ହେ ଭଗବାନ, ଲୋକ ର ହୃଦପିଣ୍ଡ ରେ ପଶିଗଲା ଛୁଞ୍ଚି, ବିରଳ ଅସ୍ତ୍ରୋପଚାର କଲା SCB ମେଡିକାଲ୍..

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଏସୀବି ବଡ଼ ମେଡିକାଲ ଏବେ ବିଶ୍ଵ ସ୍ତରୀୟ ହେବା ପାଇଁ ଯାଉଛି। ହେଲେ ବେଳେ ବେଳେ ଏହି ଏସୀବି ବଡ଼ ମେଡିକାଲ କୁ ନେଇ ବିଭିନ୍ନ ପ୍ରକାରର ଅବ୍ୟବସ୍ଥା ର ଚିତ୍ର ସାମ୍ନା କୁ ଆସିଥାଏ।
ଏହି ମେଡିକାଲ ର ବିଭିନ୍ନ ବିଭାଗରେ ବିଭିନ୍ନ ଅଭିଜ୍ଞ ଡକ୍ଟର ମାନେ ମଧ୍ୟ ରହିଛନ୍ତି। ହେଲେ ଗତ ରବିବାର ଦିନ ଯେଉଁ ଅପରେସନ ହୋଇଛି ତାହା ଏକ ବିରଳ ଅପରେସନ ଥିଲା।
ଏହି ଅପରେସନ ରେ ହୃଦପିଣ୍ଡ ରେ ଚାରି ଇଞ୍ଚ ର ଏକ ଛୁଞ୍ଚି ରହି ଯାଇଥିଲା। ତାହାପରେ ଏହାକୁ ଓପନ ହାର୍ଟ ସର୍ଜରୀ କରାଯାଇ ତିନି ଜଣିଆ ଡାକ୍ତରୀ ଟିମ୍ ଯିଏକି ବିଭାଗୀୟ ମୁଖ୍ୟ ରହିଛନ୍ତି ଡ଼ାକ୍ତର ମନୋଜ୍ ପଟ୍ଟନାୟକ ଙ୍କ ନେତୃତ୍ୱରେ ଏକ ଡ଼ାକ୍ତରୀ ଟିମ ଚାରି ରୁ ପାଞ୍ଚ ଘଣ୍ଟାର ଅପରେସନ ପରେ ବାହାରିଛି।
ବର୍ତ୍ତମାନ୍ ସେହି ରୋଗୀ ଜଣକ ମଧ୍ୟ ସମ୍ପୁର୍ଣ୍ଣ ଭାବରେ ସୁସ୍ଥ ଅଛନ୍ତି। ଅସାବଧାନତା ରେ ସୋଇଥିବା ସମୟରେ ଏକ ଛୁଞ୍ଚି ତାଙ୍କର ହୃଦପିଣ୍ଡ ରେ ପଶି ଯାଇଥିଲା ।
ଏହାପରେ ତାଙ୍କୁ ପ୍ରବଳ ଯନ୍ତ୍ରଣା ଅନୁଭବ ହୋଇଥିଲା। ଏହାପରେ ସେ ଭୁବନେଶ୍ୱର ୬ ନମ୍ବର୍ ହସ୍ପିଟାଲ ଯାଇଥିଲେ ଏବଂ ଏହାପରେ ଭୁବନେଶ୍ୱର ଏମ୍ସ ଯାଇଥିଲେ। ହେଲେ ସେ ସବୁ ଠାରେ ନିରାଶ ହୋଇଥିଲେ।
ଏହାପରେ ଶନିବାର ଦିନ ସେ ଏସୀବି ବଡ଼ ମେଡିକାଲ ଆସିଥିଲେ। ଏହାପରେ ଶନିବାର ଦିନ ହିଁ ତାଙ୍କୁ ଆଡ଼ମିଶନ କରାଯାଇ ଥିଲା। ଏହାପରେ ରବିବାର ଦିନ ତାଙ୍କ ଅପରେସନ କରାଯାଇଅଛି।
ଏହି ଘଟଣା ଯେତେବେଳେ ସାମ୍ନାକୁ ଆସୁଛି ସେତେବେଳେ ସାଧାରଣ ଲୋକଙ୍କ ସାବଧାନତା କଥା ମଧ୍ୟ ସାମ୍ନା କୁ ଆସୁଛି। ଏଥିପାଇଁ ସାଧାରଣ ଲୋକଙ୍କୁ ଏହା କହିବାକୁ ଚାହୁଁଛୁ କି ଯେତେବେଳେ ସେ ଛୁଞ୍ଚିର ବ୍ଯବହାର କରୁଛନ୍ତି
ସେତେବେଳେ ନିଶ୍ଚିତ ଭାବରେ ସେ ସାବଧାନତା ଅବଲମ୍ବନ କରିବା କଥା। ସେଭଳି ହେଉନାହିଁ ବୋଲି ଏବେ ଏଭଳି କିଛି ଘଟଣା ସାମ୍ନା କୁ ଆସୁଛି। ତେବେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।