ହେ ଭଗବାନ କେତେ ଦୁଃଖଦ ଘଟଣା ! ନିଜ କୁନି ଛୁଆ କୁ ଧରି ପାଣି କୁ ଡେଇଁଲା ବାପା

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏକ ବଡ଼ ଖବର ଆସି ପହଞ୍ଚିଛି କି ନିଜ ଛୁଆ କୁ ନେଇ ନଦୀ କୁ ଡେଇଁଛନ୍ତି ବାପା। କଟକ ସଦର ନିକଟ ସିଦୁଆ ନଦୀକୁ ଡେଇଁଲେ ବାପା। ଏବଂ ଛୁଆ କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ।
ହେଲେ ଏଯାଏଁ ବାପା ଙ୍କ ପତ୍ତା ମିଳି ପାରି ନାହିଁ। ପାରିବାରିକ କଲହକୁ ନେଇ ଆ-ତ୍ମ-ହ-ତ୍ୟା ଉଦ୍ୟମ କରିଥିବା କୁହା ଯାଉଛି। ନିଖୋଜ ଥିବା ବ୍ୟକ୍ତିଙ୍କ ଘର କନ୍ଦରପୁର ଅଞ୍ଚଳରେ ବୋଲି ଜଣା ପଡିଛି।
ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ନିଖୋଜ ଥିବା ବ୍ୟକ୍ତି ଜଣକୁ ଏବେ ମଧ୍ୟ ତାଙ୍କର ଖୋଜାଖୋଜି ଜାରୀ ରଖିଛନ୍ତି। ଯେତେବେଳେ ବାପା ଜଣକ ନିଜ କୁନି ଛୁଆ କୁ ଧରି ନଦୀ ମଧ୍ୟକୁ ଡେଇଁ ପଡ଼ିଥିଲେ
 ସେତେବେଳ ଗ୍ରାମବାସୀ ପ୍ରଥମେ ଛୋଟ ଛୁଆ ଟିକୁ ଉଦ୍ଧାର କରି ଦେଇଥିଲେ। ଆଉ ଏବେ ବର୍ଷା ପାଇଁ ମଧ୍ୟ ନଦୀର ସ୍ରୋତ ପ୍ରଖର ଅଛି ସେଥିପାଇଁ ସେହି କୁନି ଛୁଆ ଟିର ବାପା ପାଣି ଭିତରେ ହଠାତ୍ ବୁଡି ଯାଇଥିଲେ।
ଆଉ ସେଥିପାଇଁ ସ୍ଥାନୀୟ ଲୋକ ମାନେ ତାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇ ନଥିଲେ। କିଛି ସମୟ ପରେ ସେଠାରେ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ମଧ୍ୟ ଆସି ପହଞ୍ଚି ଥିଲେ ଆଉ ସେଠାରେ ଖୋଜାଖୋଜି କରିବା ମଧ୍ଯ ଆରମ୍ଭ କରି ଦେଇଥିଲେ।
ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ସେଠାରେ ଉକ୍ତ ବ୍ୟକ୍ତି ଜଣକ ଙ୍କ କୌଣସି ପତ୍ତା ମିଳିନାହିଁ। ସ୍ଥାନୀୟ ଲୋକେ ଏହା କହିଛନ୍ତି ହଠାତ୍ ବାପା ତାଙ୍କର କୁନି ଛୁଆ କୁ ନେଇ ସିଦୁଆ ନଦୀ କୁ ଡେଇଁ ପଡ଼ିଥିଲେ।
ସେମାନଙ୍କ ମଧ୍ୟରେ ପାରିବାରିକ କଳହ କୁ ନେଇ ବାପା ତାଙ୍କ ଝିଅ କୁ ନେଇ ଏଭଳି ଏକ ପଦକ୍ଷେପ ଉଠାଇ ଥିବା କୁହା ଯାଉଛି। ଝିଅ କୁ ଉଦ୍ଧାର କରାଯାଇ ଥିଲା ବେଳେ ବାପା ଙ୍କ କୌଣସି ପ୍ରକାରର ସନ୍ଧାନ ମିଳି ପାରି ନାହିଁ।
ଏହି ପାରିବାରିକ କଳହ ସମ୍ପର୍କରେ ଆପଣ ମାନେ ଅନେକ ଖବର ପୁର୍ବରୁ ମଧ୍ୟ ଦେଖିଥିବେ। ଏଥିରେ ଛୋଟ ଛୋଟ ପିଲା ମାନଙ୍କର କିଛି ଭୁଲ୍ ନଥାଇ ମଧ୍ୟ ତାଙ୍କର ଜୀବନ ଅସୁବିଧାରେ ପଡ଼ିଥାଏ।