ଧନକୁ ଚୁମ୍ବକ ଭଳି ଟାଣି ଆଣିବ ଏହି ଉପାୟ ମାତ୍ର ଲୁଣରେ କରି ଦେଖନ୍ତୁ ଏହି ଗୋଟିଏ ଉପାୟ ଆଉ ଏହା ପରେ ଦେଖନ୍ତୁ ଚମତ୍କାର

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଲୁଣ ଏକ ସାଧାରଣ ଜିନିଷ ଯାହାକି ସମସ୍ତଙ୍କ ରୋଷେଇ ଘରେ ବହୁଳ ଭାବେ ବ୍ଯବହ୍ରୁତ ହୁଏ। ଏହି ସାଧାରଣ ଜିନିଷ କିଭଳି ମନୁଷ୍ୟକୁ ଧନୀ କରିପାରେ, ଏହା ଯେକେହି ଶୁଣିଲେ ଆଶ୍ଚର୍ଯ୍ୟ ହେବେ। କିନ୍ତୁ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହି ଲୁଣକୁ ବ୍ୟବହାର କରି ଯେକେହି ମଧ୍ୟ ଧନୀ ହୋଇପାରିବେ।
ଘରେ ମା’ ଲକ୍ଷ୍ମୀଙ୍କ ପ୍ରବେଶ ହେବା ସହ ଜୀବ ଖୁସିରେ ଭରିଯାଏ। ତେବେ ଚାଲନ୍ତୁ ଜାଣିବା ଲୁଣର କେଉଁ ଉପାୟ କରିବା ଦ୍ଵାରା ଆପଣଙ୍କ ଘରକୁ ଧନ ଚୁମ୍ବକ ଭଳି ଟାଣି ହୋଇ ଆସିବ। ଲୁଣକୁ ଷ୍ଟିଲ କିମ୍ବା ପ୍ଲାଷ୍ଟିକ ପାତ୍ରରେ ରଖିବା ଚନ୍ଦ୍ର ଓ ଶନିଙ୍କ ମିଳନ ବୋଲି କୁହାଯାଏ। 
ଯାହା ଅତ୍ୟନ୍ତ ଘାତକ ସାବ୍ୟସ୍ତ ହେବା ସହ ରୋଗ ଏବଂ ଶୋକର କାରଣ ସାଜିଥାଏ। ତେଣୁ ଲୁଣକୁ ସର୍ବଦା କାଚ ପାତ୍ରରେ ରଖିବା ଉଚିତ। ଆଜିକାଲିର ସର୍ବମୂଳରେ ଧନର ଆବଶ୍ୟକତା ରହିଛି। କେତେବେଳେ ରୋଜଗାର ଭଲ ହୁଏନାହିଁ ତ ଆଉ କେତେବେଳେ ଯେତେ ରୋଜଗାର ହେଲେ ମଧ୍ୟ ନିଅଣ୍ଟ ହୁଏ।
ଘରେ ଥିବା ନକରାତ୍ମକ ଊର୍ଜା ଏବଂ ବାସ୍ତୁଦୋଷ ଯୋଗୁଁ ଏଭଳି ହୋଇଥାଏ। ତେଣୁ ପ୍ରତି ସପ୍ତାହର ଗୁରୁବାର ଦିନକୁ ଛାଡି ଅନ୍ୟ କୌଣସି ଦିନ ପାଣିରେ କିଛି ଲୁଣ ମିଶାଇ ସେହି ପାଣିରେ ଘରକୁ ଲିପାପୋଛା କରନ୍ତୁ। 
ଏହା କରିବା ଦ୍ଵାରା ଘରର ନକରାତ୍ମକତା ଦୂର ହୋଇ ରୋଜଗାରର ମାର୍ଗ ଖୋଲିଯାଏ। ଘରର ଉନ୍ନତି ପାଇଁ ଏକ କାଚପତ୍ରରେ ଅଳ୍ପ ପାଣି ନେଇ ସେଥିରେ କିଛି ଲୁଣ ମିଶାଇ ଘରର ପୂଜାଘରର କୌଣସି ଏକ କୋଣରେ ରଖିଦିଅନ୍ତୁ।
ଏହାଦ୍ବାରା ଘରେ ସର୍ବଦା ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ପ୍ରତି ଶନିବାର ଦିନ ଏହି ପାଣିକୁ ବଦଳାଇ ଦିଅନ୍ତୁ। ଯଦି ଘରେ ସର୍ବଦା କଳହ ଲାଗି ରହୁଛି ତେବେ ଏକ କାଚ ପାତ୍ରରେ କିଛି ପାଣି ନେଇ ସେଥିରେ କିଛି ଲୁଣ ମିଶାଇ ଦିଅନ୍ତୁ ଓ କିଛି ସିନ୍ଦୂର ମଧ୍ୟ ମିଶାଇ ଦିଅନ୍ତୁ।
ଏହି ପାଣିକୁ ନିଜ ମୁଣ୍ଡରେ ସାତଘେରା ବୁଲାଇ ଦିଅନ୍ତୁ ଓ ଗାଢୁଆ ପାଣିରେ ସେହି ପାଣିକୁଆ ମିଶାଇ ଗାଧାନ୍ତୁ । ଯଦି ଆପଣ ଚାହୁଁଛନ୍ତି ଜୀବନ ସୁଖଶାନ୍ତିରେ ବିତୁ ଏବଂ ଘରେ କେବେବି ଧନର ଅଭାବ ନହେଉ ତେବେ ଏକ କାଚ ବୋତଲରେ କିଛି ଲୁଣ ନିଅନ୍ତୁ ଓ ସେଥିରେ ୫-୭ଟି ଲବଙ୍ଗ ମିଶାଇ ଦିଅନ୍ତୁ।
ଏହି ଡବାକୁ ରୋଷେଇ ଘରର କୌଣସି ସ୍ଥାନରେ ଲୁଚାଇ ରଖିଦିଅନ୍ତୁ। ଯେପରି ତାହା ଉପରେ କାହାର ନଜର ନପଡେ ଏବଂ କେହି ଏହାକୁ ଯେପରି ବ୍ୟବହାର ନକରେ। ଦେଖିବେ ଆପଣଙ୍କ ଘର ଧନଧାନ୍ୟରେ ପୂରି ଉଠିବ।