ହେ ଭଗବାନ୍, ନିଉଜ ରୁମ୍ ଭିତରେ ବି ଅଂଶୁଘାତ !ଖବର ପଢ଼ୁ ପଢୁ ଏମିତି ହେଇଗଲେ ନ୍ୟୁଜ ଆଙ୍କର

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସମ୍ବାଦ ପରିବେଷଣ କରିବା ବେଳେ ଆପେ ଆପେ ମୂର୍ଚ୍ଛା ହୋଇ ଯାଇଥିଲେ ଆଙ୍କର। ସେ ହେଉଛନ୍ତି ଡିଡି ବାଂଲା ର ଆଙ୍କର ଲୋପାମୁଦ୍ରା ସିହ୍ନା।
ଏବେ ତାଙ୍କର ଏଭଳି ମୂର୍ଚ୍ଛା ହୋଇଯିବା ଘଟଣା ଖୁବ ଚର୍ଚ୍ଚାର ବିଷୟ ପାଲଟିଛି। ଗତ ୧୮ ତାରିଖରେ ୮:୩୦ ସମୟରେ ସେ ନିଉଜ ପଢ଼ିବା ସମୟରେ ଏଭଳି ଘଟଣା ଘଟି ଯାଇଥିଲା। ଅତ୍ୟଧିକ ଗୁଳୁଗୁଳି ସହ ଗରମ ଯୋଗୁଁ ଲୋପା ମୁଦ୍ରା ଙ୍କ ରକ୍ତଚାପ ବଢ଼ି ଗଲା।
ଏହି ଘଟଣା ଘଟିବା ପରେ ସହଯୋଗୀ ମାନେ ଲୋପାମୁଦ୍ରା ଙ୍କ ମୁହଁ ରେ ପାଣି ଦେବା ସହ ତାଙ୍କୁ ଆନୁ ସଙ୍ଗିକ ଭାବରେ ଚିକିତ୍ସା ମଧ୍ୟ ଯୋଗାଇ ଦେଇଥିଲେ। ଫେସବୁକ୍ ରେ ଏକ ପୋଷ୍ଟ କରି ସେ ଜଣାଇ ଥିଲେ କି ତାଙ୍କର ରକ୍ତଚାପ କମି ଯିବାରୁ
ତାଙ୍କ ସହ ଏଭଳି ହେଲା ବୋଲି। ନିଉଜ ପଢ଼ିବା ପୂର୍ବରୁ ସେ ଅସୁସ୍ଥ ଅନୁଭବ କରିଥିଲେ। ଏହାପରେ ମଧ୍ୟ ସେ ନିଉଜ ପଢିବାକୁ ଯାଇଥିଲେ। ଏହାପରେ ସେ ଗୋଟେ ଗ୍ଲାସ ପାଣି ପିଇ ସେ ନିଉଜ ପଢିବାକୁ ଯାଇଥିଲେ।
କାରଣ ସେ ଭାବିଥିଲେ କି ପାଣି ପିଇ ଦେଲେ ସବୁକିଛି ଠିକ୍ ହୋଇ ଯିବ ବୋଲି। ହେଲେ ନିଉଜ ପ୍ରସାରଣ ର ସମୟ ଏମିତି ଥିଲା କି ମଝିରେ ତାଙ୍କୁ ଆଉ ପାଣି ପିଇବା ର ମଧ୍ୟ ସୁଯୋଗ ମିଳି ନଥିଲା।
ଫଳରେ ସମୟ ଗଡି ଚାଲିଲା ସହ ସେ ଅଧିକ ଅସୁସ୍ଥ ଅନୁଭବ ମଧ୍ୟ କରୁଥିଲେ। ଆଉ ଯେତେବେଳେ ସେ ଗ୍ରୀଷ୍ମ ପ୍ରବାହ ସମ୍ପର୍କରେ ଖବର ପ୍ରସାରଣ କରୁଥିଲେ ସେତେବେଳେ ତାଙ୍କର ଆଖି ବନ୍ଦ ହୋଇ ଯାଉଥିବା ସେ ଅନୁଭବ କରିଥିଲେ।
ପରେ ପରେ ପ୍ରମ୍ପ୍ଟର ତାଙ୍କ ଠାରୁ ଦୂରେଇ ଯାଉଥିବା ମଧ୍ୟ ସେ ଏହା ଅନୁଭବ କରୁଥିଲେ। ଏହାପରେ ସେ ନିଜର ଚେତା ହରାଇ ଥିଲେ। ଏହି ଘଟଣା ପରେ ନିଉଜ ଆଙ୍କର ଲୋପାମୁଦ୍ରା ସିହ୍ନା ଙ୍କ ଖୁବ ଶୀଘ୍ର ସୁସ୍ଥ
ହୋଇଯିବା ନେଇ ସମସ୍ତେ ତାଙ୍କର ଆରୋଗ୍ୟ କାମନା ମଧ୍ୟ କରିଛନ୍ତି। ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।