ହିନ୍ଦୀ ଫିଲ୍ମ ଠାରୁ କମ ଖର୍ଚ୍ଚ ହେଲେ ସଫଳ ଦେଖନ୍ତୁ ଲାଗିଲା ଏତିକି ଟଙ୍କା

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଚନ୍ଦ୍ରଯାନ ୩ ଏବେ ଚନ୍ଦ୍ରରେ ପହଞ୍ଚିଛି । ଆଉ ଭାରତ ଏବେ ଏହି ଖବର ଦେଇ ସମସ୍ତଙ୍କୁ ଖୁସି କରିଛି । ଏବେ ଆପଣମାନେ ସମସ୍ତେ ଏନେଇ ଅନେକ ଖବର ଆସୁଥିବାର ବି ଦେଖିଥିବେ । ଗୋଟିଏ ଫିଲ୍ମ୍ କରିବା ପାଇଁ ଅନେକ କୋଟି ଟଙ୍କା ଦରକାର ପଡ଼ିଥାଏ । 
ଆଜିକାଲି ଦୁନିଆରେ କିଛି ବି ଜିନିଷ ବିନା ଟଙ୍କାରେ ହେଉ ନାହିଁ । ଆଉ ଗୋଟିଏ ଫିଲ୍ମ୍ ତିଆରି ହେବା ପାଇଁ ଅନେକ ଟଙ୍କା ଖର୍ଚ୍ଚ ହୋଇଥାଏ । ଏବେ ଯେଉଁ ଚନ୍ଦ୍ରଯାନ ୩ ଭାରତରୁ ଚନ୍ଦ୍ରକୁ ଛଡ଼ା ଯାଇଥିଲା । ସେଥିରେ ମଧ୍ୟ ଅନେକ ଟଙ୍କା ଖର୍ଚ୍ଚ ହୋଇଥିଲା ।
ଏବେ ଏହା ସଫଳ ହୋଇଛି ଏହି ଖବର ତ ସମସ୍ତେ ଜାଣିଥିବେ । ହିନ୍ଦୀ ଫିଲ୍ମ ଠାରୁ ଅଳ୍ପ ଖର୍ଚ୍ଚ କରି ଭାରତ ଚନ୍ଦ୍ରପୃଷ୍ଠରେ ପହଞ୍ଚି ପାରିଛି । ଋଷ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଚନ୍ଦ୍ରରେ ପହଞ୍ଚି ପାରିଲା ନାହିଁ । ଏବେ ବିଶ୍ୱରେ ଭାରତ ଦେଶର ପ୍ରଶଂସା ଚାଲିଛି । 
ସମସ୍ତେ ବାହା ବାହା କରୁଛନ୍ତି । ଏବେ ଚନ୍ଦ୍ରରେ ପହଞ୍ଚିଛି ଭାରତର ଚନ୍ଦ୍ରଯାନ ୩ । ଚନ୍ଦ୍ରରେ ପହଞ୍ଚି ଲ୍ୟାଣ୍ଡର ଠାରୁ ରୋବର୍ ବି ଅଲଗା ହୋଇ ସାରିଛି । ଆଉ ଏବେ ପାଣି ସନ୍ଧାନରେ ଲାଗି ପଡିଛି ଏହି ରୋବର । ଚନ୍ଦ୍ର ପୃଷ୍ଠରେ ବୁଲି ବୁଲି ଏବେ ଜୀବନର ସନ୍ଧାନ ଖୋଜୁଛି ।
ଆପଣମାନେ ଜାଣିଛନ୍ତି କି ଭାରତରେ ତିଆରି ହେଉଥିବା ହିନ୍ଦୀ ଫିଲ୍ମ୍ ଗୁଡ଼ିକ ତିଆରି ହେବା ପାଇଁ ଯେତେ ଟଙ୍କା ଲାଗିଥାଏ ତାଠାରୁ କମ୍ ଟଙ୍କା ଏହି ଚନ୍ଦ୍ରଯାନ ୩ ରେ ଖର୍ଚ୍ଚ ହୋଇଛି । ଋଷ ଦେଶ ହଜାର ହଜାର କରି ଟଙ୍କା ଖର୍ଚ୍ଚ କରି ଚନ୍ଦ୍ରରେ ପହଞ୍ଚି ପାରୁନାହିଁ । ଭାରତ ଋଷ ଠାରୁ ଅଧା ଟଙ୍କା ଖର୍ଚ୍ଚ କରି ଚନ୍ଦ୍ରରେ ପହଞ୍ଚିଛି । 
ଆଉ ଋଷର ସ୍ବପ୍ନ ଧୂଳିସାତ ହୋଇଥିବା ବେଳେ ଭାରତର ସ୍ବପ୍ନ ସାକାର ହୋଇଛି । ନିକଟରେ ଏବେ ଆଦିପୁରୁଷ ଫିଲ୍ମ୍ ରିଲିଜ୍ ହୋଇଥିଲା ଆଉ ଯାହା ବ୍ଲକ୍ ଅଫିସରେ ସୁପର ଡୁପର ଫ୍ଲପ୍ ହୋଇଥିଲା । ଆଉ ଏହି ଫିଲ୍ମରେ ୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏହି ଚନ୍ଦ୍ରଯାନ ୩ରେ ମାତ୍ର ୬୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।
ସବୁ ଦେଶ ଠାରୁ ଭାରତ କମ୍ ଟଙ୍କାରେ ଚନ୍ଦ୍ରରେ ପହଞ୍ଚି ପାରିଛି । ନିକଟରେ ଋଷର ଲୁନାର ୧୦୬୦ କୋଟି ଟଙ୍କା ଖର୍ଚ୍ଚ କରି ଚନ୍ଦ୍ରରେ ପହଞ୍ଚିବାର କିଛି ସମୟ ପରେ କ୍ରାସ ହୋଇ ଯାଇଥିଲା । ବିଜ୍ଞାନ କ୍ଷେତ୍ରରେ ଋଷ ଆଗୁଆ ଥିଲେ ମଧ୍ଯ ଏହା ଚନ୍ଦ୍ରରେ ପହଞ୍ଚି ପାରିନାହିଁ । ୧୩ ଦିନ ପର୍ଯ୍ୟନ୍ତ ଚନ୍ଦ୍ରଯାନ ୩ ଚନ୍ଦ୍ରରେ ପାଣି ଖୋଜିବ ବୋଲି ସୂଚନା ମିଳିଛି ।