ଗାଡି ଆଗରେ ସାମାନ୍ୟ ଛୋଟ ପଥର ହେଲା କାଳ, ଧଉଳି ଗଣନାଟ୍ୟ ର ଟ୍ରକ୍ ହେଇଗଲା ଚୁନା...

 
ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର।ପୁଣି ଥରେ ଯାତ୍ରା କଳାକାର ମାନଙ୍କ ଟ୍ରକ୍ ଓଲଟି ପଡ଼ିଛି। ଡ୍ରାଇଭର ଙ୍କ ସାମାନ୍ୟ ଭୁଲ ପାଇଁ ଚାଲି ଯାଇଛି ୬ ଜଣ ଙ୍କ ଜୀବନ।ଏ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି।ସେଠାରେ ଥିବା ଲୋକ ମାନେ ଟ୍ରକ୍ ତଳୁ ଲୋକ ମାନଙ୍କୁ ଉଦ୍ଧାର କରୁଛନ୍ତି।
ଧଉଳି ଗଣନାଟ୍ୟ ର ଟ୍ରକ୍ ଓଲଟି ପଡ଼ିଛି।ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଗାଁ ରେ।ସେଠାରେ ଘାଟି ତଳକୁ ଖସି ପଡ଼ିଛି ଟ୍ରକ୍।ଯାହାକୁ ନେଇ ଏବେ ସେ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି।
ସୂଚନା ଅନୁସାରେ ସେହି ଅଞ୍ଚଳ ରେ ଗୋଟିଏ ଟ୍ରକ୍ ଯାତ୍ରା କଳାକାର ମାନଙ୍କୁ ନେଇ ଯାତ୍ରା କରିବା ପାଇଁ ଆସୁଥିଲା। ହଟାତ ଉକ୍ତ ଘାଟି ରେ ଡ୍ରାଇଭର ଜଣକ କହିଥିଲେ କି ଗାଡ଼ି ର ବ୍ରେକ ଧରୁ ନାହିଁ।ଏହା ପରେ ଯାତ୍ରୀ ମାନେ ସମସ୍ତେ ଭୟବିତ ହୋଇ ଯାଇଥିଲେ।
ସେମାନେ ଗାଡ଼ି ଡ୍ରାଇଭର ଙ୍କୁ କହିଥିଲେ କି ଗାଡ଼ି ଧୀରେ ଚଲାଅ।ଏହା ପରେ ହଟାତ ଉକ୍ତ ଘାଟି ରେ ଗାଡ଼ି ଟି ଓଲଟି ଯାଇଥିଲା।ଏ ଯାଏଁ ଏଥିରେ ୬ ଜଣ ଙ୍କ ମୃତ୍ୟୁ ହୋଇ ସାରିଛି।ଓ ୯ ଜଣ ଆହତ ଅଛନ୍ତି।ସେମାନଙ୍କୁ ସଙ୍ଗେ ସଙ୍ଗେ ବାରିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରା ଯାଇଛି।
କିଛି ଲୋକ ଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ବଡ ମେଡିକାଲ୍ କୁ ପଠା ଯାଇଛି।ମୟୂରଭଞ୍ଜ ଜିଲ୍ଲା ର ଗୋଟିଏ ଗାଁ ରେ ଧଉଳି ଗଣନାଟ୍ୟ ଗତ କାଲି ଗୋଟିଏ ଯାତ୍ରା କରିବାର ଥିଲା।ସେଥିପାଇଁ ସେମାନେ ସମସ୍ତେ ସେଠାକୁ ଯାଉଥିଲେ।
ହେଲେ ହଟାତ ସେମାନଙ୍କ ସହିତ ଏଭଳି କିଛି ଘଟଣା ଘଟିବ ବୋଲି କେହି ବି ବିଶ୍ଵାସ କରି ନ ଥିଲେ।ଘଟଣା ସ୍ଥଳ ରେ କେତେ ନୀରିହ ଜୀବନ ଚାଲି ଯାଇଛି।ଏ ଯାଏଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।ଲୋକ ଙ୍କୁ ଉଦ୍ଧାର କରିବା ପାଇଁ ଗୋଟିଏ ସାଇଁଟିଫିକ ଟିମ୍ ଗଠନ କରା ଯାଇଛି।
ଆହୁରି ମଧ୍ୟ ଟ୍ରକ୍ ତଳେ ଚାପି ହୋଇ ରହି ଥିବାର ସୂଚନା ରହିଛି।ଆଉ କିଛି ସମୟ ପରେ ସମସ୍ତ ଲୋକ ଙ୍କୁ ଟ୍ରକ୍ ତଳୁ ବାହାର କରି ଦିଆ ଯିବ।ଏତେ ବଡ ଘଟଣା ଘଟି ଯାଇ ଥିଲେ ସୁଦ୍ଧା
ଧଉଳି ଗଣନାଟ୍ୟ ର କୌଣସି ସଦସ୍ୟ ସେଠାରେ ଏ ଯାଏଁ ପହଞ୍ଚି ନାହାନ୍ତି।ଯାତ୍ରା କଳାକାର ମାନଙ୍କ ପରିବାର ଲୋକେ ମଧ୍ୟ ଏ ଯାଏଁ ଘଟଣା ସ୍ଥଳ ରେ ପହଞ୍ଚି ନାହାନ୍ତି।ଏ ନେଇ କୌଣସି ସୂଚନା ଏ ଯାଏଁ ଦିଆ ଯାଇ ପାରି ନାହି।