ପୁଅ ବାହାଘରରେ ନୀତା ଆମ୍ବାନୀଙ୍କ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଇଛା ଯାହା ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

 
ନମସ୍କାର ପାଠ୍ୟକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁ ନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ବନ୍ଧୁଗଣ ମୁକେଶ ଏବଂ ନିତା ଅମ୍ବାନୀଙ୍କ ସାନ ପୁଅ ହେଉଛନ୍ତି ଅନନ୍ତ ଅମ୍ବାନୀ।
ବର୍ତ୍ତମାନ ଅନନ୍ତଙ୍କ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଖୁବଶୀଘ୍ର ଅନନ୍ତ ତାଙ୍କ ଲଭ ରାଧିକାଙ୍କ ସହିତ ରାଜକୀୟ ଶୈଳୀରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ନୀତା ଅମ୍ବାନୀ ନିଜ ପୁଅ ବିବାହକୁ ନେଇ ଅନେକ ସ୍ବପ୍ନ ଦେଖିଛନ୍ତି। ଆଉ ସେଥିମଧ୍ୟରୁ ଦୁଇଟି ରହିଛି ତାଙ୍କର ଇଚ୍ଛା। 
ଏକ ଭିଡିଓ ପୋଷ୍ଟ କରି ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନିତା ଅମ୍ବାନୀ କହିଛନ୍ତି ଯେ, ଅନନ୍ତ ଏବଂ ରାଧିକାଙ୍କ ବିବାହ ଉତ୍ସବରେ ସେମାନେ ମୂଳ ଉତ୍ସବକୁ ପାଳନ କରିବାକୁ ଚାହୁଁଛନ୍ତି। ଯାହା ସହିତ କଳା ଓ ସଂସ୍କୃତି ମଧ୍ୟ ଜଡ଼ିତ ରହିବ। କଳା ସଂସ୍କୃତି ନିତାଙ୍କୁ ଅଧିକ ଅନୁପ୍ରାଣିତ କରିଥାଏ।
ଆଉ ଅନ୍ୟ ମୂଳ ସ୍ଥାନଟି ହେଉଛି ଗୁଜୁରାଟର ଜାମନଗର। ଅମ୍ବାନୀ ପରିବାର ପ୍ରତ୍ୟେକଟି କାର୍ଯ୍ୟକ୍ରମ ସେହି ଜାମନଗରରେ ହିଁ ହୋଇଥାଏ। କାରଣ ଗୁଜୁରାଟ ଜାମନଗର ହେଉଛି ଅନନ୍ତ ଅମ୍ବାନୀଙ୍କ ଜେଜେମା କୋକିଲାଙ୍କ ଜନ୍ମ ସ୍ଥାନ ସେଥିପାଇଁ ସେହି ଜାଗାଟି ବେଶ ସ୍ଵତନ୍ତ୍ର ଅଟେ। 
ତେବେ ଯେଉଁ ସ୍ଥାନରେ ଅନନ୍ତ ଓ ରାଧିକାଙ୍କ ବାହାଘର ହେବ ସେହି ସ୍ଥାନର ବି ମହତ୍ତ୍ଵ ବେଶ ଖାସ ରହିଛି। କାରଣ ସେହି ସ୍ଥାନରେ ହିଁ ଅନନ୍ତଙ୍କ ଜେଜେବାପା ଧିରୁଭାଇ ତାଙ୍କ ପତ୍ନୀ କୋକିଲା ବେଲଙ୍କୁ ପାଇଥିଲେ।
ଜାମନଗର ହେଉଛି ସେହି ସ୍ଥାନ ଗୁଜୁରାଟ ଜୁନାଗଡ଼ିର ଛୋଟ ଗାଁ ଧରର୍ୱାର୍ଡରେ ବଢ଼ିଥିବା ଧିରୁଭାଇଙ୍କ ଜୀବନକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଥିଲା। ଆଉ ଜାମନଗର ବି ହେଉଛି ସେହି ଜାଗା ଯେଉଁଠି ରିଲସ ଇଣ୍ଡଷ୍ଟ୍ରି ଭାରତର ସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ଜାଗାରେ ବଦଳାଇ ଦେଇଥିଲା।