ଯଦି ଆପଣ ପୋଷ୍ଟ ଅଫିସ ରେ ଟଙ୍କା ଜମା କରି ରଖୁଛନ୍ତି ଆସନ୍ତା ମାସ ସୁଦ୍ଧା ଆପଣ ହୋଇଯିବେ କୋଟିପତି... ଆସିଲା ଅଫର୍

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୋଷ୍ଟ ଅଫିସ ଯୋଜନାରେ ମିଳିବ ନୂଆ ଉପହାର। ବଢିଲା ସୁକନ୍ୟା ସମୃଦ୍ଧି ସ୍କିମ୍ ର ସୁଧ ହାର। ଅପରିବର୍ତ୍ତିତ ଛୋଟ ସଞ୍ଚୟ ଯୋଜନାର ସୁଧ ହାର ବଢ଼ିଛି।
ସୁକନ୍ୟା ସମୃଦ୍ଧି ଯୋଜନା ରେ ନିବେଶ କରୁଥିବା ନିବେଶକ ମାନଙ୍କୁ ସରକାର ନୁଆ ବର୍ଷରେ ଏକ ନୂଆ ଉପହାର ଦେଇଛନ୍ତି।୨୦୨୩-୨୪ ଆର୍ଥିକ ବର୍ଷରୁ ଚତୁର୍ଥ ତ୍ରୟମାସିକ ରୁ ଏହି ସୁଧ ହାର ୮.୨ ପ୍ରତିଶତ କୁ ବୃଦ୍ଧି କରାଯାଇଛି।
ଏହାପରେ ତିନିବର୍ଷ ର ଜମା ଉପରେ ସୁଧ ହାର ୭ ପ୍ରତିଶତ ରୁ ୭.୧ ପ୍ରତିଶତ କୁ ବୃଦ୍ଧି କରାଯାଇଛି। ମାତ୍ର ଅନ୍ୟ ଛୋଟ ସଞ୍ଚୟ ଯୋଜନାରେ ସୁଧ ହାର ରେ କୌଣସି ପରିବର୍ତ୍ତନ ହୋଇ ନାହିଁ।PPA ପୁଣି ଥରେ ନିରାଶ ମଧ୍ଯ ହୋଇଛନ୍ତି।
ସୁଚନା ଅନୁସାରେ ଅର୍ଥ ମନ୍ତ୍ରାଳୟ ରେ ଜାନୁଆରୀ ରୁ ମାର୍ଚ୍ଚ ମଧ୍ୟରେ ୨୦୨୩- ୨୪ ପାଇଁ ସୁଧ ହାର ସମୀକ୍ଷା ଘୋଷଣା କରାଯାଇଛି। କ୍ଷୁଦ୍ର ସଞ୍ଚୟ ଯୋଜନା ମାଧ୍ୟମରେ କେବଳ ସୁକନ୍ୟା ସମୃଦ୍ଧି ଯୋଜନା ର ସୁଧ ହାରରେ ପରିବର୍ତନ କରାଯାଇଛି।
ବିଶେଷ କରି ଝିଅ ମାନଙ୍କ ପାଇଁ ଏହି ଯୋଜନାରେ ୮ ପ୍ରତିଶତ ରୁ ୮.୨ ପ୍ରତିଶତ କୁ ବୃଦ୍ଧି କରାଯାଇଛି। ଏହା ପୂର୍ବରୁ ମଧ୍ୟ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟ ମାସିକ ରେ ସୁକନ୍ୟା ସମୃଦ୍ଧି ଯୋଜନା ର ସୁଧ ହାର ୭.୬ ପ୍ରତିଶତରୁ ୮ ପ୍ରତିଶତ କୁ ବୃଦ୍ଧି କରାଯାଇ ଥିଲା।
ଅର୍ଥାତ ଚଳିତ ବର୍ଷ ସରକାର ଏହି ସୁଧ ହାର କୁ ୦.୬ ପ୍ରତିଶତ କ ବୃଦ୍ଧି କରିଛନ୍ତି। ଅନ୍ୟ କୌଣସି ଯୋଜନାରେ ସୁଧ ହାରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।
ସଞ୍ଚୟ ଜମା ଉପରେ ୪ ପ୍ରତିଶତ ସୁଧ ଉପଲବ୍ଧ ହେବ। ଏଭଳି ଜମା ରାଶି ଅନୁସାରେ ସୁଧ ପ୍ରତିଶତ ମଧ୍ଯ ବଢ଼ିବାକୁ ଲାଗିବ। ଏହା ଜମାକାରୀ ମାନଙ୍କ ପାଇଁ ବେଶ ଲାଭ ଦାୟକ ମଧ୍ଯ ହେବାପାଇଁ ଯାଉଛି।
ଏହି ସମ୍ପର୍କରେ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହି ଯୋଜନା ଆପଣଙ୍କୁ କିଭଳି ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।