ମଦୁଆ ମାନଙ୍କ ସାଙ୍ଘାତିକ ଅଭିଯୋଗ ଦେଖନ୍ତୁ ସାମ୍ନାକୁ ଆସିଲା ବହୁତ୍ ବଡ ଖବର ଫାଇନ ଗଣିବେ ବେପାରୀ !!!

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଵିଅର ବୋତଲ ପିଛା ଧର୍ଯ୍ୟ ମୂଲ୍ୟ ଠାରୁ ଅଧିକ ୧୦ ଟଙ୍କା ଲେଖାଏଁ ନେବା ଜଣେ ମଦ ଦୋକାନି ପାଇଁ ମାହାଙ୍ଗା ପଡିଛି। ଏନେଇ ଏକ ମାମଲାର ଶୁଣାଣି କରି କଟକ ଜିଲ୍ଲା ଖାଉଟି ବିଭାଗ ଉକ୍ତ ମଦ ଦୋକାନୀ ଙ୍କ ଉପରେ ୨୦ ଲକ୍ଷ ଟଙ୍କା ଜୋରିମାନା କରିଛନ୍ତି।
ଏହି ଜୋରିମାନା ଅର୍ଥ ରାଜ୍ୟ ଉପଭୋକ୍ତା କଲ୍ୟାଣ ପାଣ୍ଠିରେ ଜମା କରାଯିବ। ତେବେ ବନ୍ଧୁଗଣ ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ଦାମ ନେଇ ଫସିଲେ ମଦ ବେପାରୀ। 
ଏବେ ମଦ ବେପାରୀ ଉପରେ ପଡ଼ିଛି ୨୦ ଲକ୍ଷ ଟଙ୍କାର ଜୋରିମାନା। ଅବକାରୀ ବିଭାଗ ପକ୍ଷରୁ ଦୋକାନକୁ ସିଲ୍ କରାଯାଇଛି। ସୂଚନା ଅନୁଯାୟୀ, କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ରାମଦାସପୁର ରେ ଥିବା
ଏହି ବିଦେଶୀ ଠିପି ବନ୍ଦ ମଦ ଦୋକାନକୁ ସିଲ୍ କରିଛି ପୋଲିସ। କିଛି ଦିନ ପୂର୍ବରୁ ଜଣେ ଗ୍ରାହକକୁ ଗୋଟିଏ ବିଅର୍ ର ଦମ୍ ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ୧୦ ଟଙ୍କା ଦର ରେ ବିକ୍ରି କରିଥିଲେ ଏହି ମଦ ବେପାରୀ ଜଣକ। 
ବନ୍ଧୁଗଣ ବାରଙ୍ଗ ଅନ୍ତର୍ଗତ ଗୋଡ଼ିସାହି ରାମଦାସପୁର ରେ ଥିବା ଏକ ମଦ ଦୋକାନରୁ ଅଭିଯୋଗକାରୀ ଦୁଇ ବୋତଲ ବିଅର ଆଣିଥିଲେ। ଗୋଟିଏ ବିଅର ର ମୂଲ୍ୟ ୧୫୦ ଟଙ୍କା।
ଆଉ ଅନ୍ୟ ବିଅର ର ମୂଲ୍ୟ ୨୧୦ ଟଙ୍କା ରହିଥିଲା। ତେବେ ଆବେଦକାରୀଙ୍କୁ ୩୬୦ ଟଙ୍କା ଦେବାକୁ ପଡ଼ିଥାନ୍ତା। କିନ୍ତୁ ମଦ ଦୋକାନୀ ପ୍ରତ୍ୟେକ ବିଅର ଉପରେ ଅଧିକ ୧୦ ଟଙ୍କା ଦାବି କରୁଥିଲେ। 
ଏହାଫଳରେ ସେହି ଗ୍ରାହକ ଜଣକ ଖାଉଟି ଅଦାଲତର ଦ୍ବାରସ୍ଥ ହୋଇଥିଲେ। ତେବେ ଖାଉଟି ଅଦାଲତ ଉକ୍ତ ଦୋକାନୀକୁ ୨୦ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଖବର ମିଳିବା ପରେ ଉକ୍ତ ଦୋକାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ବର୍ତ୍ତମାନ ଦୋକାନକୁ ସିଲ୍ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ଅବକାରୀ ଏସପି ଦେବାଶିଷ ପଟେଲ।