ଗ୍ରାହକ ଙ୍କୁ ମାଗଣା ଗ୍ୟାସ ଦେବେ ଯୋଗୀ ସରକାର.. ସବୁ ମାଗଣା ମିଳିବ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ନିର୍ବାଚନ କୁ ଆଖି ଆଗରେ ରଖି ଆରମ୍ଭ ହୋଇ ଯାଇଛି ଏବେ ଫ୍ରି ପଲିଟିକ୍ସ। ଗ୍ରାହକ ମାନଙ୍କ ଆକାଉଣ୍ଟ କୁ ଯିବ ସିଲିଣ୍ଡର ର ମୂଲ୍ୟ।୨ ଟି ଫ୍ରି ସିଲିଣ୍ଡର ଦେବେ ଯୋଗୀ ସରକାର।
ଆଗାମୀ ଲୋକସଭା ନିର୍ବାଚନ ପାଇଁ ଏବେ ଠାରୁ ହିଁ ପ୍ରସ୍ତୁତ ହେବାରେ ଲାଗି ପଡିଛନ୍ତି ବିଭିନ୍ନ ରାଜନୈତିକ ଦଳ ମାନେ। କେଉଁଠି ପ୍ରତିଶ୍ରୁତି ରାଜନୀତି ତ ଆଉ କେଉଁ ଠାରେ ଫ୍ରି ପଳିଟିକ୍ସ ଦେଖିବାକୁ ମିଳିଛି।
ଆଉ ଏହି ନିର୍ବାଚନ ପାଇଁ ଏବେ ଫୋକାସ ରେ ଅଛନ୍ତି କଂଗ୍ରେସ୍ ଓ ବିଜେପି। କିଏ ଗଢ଼ିବ ଆଗାମୀ ସରକାର ଏବେ ତାକୁ ନେଇ ମଧ୍ୟ ଚାଲିଛି ଅଙ୍କ କଷା। ଏହାରି ମଧ୍ୟରେ ଏନଡିଏ ଓ ଇଣ୍ଡିଆ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇ ଯାଇଛି।
ବିଶେଷ କରି ଲୋକସଭା ନିର୍ବାଚନରେ ବେଶ ଗୁରୁତ୍ଵ ବହନ କରିଥାଏ ଉତ୍ତରପ୍ରଦେଶ। ସର୍ବାଧିକ ଲୋକସଭା ଆସନ ଏହି ରାଜ୍ୟରୁ ହିଁ ରହିଥାଏ।ସେଥିପାଇଁ ଏବେ ୟୁପି ଉପରେ ନଜର ରଖା ଯାଇଛି।
ଏଭଳି ପରିସ୍ଥିତିରେ ୟୁପି ରେ କ୍ଷମତାରେ ଥିବା ଯୋଗୀ ସରକାର ଫ୍ରି ରାଜନୀତି ଆରମ୍ଭ କରି ଦେଇଛନ୍ତି। ସାରା ରାଜ୍ୟରେ ସେ ଦୀପାବଳୀ ଉପଲକ୍ଷେ ଉପହାର ଦେବା ପାଇଁ ମଧ୍ୟ ଘୋଷଣା କରିଛନ୍ତି।
ଏହାର ଅର୍ଥ ହେଉଛି ସିଲିଣ୍ଡର ର ମୂଲ୍ୟ ଥିବା ଟଙ୍କା କୁ ଗ୍ରାହକ ମାନଙ୍କ ଆକାଉଣ୍ଟ କୁ ପଠାଇ ଦିଆ ଯିବ। ଲକ୍ଷ୍ନୌ ରେ ଥିବା ମୁଖ୍ୟ ସଚିବ ଙ୍କ ଅଧ୍ୟକ୍ଷତା ରେ ଏଭଳି ନିଷ୍ପତ୍ତି ନିଆ ଯାଇଛି। ଆଗକୁ ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ଏହି ବ୍ୟବସ୍ଥା କରାଯାଇଛି।
ଆଉ ଏହି କ୍ରମରେ ମଧ୍ଯ ବିଜେପି ଏବେ ବଡ଼ ଘୋଷଣା କରି ଦେଇଛି। ବର୍ଷ କୁ ଏଲପିଜି ଗ୍ରାହକ ଙ୍କୁ ମାଗଣାରେ ଦୁଇଟି ସିଲିଣ୍ଡର ଯୋଗାଇ ଦିଆଯିବ। ଆଉ ଏହା ଗ୍ରାହକ ମାନଙ୍କୁ ଫ୍ରି ରେ ମିଳିବ ବୋଲି ମଧ୍ୟ ଘୋଷଣା କରାଯାଇଛି।
ଆଉ ଏହାକୁ ସମସ୍ତେ ମଧ୍ୟ ଖୁବ ସମର୍ଥନ କରୁଥିବା ବେଳେ କଂଗ୍ରେସ୍ ଏହାକୁ ଏକ ନିର୍ବାଚନୀ ଚାଲ୍ ବୋଲି କହିଛି। ତେବେ ଆପଣଙ୍କ ର ଏହି ବ୍ୟବସ୍ଥା ପ୍ରତି ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।