କାହିଁକି ଗୋ ମୂତ୍ରରେ ସ୍ନାନ କରିବେ ପ୍ରଧାନମନ୍ତ୍ରୀ ମୋଦି ଦେଖନ୍ତୁ ସାମ୍ନାକୁ ଆସିଲା ଆଶ୍ଚର୍ୟ୍ଯ ଜନକ ଖବର

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅଯୋଧ୍ୟାରେ ଆସନ୍ତା ୨୨ ତାରିଖରେ ରାମ ମନ୍ଦିରରେ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା କରାଯିବ। ଏହାର ୭ ଦିନ ଆଗରୁ କାର୍ଯ୍ୟକ୍ରମକୁ ଆରମ୍ଭ କରିଦିଆଯାଇଛି। ଆଜି ହେଉଛି ତାହାର ଦ୍ୱିତୀୟ ଦିବସ। ହୋମ ଯଜ୍ଞରେ କମ୍ପୂଛି ଅଯୋଧ୍ୟା ନଗରୀ।
ଆଜି ଦ୍ୱିତୀୟ ଦିନରେ ରାମ ଲାଲା ମନ୍ଦିରରେ ପ୍ରବେଶ କରିବେ। ଏହା ପରେ ତାଙ୍କୁ ରାମ ଜନ୍ମଭୂମୀ ଭ୍ରମଣ କରାଯିବ ବୋଲି ସୂଚନା ରହିଛି। ଏହି ସମୟରେ ମନ୍ଦିରର ଗର୍ଭଗୃହକୁ ଶୁଦ୍ଧି କରଣ କରାଯିବ। ତେବେ ଏହି ସାତ ଦିନ ଯାକ ହୋମଯଜ୍ଞ ଜାରି ରହିବ। 
ତେବେ ବନ୍ଧୁଗଣ ଅଯୋଧ୍ୟା ରାମ ମନ୍ଦିରରେ ରାମ ଲାଲଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆମ ଭାରତର ପ୍ରିୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ଯଜମାନ ହୋଇଛନ୍ତି ଠିକ ସେତିକିବେଳେ ଜଚା ହେଉଛି ଯେ ଏଥର
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ଗୋବର, ଗୋମୂତ୍ର, ଘିଅ, କ୍ଷୀର ଆଦି ମିଶ୍ରଣରେ ସାନ୍ନ କରିବାକୁ ଯିବେ। ପ୍ରଥମେ ଯଜମାନ ରୂପେ ଅନିଲ ମିଶ୍ରା ଏବଂ ତାଙ୍କ ପତ୍ନୀ ଉଷା ମିଶ୍ରା ସାମିଲ ହୋଇଛନ୍ତି। ଏହି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଜାନୁୟାରୀ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। 
ଏଥିରେ ୫୦ ବୈଦିକ ପ୍ରତିକ୍ରିୟା ରହିଛି। ଅନୁଷ୍ଠାନ ପ୍ରାରମ୍ଭରେ ଯଜମାନ ମାନେ ସାନ୍ନ କରିବେ। ଆଉ ଏହି ସାନ୍ନ ୧୦ ପ୍ରକାରର ସାନ୍ନ ହେବ। ସଦାୟୁ ନଦୀ ଜଳରେ ଗାଁର କ୍ଷୀର, ଦହି, ଗୋବର, ଗୋମୂତ୍ର, ଘିଅ, କୁଶ ମିଶ୍ରିତ ଜଳରେ ସାନ୍ନ କରିବେ ଯଜମାନ ମାନେ।
ପଞ୍ଚଗୋବ୍ୟ ପ୍ରାସନ ପରେ ଯଜମାନଙ୍କ ବ୍ରତ ଆରମ୍ଭ ହେବ। ଯଜମାନଙ୍କ ଖାଦ୍ୟ, ପାନୀୟ, ବସ୍ତ୍ର ଆଦି ଶାସ୍ତ୍ର ଅନୁସାରେ ହେବ ବୋଲି କୁହାଯାଉଛି। ଭାରତର ପ୍ରିୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯଜମାନ ହେଉଥିବାରୁ ସିଏ ମଧ୍ୟ ସଦାୟୁ ନଦୀ ଜଳରେ ଗାଈର କ୍ଷୀର, ଦହି। 
ଏବଂ ଗୋବର, ଗୋମୂତ୍ର, ଘିଅ, କୁଶ ମିଶ୍ରିତ ଜଳରେ ସାନ୍ନ କରିବେ। ଭଗବାନ ଶ୍ରୀ ରାମଙ୍କୁ ମଧ୍ୟ ସଦାୟୁ ନଦୀର ପବିତ୍ର ଜଳରେ ସାନ୍ନ ମଧ୍ୟ କରାଯିବ। ପରେ ଯଜମାନ ଏବଂ ଆଚାର୍ଯ୍ୟ ରାମଲାଲାଙ୍କ ନେତ୍ରରେ ପଟି ବାନ୍ଧିବେ।
ଯାହାକୁ ଆସନ୍ତା ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୋଲିବେ। ପ୍ରାଣ ପ୍ରତିଷ୍ଠାର ସମସ୍ତ କାର୍ଯ୍ୟକ୍ରମ ଶାସ୍ତ୍ର ଅନୁସାରେ ହେବ। ଜାନୁୟାରୀ ୨୮ ତାରିଖରେ ଗର୍ଭ ଗୃହରେ ଭଗବାନଙ୍କ ପ୍ରତିମୂର୍ତ୍ତିକୁ ସ୍ଥାପନ କରାଯିବ।