ନିଲାମ ହେଇଯିବ ସନ୍ନୀ ଦେଓଲଙ୍କ ଘର ଦେଖନ୍ତୁ ସୁଝି ପାରୁନାହାନ୍ତି ବ୍ୟାଙ୍କ୍ ଋଣ ଆସିଲା ବଡ ଖବର

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ସବୁଠି ରାଜ୍ କରୁଛି ସନ୍ନି ଦେଓଲଙ୍କ ଚଳଚ୍ଚିତ୍ର ‘ଗଦର-୨’। ୯୦ ଦଶକର ତାରା-ସାକିନା ଯୋଡ଼ି ସାଙ୍ଗକୁ ସନ୍ନିଙ୍କ ‘ହିନ୍ଦୁସ୍ତାନ ଜିନ୍ଦାବାଦ’ ଡାଇଲଗରେ ଏବେ ସିନେମା ହଲ୍ କମ୍ପି ଉଠୁଛି।
ରିଲିଜର ନବମ ଦିନରେ ‘ଗଦର-୨’ ଏବେ ‘ବାହୁବଳୀ-୨’ ଏବଂ ‘ପଠାନ୍’ର ରେକର୍ଡକୁ ବି ପଛରେ ପକାଇ ଦେଇଛି। ତେବେ ଏହି ସଫଳତା ମଧ୍ୟରେ ସୁପରଷ୍ଟାର ସନ୍ନି ଦେଓଲଙ୍କ ବୟାନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। 
‘ଗଦର-୨’ ସିନେମା ପ୍ରତି ଦର୍ଶକଙ୍କ ଭଲ ପାଇବା ଦେଖି ମେକର୍ସ ଏହାର ତୃତୀୟ ସିକ୍ୱେଲ ନିର୍ମାଣ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ତେବେ ବନ୍ଧୁଗଣ ନୂଆ ବଙ୍ଗଳା ପାଇଁ ବ୍ୟାଙ୍କ ଅଫ୍ ବରୋଦାରୁ ଋଣ ନେଇଥିଲେ ଅଭିନେତା।
୫୫କୋଟି ୯୯ଲକ୍ଷ ୮୦ହଜାର ଟଙ୍କାର ଋଣ ନେଇଥିଲେ ସନ୍ନି। ସେ ନିଜେ ଏଥିରେ ଗ୍ୟାରେଣ୍ଟର ଥିଲେ। ସନି ଦେଓଲ ଏହି ବଙ୍ଗଳାରେ ନିଜର ଅଫିସ ଚଳାଇଥିଲେ। ୮୦ଦଶକରେ ବଙ୍ଗଳାଟି ତିଆରି ହୋଇଥିଲା। 
ଋଣ ପରିଶୋଧ କରିପାରିନଥିବାରୁ ଏବେ ନିଲାମ ହେବାକୁ ଯାଉଛି ସନ୍ନିଙ୍କ ବଙ୍ଗଳା। ତେବେ ସନ୍ନିଙ୍କ ଜୁହୁ ସ୍ଥିତ ବଙ୍ଗଳାକୁ ନିଲାମ କରିବା ନେଇ ଘୋଷଣା କରିଥିଲା ବ୍ୟାଙ୍କ । ୫୬ କୋଟିର ଋଣ ପରିଶୋଧ ନକରିପାରିବାରୁ ଘର ନିଲାମ ହେବ ବୋଲି ସୂଚନା ମିଳିଥିଲା ।
ସନ୍ନି ଦେଓଲଙ୍କ ‘ସନ୍ନି ଭିଲା’ ନାମରେ ଜଣାଯାଉଥିବା ଏହି ଘରକୁ ସେପ୍ଟେମ୍ବର ୨୫ ତାରିଖରେ ନିଲାମ କରାଯିବ ବୋଲି କୁହାଯାଉଥିଲା । ବ୍ୟାଙ୍କ ପକ୍ଷରୁ ଏନେଇ ଖବରକାଗଜରେ ବିଜ୍ଞାପନ ପ୍ରକାଶ ପାଇଥିଲା। 
ଏହି ଘରର ବେସ୍ ପ୍ରାଇସ ୫୧.୪୩ କୋଟି ଟଙ୍କା ନିର୍ଦ୍ଧାରିତ କରାଯାଇଥିଲା । ତେବେ ଗଦ୍ଦର-୨ର ସଫଳତା ପାଇଁ ଚର୍ଚ୍ଚାରେ ଥିବା ସନ୍ନି ଦେଓଲଙ୍କ ପାଇଁ ଏହା ବଡ଼ ଝଟକା ବୋଲି କୁହାଯାଉଥିଲା ।
ସନ୍ନି ଦେଓଲ ୨୦୧୬ ମସିହାରେ ଏହି ଘର ବନ୍ଧକ ରଖି ବ୍ୟାଙ୍କରୁ ଋଣ ନେଇଥିଲେ । ସନ୍ନିଙ୍କ ଉପରେ ଏବେ ବି ୫୬ କୋଟିର ବକେୟା ରହିଛି ବୋଲି ଜଣାପଡିଛି । ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଖବରଟି ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।