କୋଳରେ ଛୁଆଦେଇ ଜୀବନ ନଷ୍ଟ କରି ବାହାର କରିଦେଲା ଘରୁ ଦେଖନ୍ତୁ ଏହି ହୃଦୟ ବିଦାରକ ଦୃଶ୍ୟ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦିନକୁ ଦିନ ସମାଜରେ ଅଜବଗଜବ ଘଟଣା ସବୁ ଘଟିଚାଲିଛି। ଦୁନିଆ ଯେତେ ଆଗାଉଛି, ସେତିକି ସେତିକି ମଣିଷ ନିଷ୍ଠୁର ପାଲଟି ଯାଉଛି। ସମସ୍ତେ ନିଜ ସୁଖ ସୁବିଧା ପାଇଁ ମନ୍ଦ କାର୍ଯ୍ୟ କରିବା ପାଇଁ ପଛଉନାହାନ୍ତି।
ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆର ଯୁବପିଢି ଏମିତି କିଛି କାରନାମା କରିବାକୁ ଉଦ୍ୟମ କରୁଛନ୍ତି, ଯାହାଦ୍ୱାରା ସେମାନେ ଚର୍ଚ୍ଚାକୁ ଆସୁଛନ୍ତି। 
ତେବେ ବନ୍ଧୁଗଣ ବଧୁସାଜି ନାଲି ଓଢ଼ଣା ଦେଇ ଶାଶୁ ଘରକୁ ଝିଅ ଯାଇଥିଲା। ଶାଶୁ ଘରକୁ ଗଲେ ତାଙ୍କର ଝିଅ ହୋଇ ରହିବି। ହେଲେ ବାହାଘରର କିଛି ଦିନ ପରେ ସବୁ କିଛି ବଦଳି ଗଲା।
ନିଜ ସ୍ୱାର୍ଥ ହାସଲ କରିବା ପରେ ଏବେ ସ୍ୱାମୀ ପର କରିଦେଲା। ମନ ଭରିଗଲା ପରେ ନିର୍ଯ୍ୟାତନା ଦେଇ ଶେଷରେ ଘରୁ ବାହାର କରିଦେଲା। ଏବେ ସ୍ତ୍ରୀ ଛୋଟିଆ ଝିଆଟିକୁ ଧରି ଶୀତ କାରରେ ପର ଘର ଦୂଆରେ ପଡିରୁଛନ୍ତି।
ତେବେ ବନ୍ଧୁଗଣ ଏହି ଦୟନୀୟ ଘଟଣା ଦେଖିବାକୁ ମିଳୁଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳୀ ଥାନା ଅନ୍ତର୍ଗତ ଜୁଆଣିଆ ଗ୍ରାମରେ। ସେହି ଗ୍ରାମର ଗଣନାଥ ମଳିକଙ୍କ ପୁଅ ଗୌତମ ମଳିକଙ୍କୁ ପାଞ୍ଚ ବର୍ଷ ପୂର୍ବେ ବିବାହ କରିଥିଲେ ଆରତୀ। ଆଉ ତାଙ୍କର ଝିଅ ଟିଏ ଜନ୍ମ ହୋଇଥିଲା।
ଝିଅ ଜନ୍ମ ହେଲା ବୋଲି ଶାଶୁ ଶଶୁର ସ୍ଵାମୀ ମିଶି ଆରତୀଙ୍କୁ ନିର୍ଯ୍ୟାତନା ଦେଇ ଆସୁଥିଲେ। ଆଉ ଆଜି ତାଙ୍କୁ ଘରୁ ବାହାର କରି ଦେଇଛନ୍ତି ତେବେ ଏନେଇ ଆଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଆରତୀ। 
ତାଙ୍କୁ ଘରୁ ବାହାର କରି ଦେଇଥିବା ବେଳେ ଛୋଟ ଛୁଆକୁ ନେଇ ପାଖ ପଡୋଶିଙ୍କ ଘରେ ଆଶ୍ରୟ ନେଉଛନ୍ତି। ଆଖ ପାଖ ପଡୋଶୀ ଆଉ ମହିଳା ପୁରୁଷ ମାନେ ଆରତୀଙ୍କୁ ସାଥ ଦେଇଥିବା ଦେଖିବାକୁ ମିଳୁଛି।
ଏପଟେ ଆଳୀ ଥାନାର ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ହେଲେ ସ୍ଵାମୀ ବର୍ତ୍ତମାନ ଫେରାର ଅଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଦେଖିବାକୁ ବାକି ରହିଲା ଏହି ଘଟଣା ଟି କେଉଁ ମୋଡ଼ ନେଉଛି ଆଉ ପୋଲିସ କେଉଁ ପଦେକ୍ଷପ ଗ୍ରହଣ କରୁଛି।