କଣ ଓଡ଼ିଶା ବାସି ଙ୍କ ସହ ମନୋଜ ଖେଳୁଛନ୍ତି ମାଇଣ୍ଡ ଗେମ୍?? ଆଗରୁ ଓଡ଼ିଆ ଚଳଚ୍ଚିତ୍ର କହି ଚିଲ୍ଲଉଥିଲେ, ଏବେ କଣ ସମ୍ବଲପୁରୀ ହେଇ ଚିଲ୍ଲେଇଲେଣି!! ଉଦ୍ଦେଶ୍ୟ କଣ??

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଗତ କିଛିଦିନ ହେବ ମନୋଜ୍ ମିଶ୍ର ଓଲିଉଡ଼ କୁ ନେଇ ଖୁବ୍ ଚର୍ଚ୍ଚା ରେ ରହିଛନ୍ତି। ଏବେ ଓଲିଉଡ଼ ରେ ଓ ସୋସିଆଲ ମିଡିଆରେ ତାଙ୍କ ସମ୍ପର୍କରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।
ହେଲେ ଏବେ ମନୋଜ୍ ମିଶ୍ର ଏଭଳି କିଛି କରିଛନ୍ତି ଯାହାକି ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ସେ ସମ୍ବଲପୁରୀ ଭାଷାକୁ ନେଇ କିଛି ଦାବୀ ଆଣିଛନ୍ତି ଆଉ ତାହା ପୂରଣ ହେବ ବୋଲି ଆଶା ରଖିଛନ୍ତି।
ମନୋଜ ମିଶ୍ର ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ସେଥିରେ ମନୋଜ୍ ମିଶ୍ର ସମ୍ବଲପୁରୀ ଭାଷା କହୁଥିବାର ନଜର ଆସିଛନ୍ତି।
ସେ କହିଥିଲେ କି ସମ୍ବଲପୁରୀ ଭାଷାର ମାନ୍ୟତା ପାଇଁ ଏକ ପଦଯାତ୍ରା ମଧ୍ୟ କରିବାକୁ ଯାଉଛନ୍ତି। କାରଣ ସେ କହିଥିଲେ କି ଯେତେବେଳେ ସେଠାକୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯାଇଥିଲେ ସେତେବେଳେ ସେ କହିଥିଲେ କି ଯଦି ଆଞ୍ଚଳିକ ଭାଷା ମାଧ୍ୟମରେ ଶିକ୍ଷା ଦିଆଯିବ,
ତେବେ ତାହା ଖୁବ୍ ଲାଭ ଦାୟକ ହେବ ପିଲାମାନେ ମଧ୍ୟ ଖୁବ୍ ସହଜରେ ପଢ଼ି ପାରିବେ। ସମ୍ବଲପୁରୀ ଭାଷାକୁ ଅଷ୍ଟମ ଅନୁଛଦରେ ରଖିବା ପାଇଁ ଦାବୀ କରିଛନ୍ତି। ଏବଂ ସମ୍ବଲପୁରୀ ଭାଷାକୁ ଆଉ ଏକ ସରକାରୀ ଭାଷା ଭାବରେ ମାନ୍ୟତା ପ୍ରଦାନ କରାଯାଉ
ବୋଲି ମଧ୍ୟ ଏଥି ସମ୍ପର୍କରେ ଦାବୀ କରଯାଇଛି। ଆଉ ବ୍ୟତୀତ ସେହି ଭାଷାରେ ଭାଷା ସଙ୍ଗୀତ ଏକାଡେମୀ ଗଠନ କରାଯାଉ , ଏବଂ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସେହି ଭାଷାରେ କରାଯାଉ।
ଏଭଳି କିଛି ଦାବୀ ନେଇ ସେମାନେ ପଦଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି ସେଥିରେ ମନୋଜ୍ ମିଶ୍ର ମଧ୍ୟ ସାମିଲ ହେବେ ବୋଲି ସ୍ପଷ୍ଟ କରି ଦେଇଛନ୍ତି। ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।
କିଛି ଲୋକ ଏହାକୁ ଦେଖିବା ପରେ କହୁଛନ୍ତି କି ମନୋଜ୍ ମିଶ୍ର ଭାଷାକୁ ଦୁଇ ଭାଗ କରିବାକୁ ଚେଷ୍ଟା କରୁଛନ୍ତି ବୋଲି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।