ବାହାଘର ପରେ ଧୁମ୍ ଧାମରେ ସରିଲା ମିଷ୍ଟର ଗୁଲୁଆଙ୍କ ଭୋଜି ଦେଖନ୍ତୁ କିଏ କିଏ ଯୋଗ ଦେଲେ - Exclusive

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମିଷ୍ଟର ଗୁଲୁଆଙ୍କୁ ଆପଣମାନେ ୟୁଟୁବ୍ ରେ ନିଶ୍ଚିତ ଭାବରେ ଦେଖିଥିବେ। ୟୁଟୁବ୍ ଚ୍ୟାନେଲ୍ ଛଡା ସେ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।
ତେବେ ଦର୍ଶକ ବନ୍ଧୁ ତାଙ୍କର ପ୍ରକୃତ ନାମ ହେଉଛି ଆଶିଷ କୁମାର ଦାସ, କିନ୍ତୁ ଆପଣମାନଙ୍କ ନିକଟରେ ସେ ଅତି ପ୍ରିୟ ମିଷ୍ଟର ଗୁଲୁଆ ରୂପେ ପରିଚିତ। ମିଷ୍ଟର ଗୁଲୁଆଙ୍କୁ ଆପଣମାନେ ୟୁଟୁବ୍ ରେ ବିଭିନ୍ନ କମେଡି ଶୋ କରୁଥିବାର ଭିଡ଼ିଓ କ୍ଲିପ୍ ରେ ନିଶ୍ଚିତ ଭାବରେ ଦେଖିଥିବେ। 
ଗୁଲୁଆ ହେଉଛନ୍ତି ଜଣେ ସଫଳ ଅଭିନେତା। ସାରା ଓଡିଶା ବାସୀ ତାଙ୍କୁ ବହୁତ ଅଧିକ ଭଲପାନ୍ତି ଓ ସେ ଘରେ ଘରେ ପରିଚିତ ମଧ୍ୟ ଅଛନ୍ତି। ବର୍ତ୍ତମାନ ଏକ ଭିଡ଼ିଓ ଏବଂ କିଛି ଫୋଟୋ ଭାଇରାଲ ହେବାରେ ଲାଗିଛି
ଯେଉଁଥିରେ ସେ ବିବାହ କରି ସାରିଥିବା ଦେଖିବାକୁ ମିଳିଛି। ଏହା କୌଣସି ସୁଟିଂ ସେଟର ଭିଡ଼ିଓ ନୁହେଁ ବରଂ ସତରେ ଗୁଲୁଆ ବିବାହ କରିଥିବା ଜଣାପଡ଼ିଛି। ଗୁଲୁଆ ନିଜର ବାନ୍ଧବୀ ବର୍ଷାଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। 
ପୂର୍ବରୁ, ଦୁହେଁଙ୍କର ନିର୍ବନ୍ଧ ସରିଥିବା ବେଳେ କିଛି ଦିନ ମଧ୍ୟରେ ବାହାଘର ହେବ ବୋଲି ଫ୍ୟାନ୍ସମାନେ ଚାହିଁ ବସିଥିଲେ। ଭାଇରାଲ ହେଉଥିବା ଭିଡ଼ିଓରେ ଗୁଲୁଆ ଏବଂ ବର୍ଷାଙ୍କର ହାତଗଣ୍ଠି ପଡୁଥିବା ଦେଖିବାକୁ ମିଳିଥିଲା।
ଉଭୟେ ଏକ ମନ୍ଦିରରେ ବିବାହ କରିଛନ୍ତି। ତେବେ ବନ୍ଧୁଗଣ ମିଷ୍ଟର ଗୁଲୁଆଙ୍କ ବାହାଘର ସରିଗଲା କାଲି ଥିଲା ରିଶେପସନ। ଗୁଲୁଆ ନିଜ ରିସେପସନ ରେ ନାଲି ସୁଟ ବୁଟ ରେ ପୁରା ସୁନ୍ଦର ଲଗୁଛନ୍ତି। 
ଆଉ ବର୍ଷା ବି ନାଲି ଶାଢୀରେ ପୁରା ଚମକୁଛନ୍ତି। ଗୁଲୁଆଙ୍କ ରିସେପସନ ରେ ବହୁତ ସାରା ଖାଇବା ହେଇଥିଲା। ତାଙ୍କ ବାହାଘର ଭୋଜି ପାଇଁ କୌଣସି ମିଡିଆକୁ ଏଣ୍ଟ୍ରି ନଥିଲା।
ବନ୍ଧୁଗଣ ସୂଚନା ଅନୁଯାୟୀ ଗୁଲୁଆ କରୋନା ସମୟରେ ୟୁଟ୍ୟୁବରେ ଭିଡ଼ିଓ କରିବା ଆରମ୍ଭ କରିଥିଲେ। ତାଙ୍କର କମେଡି ଭିଡ଼ିଓ ସମସ୍ତଙ୍କୁ ପସନ୍ଦ ଆସିବାକୁ ଲାଗିଥିଲା। ପ୍ରଥମରୁ ହିଁ ତାଙ୍କୁ ବର୍ଷା ବହୁତ ସପୋର୍ଟ କରି ଆସିଥିବା ଗୁଲୁଆ କହିଛନ୍ତି।