ହେ ଭଗବାନ ନିଜ ବାପା ମା ଆଗରେ ଘଟିଗଲା ଏମିତି ଦୁର୍ଘଟଣା, ଛଟପଟ ହୋଇକରି ଚାଲିଗଲା କୁନି କୁନି ପିଲା ଙ୍କ ଜୀବନ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜଣେ ବାପା ତାଙ୍କର ପିଲା ଦୁଇଜଣ ଅଳୀ କରିବାରୁ ସେମାନଙ୍କୁ ସାଥିରେ ନେଇ ଯାଇଥିଲେ। ହେଲେ କେହି ଜାଣି ନଥିଲେ କି ତାହା ତାଙ୍କ ପାଇଁ କାଳ ସାଜିବ ବୋଲି।
ଏଭଳି କିଛି କହି ହସ୍ପିଟାଲ ରେ ଏବେ କାନ୍ଦିବାକୁ ଲାଗିଛି ବାପା ଜଣକ। ହସ୍ପିଟାଲ ରେ ଲୋକ ମାନେ ଜମା ହୋଇଥିବା ଦେଖିବାକୁ ମିଳିଛି ଆଉ ହସ୍ପିଟାଲ ଚୌକି ଉପରେ ବସି ଏହି ବାପା କାନ୍ଦିବାକୁ ଲାଗିଛି।
ଏହାର କାରଣ ହେଉଛି ବାପା ଆଜି ନିଜ ଆଖି ଆଗରେ ହିଁ ନିଜ ଜୀବନର ଦୁଇ ଦୁଇଟି ମୂଲ୍ୟବାନ ସମ୍ପତ୍ତି କୁ ହରାଇ ଦେଇଛି। ସେଦିନ ସକାଳେ ବ୍ୟାଙ୍କ୍ ରୁ ଲୋନ ଆଣିବା ପାଇଁ ଏହି ବାପା ମାଆ ଦୁହେଁ ଘରୁ ବାହାରି ଥିଲେ।
ବାହାରିବା ବେଳେ ନିଜର ଛୋଟ ଛୋଟ ପିଲାମାନେ ମଧ୍ୟ ବାପା ମାଆ ଙ୍କ ସହ ବ୍ୟାଙ୍କ୍ ଯିବା ପାଇଁ ଅଳି ଅଝଟ କରିଥିଲେ। ବାପା ମାଆ ଯେତେ ମନା କଲେ ମଧ୍ୟ ପିଲାମାନେ କିଛି ଶୁଣି ନଥିଲେ।
ଏହାପରେ ତାଙ୍କ ବାପା ଙ୍କୁ କହିଥିଲେ କି ସେ ଯୁଆଡେ ଯାଉଛନ୍ତି ତାଙ୍କୁ ସାଙ୍ଗରେ ନେଇ ଯିବା ପାଇଁ। ଆଉ ଛୁଆ ମାନଙ୍କ ଏହି କେଇପଦ କଥା ବାପା ମାଆ ଙ୍କ ପାଇଁ ତାଙ୍କର ଶେଷ କଥା ହୋଇ ଯାଇଥିଲା।
ଶେଷରେ ପିଲା ମାନଙ୍କ ଅଳି ରେ ସତେ ଯେମିତି ବାପା ମାଆ ହାର ମାନି ଯାଇଥିଲେ। ଆଉ ଶେଷରେ ପିଲା ଦୁହିଁଙ୍କୁ ନେଇ ଅଟୋ ରେ ଗାଁ କୁ ବାହାରି ପଡ଼ିଥିଲେ। ହେଲେ ଯିବା ରାସ୍ତାରେ ହଠାତ୍ ଏକ ଦୁର୍ଘଟଣା ହୋଇଥିଲା।
ଏହାପରେ କାନ୍ଦ ବୋବାଳି ଆରମ୍ଭ ହୋଇ ଯାଇଥିଲା। ଶେଷରେ ଦେଖୁ ଦେଖୁ ଘଟଣା ସ୍ଥଳରେ ହିଁ ଦୁଇ ଶିଶୁ ଙ୍କ ମୃ-ତ୍ୟୁ ହୋଇ ଯାଇଥିଲା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା , ନୂଆଗଡ ବ୍ଲକ୍ ର ଭ୍ରମରପୁର ଗ୍ରାମରେ।
ଭ୍ରମରପୁର ରୁ ପାରଳାଖେମୁଣ୍ଡି ବ୍ୟାଙ୍କ୍ ଯାଉଥିବା ବେଳେ ଏହି ଅଟୋ ଗୋଟେ ଗଛକୁ ପିଟି ଦେଇଥିଲା। ଯାହା ଫଳରେ କି ଘଟଣା ସ୍ଥଳରେ ହିଁ ଦୁଇ ଶିଶୁଙ୍କ ଜୀବନ ଚାଲି ଯାଇଥିଲା।