ନବରାତ୍ର ରାତିରେ ହେଲା ମା ଦୁର୍ଗାଙ୍କ ଚମତ୍କାର ଦେଖନ୍ତୁ ଶୁଖିଲା କୂଅରେ ଭରିଗଲା ପୂର୍ଣ୍ଣ ଜଳ - Exclusive

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭକ୍ତ ଓ ଭଗବାନଙ୍କ ସମ୍ପର୍କ ବହୁତ ହିଁ ନିବିଡ ହୋଇଥାଏ । କେତେକ ଲୋକମାନେ ମାନନ୍ତି ଏହି ଦୁନିଆରେ ଇଶ୍ଵର ନାହାନ୍ତି । କିନ୍ତୁ ଅସଲ ଭକ୍ତ ଯିଏ ତାକୁ ସବୁ ସ୍ଥାନରେ ଇଶ୍ଵର ଦେଖାଯାଏ ।
ଭଗବାନ ସବୁ ସ୍ଥାନରେ ସବୁ କୋଣ ଅନୁକୋଣରେ ଅଛନ୍ତି । ଏହା ବେଳେ ବେଳେ ପ୍ରମାଣିତ ମଧ୍ୟ ହୋଇଛି । ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି ଓ ଭଗବାନଙ୍କ ଭକ୍ତିରେ ଲୀନ ହୋଇ ଯାଆନ୍ତି। 
ଯେବେ କିଛି ଅସମ୍ଭବ କଥା ସମ୍ଭବ ହୋଇଯାଏ ଲୋକେ ଏହାକୁ ଭଗବାନଙ୍କର ଚମତ୍କାର ବୋଲି କହିଥାନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ସେହି ଭଳି ଏକ ଚମତ୍କାରି ଦୃଶ୍ୟ ଦେଖିବାକୁ ମିଳିଛି।
ତେବେ ଏମିତି ଏକ ଚମତ୍କାର ଘଟିଛି ଉତ୍ତର ପ୍ରଦେଶର କାନପୁରରେ । ଏକ ୫୦ ବର୍ଷର ପୁରୁଣା କୂଅରେ ହଠାତ୍‌ ପାଣି ପୁରି ଉଠିଛି ।ଲୋକେ ଏହାକୁ ଦେଖି କେବଳ ଯେ ଆଶ୍ଚର୍ଯ୍ୟ ହୋଇନାହାଁନ୍ତି, ଏଥିପାଇଁ ଭଗବାନଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରିଛନ୍ତି । 
ନବରାତ୍ର ସମୟରେ ଏହି ଚମତ୍କାରକୁ ମା’ ଦୁର୍ଗାଙ୍କ ଆଶିର୍ବାଦ ବୋଲି କହିଛନ୍ତି ଅଂଚଳବାସୀ । ଖାଲି ସେତିକି ନୁହେଁ ଏହି ପାଣିରେ ରୋଗ ମଧ୍ୟ ଭଲ ହେଉଛି ବୋଲି ସେଠାକାର ଲୋକେ ଦାବି କରିଛନ୍ତି।
କାନପୁର ନିକଟ ଘାଟମପୁର ତହସିଲ ଚୋବେପୁର ଗାଁରେ ଦୀର୍ଘ ୫୦ ବର୍ଷ ଧରି ଏକ କୂଅ ଶୁଖିଲା ପଡିଥିଲା । ଫଳରେ ଏହା ପୂର୍ଣ୍ଣ ଭାବେ ଅଦରକାରୀ ହୋଇ ପଡିଥିଲା । ଆଖପାଖର ଲୋକେ ଏଥିରେ ଆବର୍ଜନା ପକାଉଥିଲେ। 
ହେଲେ ହଠାତ୍‌ ଏଥିରେ ପାଣି ଆସିବାର ଦେଖାଯାଇଥିଲା। ଲୋକେ ଏବେ ଏହି ପାଣିକୁ ବ୍ୟବହାର କରୁଛନ୍ତି। କୂଅର ଆଖପାଖ ସଫା କରି ଏଠାରେ ପୂଜାପାଠ କରିବା ଦେଖାଯାଇଛି। ଲୋକେ ଏହାକୁ ମା’ ଦୂର୍ଗାଙ୍କର ଆଶିର୍ବାଦ ବୋଲି କହୁଛନ୍ତି।
ଏବେ ଏହି ପାଣିକୁ ଲୋକେ ଘରର ସୁଖ ଶାନ୍ତି ପାଇଁ ନେଇ ଯାଉଛନ୍ତି। କେହି କେହି ଏଠାରେ ନବରାତ୍ରି ଅବସରରେ ମୁଣ୍ଡନ କରିବାକୁ ମଧ୍ୟ ଆସୁଥିବା ଦେଖାଯାଇଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।