ନଦୀରେ ଭାସିଗଲା ପ୍ରତିଶ୍ରୁତି ! ଠକି ଦେଲେ ପାଣ୍ଡିଆନ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏକ ମଣିଆ ରେ ଓଲଟି ପଡିଥିଲା ଡଙ୍ଗା ଚାରି ଜଣକୁ ବଞ୍ଚାଇ ନାବାଳକ ସହ ଭାସିଗଲେ ନାଉରିଆ। ସୁଦର୍ଶନ ଙ୍କୁ ସରକାର ପୁରସ୍କାର ଦେଇଥିଲେ ହେଲେ ସେଠାରେ ଗଢା ହେଲାନାହିଁ ପୋଲ।
ଆସିଥିଲେ ପାଣ୍ଡିଆନ ଆଉ ଦୁଇ ମାସ ମଧ୍ୟରେ ପୋଲ ଗଢ଼ିବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇ ଯାଇଥିଲେ। ହେଲେ ପ୍ରତିଶ୍ରୁତି କୁ ଚାରି ମାସ ବିତି ସାରିଥିଲେ ସୁଦ୍ଧା ସେଠାରେ ପୋଲ ପାଇଁ କୌଣସି ପ୍ରସ୍ତୁତି ଆଜି ପର୍ଯ୍ୟନ୍ତ ଆରମ୍ଭ ହେଲା ନାହିଁ।
ସେଦିନ ଥିଲା ୨୭ ଏପ୍ରିଲ ୨୦୨୩ ବଡି ଭୋରୁ ନିଜର ଗନ୍ତବ୍ୟ ପଥରେ ଯିବା ପାଇଁ ବଡି ଭୋରୁ ବାହାରି ପଡ଼ିଥିଲେ। ଆଉ ସେମାନେ ତରତର ହୋଇ ମଧ୍ୟ ଡଙ୍ଗା ରେ ବସି ଯାଇଥିଲେ। ଏକ ମାଣିଆ ପଞ୍ଚାୟତ ର ଚତୁପାର୍ଶ୍ଵ ରେ ନଦୀ।
କେହି ଭାବି ନଥିଲେ ଆଗକୁ ତାଙ୍କ ସହ ଏକ ଭୟାବହ କାଣ୍ଡ ଘଟିଯିବ ବୋଲି। କୂଳରୁ ଅଳ୍ପ ଦୂର କୁ ଯାଇଛି କି ନାହିଁ ଡଙ୍ଗା ଓଲଟି ପଡିଥିଲା। ନାଉରିଆ ସୁଦର୍ଶନ ଡଙ୍ଗା ରୁ ଡେଇଁ ପଡି ଗୋଟେ ପରେ ଗୋଟେ ଜୀବନ ବଞ୍ଚାଇ ଥିଲେ।
ସେ ମୋଟ ଚାରି ଜଣଙ୍କୁ ଉଦ୍ଧାର କରି ପାରିଥିଲେ। କିନ୍ତୁ ଜଣେ ୧୨ ବର୍ଷର ନାବାଳକ ଆଖି ଆଗରେ ଭାସି ଯାଉଥିବା ଦେଖି ପାଣିରେ ଉଦ୍ଧାର କରିବା ସମୟରେ ନାବାଳକ ଜଣକ ସହ ସୁଦର୍ଶନ ମଧ୍ୟ ଭାସି ଯାଇଥିଲେ।
ଆଉ ଏହାପରେ ଉଭୟ ଙ୍କ ମୃ-ତ ଦେହ ମଧ୍ୟ ଉଦ୍ଧାର କରାଯାଇ ଥିଲା। ଗ୍ରାମବାସୀ ଙ୍କ ଦୁଇଟି ଦାବୀ ଥିଲା କି ସେହି ନଦୀ ରେ ବନ୍ଧ ନିର୍ମାଣ ଓ ସୁଦର୍ଶନ ଙ୍କୁ ସାହସିକତା ପୁରସ୍କାର। ସାହସିକତା ପୁରସ୍କାର ମୃ-ତ-କ ଙ୍କ ପତ୍ନୀ ଙ୍କୁ ଦିଆ ଯାଇଛି।
ମାତ୍ର ପୋଲ କଥା କେବଳ କଥାରେ ହିଁ ରହି ଯାଇଛି। ଡଙ୍ଗା ଗସ୍ତ ର ପର ଦିନ ଅର୍ଥାତ ୨୮ ଏପ୍ରିଲ ରେ 5ଟି ସଚିବ ଭିକେ ପାଣ୍ଡିଆନ ରାଜନଗର ଗସ୍ତ ରେ ଆସିଥିଲେ। ଆଉ ପଞ୍ଚାୟତ ବାସୀ ମଧ୍ୟ ତାଙ୍କର ଅସୁବିଧା ସମ୍ପର୍କରେ ପାଣ୍ଡିଆନ ଙ୍କୁ ଜଣାଇ ଥିଲେ।
ଆଉ ପାଣ୍ଡିଆନ ମଧ୍ୟ ପୋଲ ନିର୍ମାଣ କରି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏହାକୁ ସେ ପର ମୁହୂର୍ତ୍ତରେ ପୁରା କରି ନଥିଲେ। ଆଉ ଏଯାଏଁ ମଧ୍ୟ ତାହା ପୁରା ହୋଇ ନାହିଁ।