ଗରିବ ଙ୍କୁ ସାହାଯ୍ୟ କରିବାରେ ବିଶ୍ଵ ରେ ଆଗରେ ଆମ ମୁଖ୍ୟମନ୍ତ୍ରୀ ନବୀନ, ଗରିବ ଲୋକ ଆଉ ବ୍ୟାଙ୍କ୍ ଯିବନି ଏଥର ଗାଆଁ ରେ ହେବ "ଆମ ବ୍ୟାଙ୍କ୍"

 
ନମସ୍କାର ପାଠକ ବନ୍ଧୁ।ରାଜ୍ୟ ସରକାର ଆଉ ଏକ ଯୋଜନା ର ଶୁଭାରମ୍ଭ କରିଛନ୍ତି। ଏଥର ଗାଁ ର ଲୋକ ମାନେ ସହର ର ଲୋକ ଙ୍କ ଭଳି ସବୁ ସୁବିଧା ସୁଯୋଗ ପାଇ ପାରିବେ।ଆଗକୁ ନିର୍ବାଚନ ରହିଛି ସେଥିପାଇଁ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ନୂଆ ନୂଆ ନିୟମ ପ୍ରଣୟନ କରୁଛନ୍ତି।
ଯାହା ଦ୍ଵାରା ଲୋକ ମାନେ ସୁଖ ରେ ରହିବେ।ଏବେ ପ୍ରତ୍ୟେକ ଗାଁ କୁ ବ୍ୟାଙ୍କ ବ୍ୟବସ୍ଥା ଯୋଗାଇ ଦିଆ ଯିବ।ଲୋକ ମାନଙ୍କୁ ଆଉ ବହୁ ଦୂର କୁ ଯିବାକୁ ପଡିବ ନାହିଁ।
ସୂଚନା ଅନୁସାରେ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଗତ କାଲି ଏକ ନୂତନ ଯୋଜନା ପ୍ରଣୟନ କରିଛନ୍ତି।ଏଣିକି ହାତ ପାହାନ୍ତା ରେ ବ୍ୟାଙ୍କ୍ ସୁବିଧା ଉପଭୋଗ କରିବେ ଲୋକ ମାନେ।
ଗାଁ ଗାଁ ରେ ବ୍ୟାଙ୍କ୍ ସେବା ଯୋଗାଇ ଦିଆ ଯିବ।ଆମ ବ୍ୟାଙ୍କ ଯୋଜନା ସରକାର କାର୍ଯ୍ୟକାରୀ କରିବେ ।ଏଥିରେ ୬ ଟି ରାଷ୍ଟ୍ରାୟତ ବ୍ୟାଙ୍କ ସାହାର୍ଯ୍ୟ କରିବେ। ଯାହାର ଲାଭ ଉଠାଇବେ ଲୋକ ମାନେ।
ଆମ ରାଜ୍ୟ ର ଏଭଳି କିଛି ସ୍ଥାନ ରହିଥିଲା।ଯେଉଁ ଠାରେ ଲୋକ ମାନେ ବ୍ୟାଙ୍କ ର ସୁବିଧା ପାଇ ପାରୁ ନ ଥିଲେ।ହେଲେ ଏବେ ସେହି ସମସ୍ୟା ଦୂର ହୋଇ ଯିବ।ଗାଁ ଅଞ୍ଚଳ କୁ ଆର୍ଥିକ କାରବାର ରେ ସାହାର୍ଯ୍ୟ କରିବା ଏହି ଯୋଜନା ର ଲକ୍ଷ୍ୟ।ଆମରାଜ୍ୟ ର ୪୩୬୫ ସ୍ଥାନ ରେ।
ବ୍ୟାଙ୍କ ବ୍ୟବସ୍ଥା ନାହି।ସେଠାରେ ଲୋକ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉ ଥିଲେ।ହେଲେ ଏବେ ସେହି ସମସ୍ୟା କୁ ଦୂର କରିବେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ।ଏଥିପାଇଁ ରାଜ୍ୟ ସରକାର ବ୍ୟାଙ୍କ ଗୁଡ଼ିକୁ ବିନା ମୂଲ୍ୟ ରେ ଘର ଯୋଗାଇ ଦେବେ।
ଏକ ବର୍ଷ ପାଇଁ ରାଜ୍ୟ ସରକାର ସ୍ଥାୟୀ ଖର୍ଚ୍ଚ ଦେବେ।ଯାହା ଫଳ ରେ ଲୋକ ମାନେ ସୁବିଧା ଉପଭୋଗ କରିବେ।୨୦୨୪ ମସିହା ସୁଦ୍ଧା ସବୁ ପଞ୍ଚାୟତ କୁ ବ୍ୟାଙ୍କ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।ଏବେ ଦେଖିବାକୁ ବାକି ରହିଲା ଏହା କେବେ ସମ୍ପୂର୍ଣ୍ଣ ହେଉଛି।