ହାଫ୍ ପ୍ୟାଣ୍ଟ ପିନ୍ଧି ଦୋକାନରେ ପଶିଲେ ଶେଷରେ ଏମିତି କରି ଚାଲିଗଲେ ଦେଖନ୍ତୁ ସାମ୍ନାକୁ ଆସିଲା ସାଙ୍ଘାତିକ ଚୋରି

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦିନକୁ ଦିନ ସମାଜରେ ଅଜବଗଜବ ଘଟଣା ସବୁ ଘଟିଚାଲିଛି। ଦୁନିଆ ଯେତେ ଆଗାଉଛି, ସେତିକି ସେତିକି ମଣିଷ ନିଷ୍ଠୁର ପାଲଟି ଯାଉଛି।
ସମସ୍ତେ ନିଜ ସୁଖ ସୁବିଧା ପାଇଁ ମନ୍ଦ କାର୍ଯ୍ୟ କରିବା ପାଇଁ ପଛଉନାହାନ୍ତି। ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆର ଯୁବପିଢି ଏମିତି କିଛି କାରନାମା କରିବାକୁ ଉଦ୍ୟମ କରୁଛନ୍ତି, ଯାହାଦ୍ୱାରା ସେମାନେ ଚର୍ଚ୍ଚାକୁ ଆସୁଛନ୍ତି। 
ଚୋର ଚୋରି କରିବା ପାଇଁ ସବୁବେଳେ ନୂଆ ନୂଆ ତରିକା ବିଷୟରେ ଭାବିଥାଏ। କିପରି ସହଜରେ ଏବଂ କମ୍ ସମୟ ଭିତରେ ନିଜର କାରନାମା କରି ଚମ୍ପଟ ମାରିବ ତାହା ମଧ୍ୟ ଚିନ୍ତା କରିଥାଏ।
କିଏ ଚୋରି କରି ଧାରା ପଡିଥାନ୍ତି ତ ଆଉ କେହି ଚୋରି କରି ଖସି ଯାଇଥାଆନ୍ତି। ତେବେ ବନ୍ଧୁଗଣ ପ୍ରତିଦିନ ଚୋରୀ ଆଉ ଚୋରକୁ ନେଇ ଅନେକ ଖବର ସାମ୍ନାକୁ ଆସିଥାଏ। ବର୍ତ୍ତମାନ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି। 
ବନ୍ଧୁଗଣ ଚୋରଙ୍କ ଚୋରି କାରନାମା ଏବେ ବଢୁଛି। ଶୀତୁଆ ରାତିରେ ସମସ୍ତେ ନିଘୋଡ଼ ନିଦରେ ସୋଇଥିବା ବେଳେ ଦୋକାନ ରେ ପଶି ଅଭଳି କାରନାମା କରୁଛନ୍ତି।
ପ୍ରତିଦିନ ଦୋକାନ ଉପରେ ନଜର ରଖୁଛନ୍ତି ଚୋର ଆଉ ମଉକା ଦେଖି ସବୁ ଲୁଟି ନେଉଛନ୍ତି। ତେବେ ବନ୍ଧୁଗଣ ଏଭଳି କିଛି ଘଟଣା ଏବେ ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା କାଏମା ରୋଡ଼ରେ ଥିବା ମହାବୀର ଟ୍ରେଡର୍ସ ସିମେଣ୍ଟ ଦୋକାନରୁ। 
ଗତ କାଲି ରାତିରେ ଦୋକାନର ଝରକା ଗ୍ରିଲ କାଟି ଅଫିସ ଭିତରେ ପଶି କ୍ୟାସରୁ ୨୫ ହଜାର ଟଙ୍କା ନେଇଯାଇଥିବା ସିସିଟିଭିରେ ରେକର୍ଡ ହୋଇଛି। ସକାଳୁ ଦୋକାନ ମାଲିକ ଦେଖିଥିଲେ ଝରକା ଗ୍ରିଲ କଟା ଯାଇଛି ଆଉ କ୍ୟାସ ବକ୍ସରେ ଟଙ୍କା ମଧ୍ୟ ନାହିଁ।
ଏହାପରେ ଦୋକାନ ମାଲିକ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଆଉ ସିସିଟିଭି ଫୁଟେଜ ଯାଞ୍ଚ କରି ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।