ନିଜ ସ୍ବପ୍ନ ପୁରଣ କରିବା ପାଇଁ ଅର୍ଥ ସାଜିଛି ବାଧକ ସେଥିପାଇଁ ପେପର ବିକି ଏମିତି ସଜାଡୁଛନ୍ତି ଭବିଶ୍ୱତ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଦେଖିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ମନରେ ଅନେକ କଥା ଭାବିବେ ।
ଦୁନିଆରେ ଅନେକ ଝିଅ ଅଛନ୍ତି ଯେଉଁମାନେ କାମ କରି ତାଙ୍କର ଇଛା ପୂରଣ କରନ୍ତି । ଏବେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯେଉଁଥିରେ ଦେଖିବାକୁ ମିଳୁଛି କି ଅଭାବ ଅନଟନ ଭିତରେ ମଧ୍ୟ ଝିଅଟି ପାଠ ପଢ଼ୁଛି ।
ଝିଅଟି ନିଜର ସ୍ବପ୍ନ ପୂରଣ କରିବା ପାଇଁ ପେପର ବିକ୍ରି କରୁଛି । ଏହି ଝିଅଟି ସକାଳୁ ଘର ଘର ବୁଲି ପେପର ବିକ୍ରି କରୁଛି । ଏହି ଝିଅଟି ସକାଳୁ ସକାଳୁ ଉଠି ଖର ବର୍ଷା ଶୀତ କିଛି ଖାତିର ନକରି ତାର ଡ୍ୟୁଟିରେ ବାହାରି ଯାଉଛି ।
ସମସ୍ତଙ୍କ ଦୁଆରେ ଏହି ଝିଅଟି ପେପର ଧରି ପହଞ୍ଚି ଯାଉଛି । ଅଭାବ ଅନଟନ ଭିତରେ ମଧ୍ୟ ଏହି ଝିଅଟିର ସ୍ୱପ୍ନରେ ବେଢ଼ି ବନ୍ଧା ହୋଇନାହିଁ । ସେ ତାର ସବୁ ସ୍ବପ୍ନକୁ ପୂରଣ କରିବା ପାଇଁ ଆଜି ଘରୁ ବାହାରି ପେପର ବିକ୍ରି କରୁଛି । 
ଝିଅଟିନିଜର ଆଉ ନିଜ ପରିବାରର ପ୍ରତିପୋଷଣ ପାଇଁ ଆଜି ଘର ଘର ବୁଲି ପେପର ବିକ୍ରି କରୁଛି । ଏହି ଯୁବତୀ ଜଣଙ୍କୁ ପଚାରିଲେ ସେ କହୁଛନ୍ତି ତାଙ୍କୁ ଏସବୁ କରିବାକୁ ଲାଜ ଲାଗୁ ନାହିଁ ।
ପେଟ ପୋଷିବା ପାଇଁ କୌଣସି କାମ ଛୋଟ କି ବଡ ନୁହେଁ । ସବୁ କାମ ସମାନ । ବହୁତ୍ ଝିଅ ଅଛନ୍ତି ଯେଉଁମାନେ ପରିଶ୍ରମ କରି ନିଜର ଲକ୍ଷ୍ୟ ପୁରଣ କରନ୍ତି । ଏବେ ଏହି ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ଦେଖିବାକୁ ମିଳିଛି ନୀଳଗିରି ସହରରେ । 
ନୀଳଗିରି ସହରର ଅମରେନ୍ଦ୍ର ବିଶ୍ଵାଳ ଏବଂ ତାଙ୍କ ପତ୍ନୀ ଗାୟତ୍ରୀ ବିଶ୍ବାଳଙ୍କ ବଡ ଝିଅ ବର୍ଷା ବିଶ୍ଵାଳ ତାଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ ବର୍ଷା ପେପର ବିକ୍ରି କରି ନିଜର ସ୍ବପ୍ନ ପୂରଣ କରିବା ସହ ପରିବାର ପ୍ରତିପୋଷଣ କରୁଛନ୍ତି ।
ସେ ଖବର କାଗଜ ବିକ୍ରି କରି ଯାହାବି ରୋଜଗାର କରୁଛନ୍ତି ସେହି ପଇସାରେ ଘର ଚଳାଇବା ସହିତ ପାଠ ପଢୁଛନ୍ତି । ସେ କମ୍ପ୍ୟୁଟର ମଧ୍ୟ ପାଠ ପଢୁଛନ୍ତି । ଆଉ ସେ ଉଚ୍ଚ ଶିକ୍ଷା ଲାଭ କରି ଶିକ୍ଷୟତ୍ରୀ ହେବେ ବୋଲି ଆଶା ରଖିଛନ୍ତି । ଆଜିକାଲି ଯୁଗରେ ଏଭଳି ଘଟଣା ସମସ୍ତଙ୍କ ପାଇଁ ଉଦାହରଣ ।