ନବୀନ ବାବୁ ବାହାର କଲେ ନୂଆ ସ୍ୱାସ୍ଥ୍ୟ କାର୍ଡ : ଆଉ କେହି ବି ପାଇବେନି ମେଡିକାଲ୍ କଷ୍ଟ, ହେଲେ ବିରୋଧୀ କହିଲେ ଏମିତି...

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ନୂଆ ବର୍ଷରେ ଏବେ ଲୋକ ମାନଙ୍କୁ ମିଳିବ ନୂଆ ଉପହାର। କାରଣ ସରକାର ଙ୍କ ତତଫରୁ BSKY ଯୋଜନାର ଶୁଭାରମ୍ଭ ହୋଇ ସାରିଛି। ଏହା ଲୋକ ମାନଙ୍କୁ ଖୁବ ସହାୟକ ମଧ୍ୟ ହେବ।
ଏଥିରେ ମାଗଣା ଚିକିତ୍ସା ମିଳୁ ଥିବାରୁ ଲୋକ ମାନଙ୍କୁ ଆଉ ଜମିବାଡ଼ି ମଧ୍ୟ ବିକିବାକୁ ପଡୁ ନାହିଁ। ଏହି କାର୍ଡ ପାଇଁ ନୁଆ ଜୀବନ ପାଇ ପାରିଛନ୍ତି ଲୋକେ। ଏହି କାର୍ଡ କୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଜୋରଦାର ପ୍ରୟାସ ଚାଲିଛି।
ହେଲେ ଅନେକ ଲୋକ ଏହା ଜାଣି ନାହାଁନ୍ତି କି କିଭଳି ଏହାର ରେଜିଷ୍ଟ୍ରେସନ୍ କରାଯାଇ ଥାଏ। ଆସନ୍ତା ୬ ତାରିଖରୁ ଏହି BSKY କାର୍ଡ ର ପଞ୍ଚିକରଣ ହେବ। ଏବଂ ଏହା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ।
ପାଖରେ ରାସନ୍ କାର୍ଡ ନଥିଲେ ମଧ୍ୟ ଆପଣ ମାନେ BSKY ପାଇଁ ଆବେଦନ କରି ପାରିବେ। ମୋ ସେବା କେନ୍ଦ୍ରରେ ଆପଣ ମାନେ ବିନା ଦେୟରେ ଆବେଦନ କରି ପାରିବେ। ଅଫଲାଇନ ଦରଖାସ୍ତ ଗ୍ରହଣ କରାଯିବାର ବ୍ୟବସ୍ଥା ନାହିଁ।
ସରକାରୀ ଚାକିରିଆ ଏହି ସୁବିଧା ପାଇ ପାରିବେ ନାହିଁ। ଯେଉଁ ମାନଙ୍କ ରାସନ କାର୍ଡ ନାହିଁ ସେମାନେ ମଧ୍ଯ BSKY ପାଇଁ ଅନଲାଇନ ଆବେଦନ କରି ପାରିବେ। ଏହାର ପଞ୍ଜିକରଣ ପରିବାର ମୁଖ୍ୟଙ୍କ ନାମରେ ହେବା ଆବଶ୍ୟକ।
ଦରଖାସ୍ତକାରୀ ଙ୍କ ପାଇଁ ଆଧାର ଭିତ୍ତିକ EKYC ବାଧ୍ୟତାମୂଳକ ଅଟେ।୧୮ ବର୍ଷରୁ ଉର୍ଦ୍ଧ ସଦସ୍ୟ ମାନଙ୍କ ଭୋଟ ପରିଚୟ ପତ୍ର ଥିବା ମଧ୍ୟ ଆବଶ୍ୟକ ଅଟେ। ଦରଖାସ୍ତକାରି ଙ୍କ ଆଧାର କାର୍ଡ ରେ ମୋବାଇଲ ନମ୍ବର ସଂଯୁକ୍ତ ହୋଇଥିବା ଦରକାର୍।
ଆସନ୍ତା ୬ ତାରିଖରୁ ଏହି କାର୍ଡ ରେ ପଞ୍ଜିକରଣ କରାଯିବ। ପଞ୍ଚାୟତ ସ୍ତରରେ ଆସନ୍ତା ୧୬ ତାରିଖରେ ମଧ୍ୟରେ ଆପଣ ଏହା ପାଇଁ ପଞ୍ଜୀକରଣ କରି ପାରିବେ। ମେ ମାସ ୧ ତାରିଖରୁ ଏହି ଯୋଜନା ମଧ୍ୟ ଉପଲବ୍ଧ ହେବ।
ତେବେ ଆପଣ ମାନେ ଯଦି ସରକାରୀ ଚାକିରୀ କରି ନାହାଁନ୍ତି କି ପେନସନ ପାଉ ନାହାଁନ୍ତି ତେବେ ଏହାକୁ ନିଶ୍ଚିତ ଭାବରେ ଆବେଦନ କରନ୍ତୁ ଏହାର ଲାଭ ଆପଣ ମାନେ ମଧ୍ୟ ଉଠାଇ ପାରିବେ।