେବ ମଧ୍ୟ ଖୁବ୍ ଚର୍ଚ୍ଚାରେ ରହୁଛନ୍ତି।
ତେବେ ବନ୍ଧୁଗଣ ବର୍ତ୍ତମାନ ଦେଖିବାକୁ ମିଳିଛି ଯାହାକି ଲୋକଙ୍କୁ ଟଙ୍କା ଦେଇ ବୁହାଯାଉଛି ପାଣ୍ଡିଆନଙ୍କ କାର୍ଯ୍ୟକ୍ରମକୁ। ଯିଏ ଲୋକଙ୍କୁ ଆଣୁଛନ୍ତି ସେମାନଙ୍କ ମଧ୍ୟରୁ କାହାକୁ ୪ ହଜାର ଟଙ୍କା ତ ଆଉ କାହାକୁ ଖାଇବା ପିଇବା ଦେଇ ଅଣାଯାଉଛି। 
ଏଭଳି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲାରୁ। ବନ୍ଧୁଗଣ ଅଭିଯୋଗ ସହିତ ଏଭଳି କିଛି ଭିଡ଼ିଓ ମଧ୍ୟ ଭାଇରାଲ୍ ହେଉଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି କୋରାପୁଟ ଜିଲ୍ଲା ଗସ୍ତରେ ଯାଇଥିଲେ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ।
ତେବେ ଜୟପୁର ସହର ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ୧୦ଟି ନିର୍ବାଚନ ମଣ୍ଡଳୀ ପାଇଁ କାର୍ଯ୍ୟକ୍ରମ ହୋଇଥିଲା। ସେଠାରେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ସରିବା ପରେ ଦଳୀୟ କର୍ମୀଙ୍କୁ ବଣ୍ଟାଯାଇଥିଲା ଟଙ୍କା। 
ଲୋକ ଆଣିଥିବା ବ୍ୟକ୍ତିଙ୍କୁ ଜଣ ପିଛା ଖାଇବା ପିଇବା ଦେଇ ୪ ହଜାର ଟଙ୍କା ଦିଆଯାଇଥିବା ଜଣେ ବ୍ୟକ୍ତି ନିଜେ କହିଛନ୍ତି। କେବଳ ଏତିକି ନୁହେଁ, ପଟାଙ୍ଗି ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅନନ୍ତରାମ ମାଟାମ ମଧ୍ୟ କାହାକୁ କେତେ ଦିଆଯିବ,
କାର ଭିତରେ ବସି ଖାତା କଲମ ଧରି ହିସାବ ଲେଖୁଛନ୍ତି। ବିଜେଡି ନେତା ତଥା ପୋଟାଙ୍ଗି ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଶ୍ରୀନିବାସ ବାଲା ରାୟଙ୍କ ଉପସ୍ଥିତିରେ ଚାଲିଛି ଏଭଳି କାର୍ଯ୍ୟକ୍ରମ। 
ଯାହାକୁ ନେଇ ଆଜି ସମାଲୋଚନା କରିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ଏହା ସରକାରୀ ଟଙ୍କାରେ ଦଳୀୟ ପ୍ରଚାର। କଂଗ୍ରେସର ଏଭଳି ସମାଲୋଚନାକୁ ଖଣ୍ଡନ କରିଛି ବିଜେଡି।
ଏହି କାର୍ଯ୍ୟକ୍ରମରେ ପାଣ୍ଡିଆନ କୋରାପୁଟ ଓ ମାଲକାନଗିରି ପାଇଁ ବିଭିନ୍ନ ଯୋଜନା ବାବଦରେ କହିବା ସହ ବିଭିନ୍ନ ମଠ ମନ୍ଦିରର ଉନ୍ନତି ପାଇଁ ଟଙ୍କା ମଞ୍ଜୁର ହୋଇଥିବା କହିଥିଲେ।