ଗୁଗଲ ମ୍ୟାପ ରୁ ଭୁଲ୍ ରେ ଓଡ଼ିଶା ଆସିଥିବା ବିଦେଶୀ ଯୁବକ କୁ କାନ୍ଦି କାନ୍ଦି ବିଦାୟ ଦେଲେ କିଛି ଓଡ଼ିଆ ଯୁବକ, ଗଲା ବେଳେ ବି କାନ୍ଦି ପକେଇଲେ ବିଦେଶୀ ଯୁବକ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଗତ ତିନିଦିନ ତଳେ ଫ୍ରାନ୍ସ ର ଜଣେ ଯୁବ ପର୍ଯ୍ୟଟକ ଭାରତ ଭ୍ରମଣ ପାଇଁ ଆସିଥିଲେ। ଗୁଗଲ ମ୍ୟାପ ରୁ ବାଟ କାଢି ବାଲେଶ୍ଵର ଜିଲ୍ଲାରେ ପହଞ୍ଚି ଥିଲେ। ସେଠାରେ ସୋର ଅଞ୍ଚଳରେ ଯାଇ ପହଞ୍ଚି ଥିଲେ।
ପରେ ମହୁ ମୁହାଣ ପଞ୍ଚାୟତ ଗୋଠଣା ପଡ଼ିଆରେ ଚାଲିଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆୟୋଜକ ଯୁବକ ମାନେ ଫ୍ରାନ୍ସ ଯୁବକଙ୍କ ସହ ବନ୍ଧୁତା ସ୍ଥାପନ କରି କ୍ରିକେଟ୍ ଖେଳ ପଡିଆ ନିକଟକୁ ନେଇ ଆସିଥିଲେ।
ଏହାପରେ ତାଙ୍କୁ ଦୁଇ ଦିନ ପର୍ଯ୍ୟନ୍ତ ପାଖରେ ରଖି ତାଙ୍କୁ ଓଡିଆ ଖାଦ୍ୟପେୟ ଖୁଆଇ ତାଙ୍କର ମନ ଜିଣି ଥିଲେ। ଏହି ଯୁବକ ମାନଙ୍କ ଅତିଥି ଚର୍ଚ୍ଚା ରେ ଫ୍ରାନ୍ସ ର ଯୁବକ ଜଣକ ବିମୋହିତ ହୋଇ ଯାଇଥିଲେ।
ସେ ଦୁଇ ଦିନର ରହଣି ପରେ ଆଜି ପୁଣି ସେ କଲିକତା ଫେରି ଯାଇଛନ୍ତି। ସେହି ଯୁବକ ମାନେ ଫ୍ରାନ୍ସ ର ଏହି ଯୁବକ ଜଣକୁ ନୂଆ ଡ୍ରେସ କିଣିଦେବା ସହ ତାଙ୍କୁ ଉପହାର ମଧ୍ୟ ପ୍ରଦାନ କରିଛନ୍ତି।
ତାଙ୍କ ବନ୍ଧୁତା ଏତେ ଗଭୀର ହୋଇ ଯାଇଥିଲା କି ଷ୍ଟେସନ କୁ ତାଙ୍କୁ ବିଦାୟ ଦେବାକୁ ମଧ୍ୟ ଅନେକ ପିଲା ଆସିଥିଲେ। ଫ୍ରାନ୍ସ ର ଏହି ଯୁବ ପର୍ଯ୍ୟଟକ ଜଣକ ପ୍ରଥମେ ଦିଲ୍ଲୀ ଓ ପରେ ବାରାଣସୀ ବୁଲି ଟ୍ରେନ୍ ଯୋଗେ ସେ ଖଡଗପୂର ଯାଇଥିଲେ।
ସେଠାରୁ ଭୁବନେଶ୍ୱର ଏବଂ ପୁରୀ ବୁଲି ସାରିବା ପରେ ଏହାପରେ ସେ କଲିକତା ନଯାଇ ବାଲେଶ୍ଵର ସୋର ରେ ପହଞ୍ଚି ଯାଇଥିଲେ। ତାଙ୍କ ପାଇଁ ଗାଁ ପିଲା ମାନେ ଓଡିଆ ଖାଦ୍ୟପେୟ ବ୍ୟବସ୍ଥା କରିଥିଲେ।
ଆଉ ତାଙ୍କୁ ଖୁବ ଭଲ ଅତିଥି ଚର୍ଚ୍ଚା ମଧ୍ଯ କରିଥିଲେ। ସେଠାରେ ଦୁଇ ଦିନ ପରେ ସେଠାରୁ ବାହାରି ସେ କଲିକତା ଚାଲି ଯାଇଥିଲେ। ସେଠାରୁ ଯିବା ସମୟରେ ଫ୍ରାନ୍ସ ଯୁବକ ଜଣକ ଯେତେ ମାତ୍ରାରେ ଦୁଃଖୀ ଥିଲେ ଠିକ ସେମିତି ହିଁ ଗ୍ରାମରେ ଯୁବକ ମାନେ ମଧ୍ୟ ଖୁବ୍ ଦୁଃଖୀ ଥିଲେ।
ଏବେ ଏହି ଅତିଥି ଚର୍ଚ୍ଚାର ଭିଡିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ତେବେ ଆପଣଙ୍କୁ ଏହା କିଭଳି ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।