ଶୋଇଥିଲେ ସ୍ଵପ୍ନା ହଠାତ୍ ମାଡ଼ି ଆସିଲା ବି-ଷଧର ସାପ ଆଉ ତା ପରେ ଘଟିଗଲା ବଡ଼ ଅଘଟଣ - Exclusive

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସାଧାରଣତଃ ବର୍ଷା ଦିନେ ସାପ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାନ୍ତି। ଯାହାଫଳରେ ସାପ ଆମକୁ କାମୁଡ଼ିଦେବା ଭୟରେ ଆମେ ଦେଖୁ ଦେଖୁ ହିଁ କିଛି ନଭାବି ସାପଟିକୁ ଆ-ଘା-ତ ପହଁଚାଇଥାଉ।
ତେବେ ପ୍ରାୟତଃ ସମୟରେ ଘରେ କିମ୍ବା ଘର ବାହାରେ ସାପକୁ ଦେଖିଲେ ଲୋକମାନେ ମାରିଦେଇଥାନ୍ତି। ଏହି ସମୟରେ ଯଦି ସାପ ଭୁଲବଶତଃ ନିକଟକୁ ଆସିଥାଏ, ତେବେ ଲୋକମାନେ ଅଧିକମାତ୍ରାରେ ଭୟଭୀତ ହୋଇ ପଡ଼ିଥାନ୍ତି। 
ଅନେକ ସ୍ଥାନରେ ଅଜାଣତରେ ସାପ ସଂସ୍ପର୍ଷରେ ଆସି ଅନେକ ଲୋକ ସାପ କାମୁଡାରେ ମୃ-ତ୍ୟୁ ବରଣ ମଧ୍ୟ କରିଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ସେହି ଭଳି ଏକ ଘଟଣା ସାମ୍ନାକୁ ଆସିଛି। ବନ୍ଧୁଗଣ ସାପ କାମୁଡାରେ ପ୍ରାଣ ହରାଇଛନ୍ତି ଜଣେ ଛାତ୍ରୀ।
ରାତିରେ ଶୋଇଥିବା ଅବସ୍ଥା ରେ ଛାତ୍ରୀଙ୍କୁ କମୁଡ଼ିଥିଲା ଏକ ବିଷଧର ସାପ। ଯାହାଫଳରେ ଛାତ୍ରୀଙ୍କ ମୃ-ତ୍ୟୁ ଘଟିଥିବା ଜଣାପଡିଛି। ତେବେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ବାରିଆ ଥାନା ନିଶ୍ଚିନ୍ତପୁର ଗାଁ ରେ। 
ଆଉ ମୃ-ତ-କ ଜଣକ ହେଉଛନ୍ତି ବଡପୋଷି ଗ୍ରାମର ସ୍ଵପ୍ନା ଲହର। ସ୍ଵପ୍ନା ମେସ ରେ ରହି ପାଟଣା କଲେଜ ରେ +୨ ବିଜ୍ଞାନ ରେ ପାଠ ପଢୁଥିଲେ। ଘର ଠାରୁ କଲେଜ ଦୂର ହୋଇଥିବାରୁ ସ୍ଵପ୍ନା ଅନ୍ୟଜଣେ ଛାତ୍ରୀଙ୍କ ସହ ପାଟଣା ସ୍ଥିତ ଲକ୍ଷ୍ମୀପ୍ରିୟା ମେସ ରେ ରହୁଥିଲେ।
ସୂଚନା ଅନୁଯାୟୀ, ବୁଧବାର ରାତିରେ ସ୍ଵପ୍ନା ଓ ଅନ୍ୟଜଣେ ଛାତ୍ରୀ ମେସ୍ ର ଚଟାଣରେ ସୋଇଥିବା ସମୟରେ ବିଳମ୍ବିତ ରାତିରେ ଏକ ବିଷଧର ସାପ ସ୍ଵପ୍ନାକୁ ଚୋଟ ମାରିଥିଲା। ତେବେ ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। 
ଯେଉଁଠାରେ କି ଚିକିତ୍ସାଧିନ ଅବସ୍ଥାରେ ସ୍ଵପ୍ନା ମୃ-ତ୍ୟୁ ହୋଇଥିଲା। ତେବେ ବନ୍ଧୁଗଣ ପୂର୍ବରୁ ଏହିଠାରେ ୩ ଜଣ ଛାତ୍ର ଛାତ୍ରୀଙ୍କ ମୃ-ତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରୁ ଦୁଇ ଜଣ ଛାତ୍ରୀ ଏବଂ ଆଉ ଜଣେ ଛାତ୍ର ବୋଲି କୁହାଯାଉଛି।
ଏମାନେ ଗାଁ ରେ ଥିବା ଏକ କୋଚିଙ୍ଗ ସେଣ୍ଟର୍ ରେ ରାତ୍ରୀରେ ସୋଇଥିବା ସମୟରେ ଏକ ବିଷଧର ସାପ ଆସି ଚୋଟ ମାରିଥିଲା। ଯାହାଫଳରେ ତିନି ଜଣ ଛାତ୍ର ଛାତ୍ରୀଙ୍କ ମୃ-ତ୍ୟୁ ହୋଇଥିଲା ବୋଲି ସୂଚନା ମିଳିଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଖବରଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।