ଜେଲ ରେ ଟିକେ ସ୍ତ୍ରୀ ସହ କ‌ଥା ହେବାକୁ ଚାହିଁଲେ କେଜରିୱାଲ... ହେଲେ ବିରକ୍ତି ହେଇ ଭଗବତ୍ ଗୀତା ଦେଇ ପଢିବାକୁ କହିଲେ ଜେଲର

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜେଲ୍ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍। ରିମାଣ୍ଡ ସରିବା ପରେ ଆଜି ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟରେ ହାଜର କରିଥିଲା ଇଡି। ମାମଲା ଶୁଣାଣି ହେବା ପରେ ଆସନ୍ତା ୧୫ ତାରିଖ ଯାଏଁ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।
ଏପ୍ରିଲ ୧୫ ତାରିଖରେ ପରବର୍ତ୍ତି ଶୁଣାଣି ହେବ। ସେ ଯାଏଁ ତିହାର ଜେଲରେ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଦିଲ୍ଲୀ ମଦ ନୀତିରେ ଦୁର୍ନୀତି ଅଭିଯୋଗ ମାମଲାରେ ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। 
କେଜ୍ରିୱାଲକୁ ଗିରଫ କରି ୬ ଦିନ ଧରି ପଚରାଉଚରା କରିଥିଲା ତଦନ୍ତକାରୀ ସଂସ୍ଥା। ଗତ ୨୧ ତାରିଖରେ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରିଥିଲା ଇଡି।
ଦିଲ୍ଲୀ ବାସଭବନରେ ପଚରାଉଚରା ପରେ କେଜରିୱାଲଙ୍କୁ ଗିରଫ କରାଯାଇଥିଲା। ଆଜିର ଶୁଣାଣି ସମୟରେ ବରିଷ୍ଠ ଓକିଲ ବିକ୍ରମ ଚୌଧୁରୀ ଏବଂ ରମେଶ ଗୁପ୍ତା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପାଇଁ ହାଜର ହୋଇଥିଲେ। 
ସେମାନେ ଅରବିନ୍ଦ କେଜ୍ରିୱାଲଙ୍କ ତରଫରୁ ପାଞ୍ଚଟି ଅନୁରୋଧ କରିଛନ୍ତି। ଦଶମ ସମନ ପରେ ମନିଲଣ୍ଡ୍ରିଂ ଆକ୍ଟ ଧାରା ୫୦ ଅନୁଯାୟୀ ଜେରା ଚଳାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୂର୍ବରୁ ତତ୍କାଳୀନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସୋସିଦିଆ ଏବଂ ସାଂସଦ ସଞ୍ଜୟ ସିଂହ ଗିରଫ ହୋଇଥିବା ବେଳେ, ଏହି ଲିଙ୍କରେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା BRS ନେତ୍ରୀ କେ.କବିତା ମଧ୍ୟ ଗିରଫ ହୋଇଥିଲେ ।
ତେବେ ବନ୍ଧୁଗଣ ଜେଲରେ କେଜ୍ରିୱାଲଙ୍କୁ ଔଷଧ ଯୋଗାଇ ଦିଆଯିବ। ଜେଲ୍‌ରେ ତାଙ୍କୁ ତିନୋଟି ବହି ଯୋଗାଇ ଦିଆଯାଉ। ଭାଗବତ ଗୀତା, ରାମାୟଣ ଏବଂ ସାମ୍ବାଦିକ ନୀରଜା ଚୌଧୁରୀଙ୍କ ଦ୍ୱାରା କିପରି ପ୍ରଧାନମନ୍ତ୍ରୀମାନେ ନିଷ୍ପତ୍ତି ନିଅନ୍ତି।
କେଜ୍ରିୱାଲ ପିନ୍ଧିଥିବା ଏକ ଧାର୍ମିକ ଲକେଟ୍ ରଖିବାକୁ ଅନୁମତି ଦିଆଯିବ। ତାଙ୍କ ସ୍ୱାସ୍ଥ୍ୟ ଅନୁଯାୟୀ ସ୍ୱତନ୍ତ୍ର ଖାଦ୍ୟ ଦିଆଯିବ। କେଜ୍ରିୱାଲ ଜେଲରେ ଏକ ଟେବୁଲ ଏବଂ ଚେୟାର ମଧ୍ୟ ଦାବି କରିଛନ୍ତି।