ଗୁଟୁଖା ରେ ମିଶୁଛି କାଚଗୁଣ୍ଡ : ଏଥିପାଇଁ ସାତ୍ୱକି ମିଶ୍ର ଙ୍କୁ ହେଲା କ୍ୟାନ୍ସର

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ମୁଖ କର୍କଟ ରୋଗ ପାଇଁ ଅନେକ ରୋଗୀ ବହୁତ୍ ହଇରାଣ ହୋଇ ଥାଆନ୍ତି ସେମାନଙ୍କୁ ଖୁବ୍ କଷ୍ଟ ସହିବାକୁ ପଡ଼ିଥାଏ। ଏହି ସମ୍ପର୍କରେ ଡ଼ାକ୍ତର ଅପର୍ଣ୍ଣା ଦାସ କହିଛନ୍ତି
ଅନେକ ସମୟରେ ସେ ମୁଖ କର୍କଟ ସମ୍ପର୍କରେ କହିଲେ ମଧ୍ୟ ଲୋକମାନେ ଏହାକୁ ଶୁଣନ୍ତି ନାହିଁ। ଅବହେଳା ହିଁ ହେଉଛି ସବୁକିଛି ର କାରଣ। ଗୁଟକା ରେ କାଚ ଗୁଣ୍ଡ ମିଶୁଚି ସେଥିପାଇଁ ଆମେ ଯଦି ଏହାକୁ ଘଣ୍ଟା ଘଣ୍ଟା ଧରି ପାଟିରେ ରଖୁଚେ,
ତାହା ଦ୍ବାରା ପାଟିରେ ଅନେକ ସ୍ଥାନ ଛୋଟ ଛୋଟ କଟି ଯାଇଥାଏ। କାରଣ ଆମର ପାଟି ର ଚମଡା ଖୁବ ପତଳା ହୋଇଥାଏ। ଆଉ ଗୁଟକା ଯେଉଁ ମାନେ ଖାଆନ୍ତି ତାଙ୍କୁ ଯେତେ କହିଲେ ମଧ୍ୟ ସେମାନେ ଆଉ ସେହି ଅଭ୍ୟାସ କୁ ଆଦୌ ଛାଡ଼ି ପାରନ୍ତି ନାହିଁ।
ଏହାଦ୍ବାରା ଧୀରେ ଧୀରେ ଯାହା ଖାଇଲେ ବି ପାଟି ପୋଡ଼ିବା ଆରମ୍ଭ ହୋଇ ଯାଏ। ସେମାନେ ମସଲା ମସଲି ଆଦୌ ଖାଇ ପାରନ୍ତି ନାହିଁ। ତାଙ୍କୁ ଏଥିପାଇଁ ଖୁବ ହଇରାଣ ହେବାକୁ ପଡ଼ିଥାଏ।
ତାହାକୁ ଖାଇବା ଦ୍ବାରା ପାଟିରେ ଏତେ କିଛି କ୍ଷତି କରୁଛି ମାନେ ପେଟ ଭିତରକୁ ଯାଇ ସେ ଅନେକ କିଛି କ୍ଷତି କରାଇ ଥାଏ। ଯାହା ଫଳରେ କି ଅନେକ ପ୍ରକାରର ରୋଗ ସେଠାରେ ମଧ୍ୟ ଉତ୍ପନ୍ନ ହୋଇଥାଏ।
ଯଦି ଆପଣ ପ୍ରଥମ ପ୍ରଥମ ଗୁଟକା ଖାଇବା ଆରମ୍ଭ କରିଛନ୍ତି ଆଉ ଆପଣଙ୍କୁ ଡ଼ାକ୍ତର କହୁଛନ୍ତି ତାହାକୁ ବନ୍ଦ କରି ଦିଅନ୍ତୁ। ଆଉ ଡ଼ାକ୍ତର ଚିକିତ୍ସା ପାଇଁ ଯାହା କିଛି ଦେଉଛନ୍ତି ତାହା କରିବା ମଧ୍ୟ ନିହାତି ଆବଶ୍ୟକ ଅଟେ।
ଏଭଳି ଚିକିତ୍ସା କରିବା ଦ୍ବାରା ହିଁ ସବୁ କିଛି ଠିକ ହୋଇ ଯିବ। ମାତ୍ର ପ୍ରଥମେ ଗୁଟକା ପ୍ରତି ଥିବା ଅଭ୍ୟାସ ବନ୍ଦ କରିବାକୁ ପଡିବ। ସେଥିପାଇଁ ତବାଖୁ ଆଦୌ ଖାଇବା ଉଚିତ ନୁହେଁ। କାରଣ ଏହା ଅନେକ ରୋଗ ସୃଷ୍ଟି କରି ଥାଏ।
ଆଉ ଯଦି ମୁଖ କର୍କଟ ହୋଇଥାଏ ତାହା ନିଶ୍ଚିତ ଭାବରେ ଅପରେସନ ହୁଏ ସେଥିପାଇଁ ତାହା ଦ୍ବାରା ମୁଖ ମଧ୍ୟ ପରିବର୍ତ୍ତନ ହୋଇ ଯାଇଥାଏ। ସେଥିପାଇଁ ଆପଣ ମାନେ ଆଦୌ ଗୁଟକା ଖାନ୍ତୁ ନାହିଁ।