ମରିଗଲା ଶରୀର ହେଲେ ମରିନାହିଁ ଆ-ତ୍ମା ଦେଖନ୍ତୁ ରାତିରେ ଆସୁଛନ୍ତି ଅଙ୍ଗନବାଡ଼ି ଦିଦି

 
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବାଲେଶ୍ଵର ଜିଲ୍ଲା ଖନ୍ତା ପଡା ଥାନା ଅନ୍ତର୍ଗତ ୧ ନମ୍ବର ୱାର୍ଡର ଅଙ୍ଗବାଡି ଦିଦିଙ୍କର ସନ୍ଦେହ ଜନକ ଭାବରେ ମୃ-ତ୍ୟୁ ହୋଇଯାଇଛି। ତେବେ ଅଙ୍ଗନବାଡି ଦିଦିଙ୍କର ନାମ ହେଉଛି ପ୍ରଜ୍ଞା ପାରମିତା ଦାସ ।
ତେବେ ଗତ ଶୁକ୍ରବାର ଦିନ ପ୍ରତିଦିନ ଭଳି ଅଙ୍ଗନବାଡି ଦିଦି ପାଠ ପଢାଉଥିଲେ । ତାଙ୍କୁ ଦେଖିଲେ କିଛି ମଧ୍ୟ ସେ ଅସ୍ଵାଭାବିକ ଥିବା ଭଳି ଜଣା ମଧ୍ୟ ପଡୁ ନଥିଲେ । ହେଲେ ପାଠ ପଢାଇ ସାରିବା ପରେ ପିଲାଙ୍କୁ ଛୁଟି କରି ଟିକେ ବିଳମ୍ବ ହେଲା ବୋଲି ସେହିଠାରେ ରହିଗଲେ । 
ହେଲେ ଏତେ ବେଳ ପର୍ଯ୍ୟନ୍ତ ପ୍ରଜ୍ଞା କ’ ଣ ପାଇଁ ଫେରିଲେ ନାହିଁ ବୋଲି ଘର ଲୋକେ ସନ୍ଦେହ କରିଥିଲେ। ଏହାପରେ ଅଙ୍ଗନବାଡି ଯାଇ ଦେଖିଲା ବେଳକୁ ଦିଦିଙ୍କୁ ସେଠାରେ ମୃ-ତ ଅବସ୍ଥାରେ ଦେଖିବାକୁ ମିଳିଥିଲା ।
ସେହି ଅଙ୍ଗନବାଡି ଦିଦି ସେହି ଅଙ୍ଗନବାଡି କେନ୍ଦ୍ର ମଧ୍ୟରେ ହିଁ ଜୀବନ ହାରିଦେଇଥିଲେ। ସେଠାରୁ ଶବବ୍ୟବଚ୍ଛେଦ ହୋଇ ଯେତେବେଳେ ତାଙ୍କ ମର ଶରୀର ଗାଁକୁ ଆସିଥିଲା। ସେତେବେଳେ ଗ୍ରାମର ସବୁ ଲୋକଙ୍କ ଆଖିରେ ଅଙ୍ଗନବାଡି ଦିଦିଙ୍କୁ ହରାଇଥିବାର ଦୁଃଖର ଲୁହ ଥିଲା। 
ବିଶେଷ କରି କୁନି କୁନି ପିଲା ଯେଉଁ ମାନେ ସେହି ଦିଦିଙ୍କ ପାଖରେ ପାଠ ପଢୁଥିଲେ। ସେମାନେ ମଧ୍ୟ ତାଙ୍କ ଅତି ପ୍ରିୟାର ଅଙ୍ଗନବାଡି ଦିଦିଙ୍କୁ ହରାଇ ଦୁଃଖରେ ମର୍ମାହତ ହୋଇପଡିଥିଲେ।
ତେବେ ବନ୍ଧୁଗଣ ବର୍ତ୍ତମାନ ସେହି ଗ୍ରାମର ଲୋକେ ମାନଙ୍କ କହିବା ଅନୁଯାୟୀ, ସେହି ଅଙ୍ଗନବାଡି କେନ୍ଦ୍ରରୁ ରାତିରେ ଶଙ୍ଖା ଆ ପାଉଁଜିର ଝୁମ୍ ଝୁମ ଶବ୍ଦ ଲୋକଙ୍କ କାନରେ ଶୁଣାଯାଉଛି। ଯାହାକୁ ନେଇ ଗ୍ରାମବାସୀ ମାନେ ଡରୁଥିବା ବେଳେ ପିଲାମାନଙ୍କୁ ସେଠାକୁ ଛାଡ଼ିବାକୁ ରାଜି ହେଉନାହାଁନ୍ତି। 
ସେପଟେ ଅଙ୍ଗନବାଡି କେନ୍ଦ୍ର ନିକଟରେ କୌଣସି ଆଲୋକ ନଥିବା ବେଳେ ବାହାରେ ଘଞ୍ଚ ବାଉଁଶ ବୁଦା ଥିବାରୁ ଲୋକମାନଙ୍କୁ ଭୟ ସୃଷ୍ଟି କରୁଛି। ଏପରି ପରିସ୍ଥିତିରେ କୁନି କୁନି ପିଲା ମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରରେ କିଭଳି ପାଠ ପଢିବାକୁ ଛାଡ଼ିବେ ତାହାକୁ ନେଇ ଅଭିଭାବକ ମାନେ ଚିନ୍ତାରେ ପଡ଼ିଯାଇଛନ୍ତି।
ତେଣୁ ପ୍ରଶାସନ ଯତ୍ନବାନ ହୋଇ ଅଙ୍ଗନବାଡି କେନ୍ଦ୍ରର ଗୃହକୁ ଶୁଦ୍ଧି କରିବା ସହିତ ଆଲୋକର ସୁବିଧା ଆଉ ଅଙ୍ଗନବାଡି କେନ୍ଦ୍ରର ଚତୁର୍ପାର୍ଶ୍ୱକୁ ସଫେଇ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।