ହେ ଭଗବାନ, ୨ ଦିନ ଭିତରେ ହେବ ଭୀଷଣ ବର୍ଷା ଆଉ ଘଡଘଡି, ଓଡ଼ିଶା ରେ ଏଥର ବର୍ଷା ହେବାର ହେଇଯିବ ନୂଆ ରେକର୍ଡ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲାରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଅଧିକା ସ୍ଥାନରେ କୋହଲା ପାଗ ମଧ୍ୟ ଲାଗି ରହିବ।
ସମ୍ବଲପୁର ସହରରେ ୨୫.୧ ମିଲି ମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ବରଗଡ ର ୨୪.୨ , ବଲାଙ୍ଗୀର ଠାରେ ୨୩ ମିଲି ମିଟର , ନୟାଗଡ଼ ରେ ମଧ୍ୟ ୨୧.୬ ମିଲି ମିଟର ବର୍ଷା ରେକର୍ଡ କରାଯାଇଛି।
ଏଥି ସହ ଆଉ କେତେକ ସ୍ଥାନରେ ମଧ୍ୟ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ଟୁଇନ ସିଟି ଭୁବନେଶ୍ୱର ଏବଂ କଟକ ରେ ମଧ୍ୟ ମଧ୍ୟମ ଧରଣର ବର୍ଷା ହୋଇଛି। ଭୁବନେଶ୍ଵରରେ ୫.୧ ମିଲି ମିଟର ବର୍ଷା ରେକର୍ଡ କରାଯାଇଛି।
କଟକ ଠାରେ ୨.୪ ମିଲି ମିଟର ବର୍ଷା ରେକର୍ଡ କରାଯାଇଛି। ରାଜ୍ୟରେ ଅଧିକ ସ୍ଥାନରେ ସ୍ଵାଭାବିକ ବଦଳରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।ଆଗମୀ ୨୪ ଘଣ୍ଟା ମଧ୍ୟରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବ।
ଖାସ୍ କରି ଉତ୍ତର ଓଡ଼ିଶାରେ ହାଲୁକା ରୁ ମାଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି। ଆସନ୍ତା କାଲି ମଧ୍ୟ ଦକ୍ଷିଣ ଉପକୂଳ ରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବ।
କେନ୍ଦ୍ରାପଡ଼ା , ଜଗତସିଂହପୁର ଦକ୍ଷିଣ ଆଭ୍ୟନ୍ତରୀଣ ରେ କନ୍ଧମାଳ , ରାୟଗଡ଼ା , କୋରାପୁଟ ଏହି ସବୁ ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ୟେଲୋ ୱାର୍ଣିଂ ମଧ୍ୟ ଜାରୀ କରାଯାଇଅଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ପାଣିପାଗ ରେ ବିଶେଷ ପରିବର୍ତ୍ତନ ହେବ ନାହିଁ।
ପୁଣି ଥରେ ଥଣ୍ଡା ସ୍ଵାଭାବିକ ସ୍ଥିତି କୁ ଫେରିବାର ସମ୍ଭାବନା ରହିଛି। ହେଲେ ଦିନ ଓ ରାତି ତାପମାତ୍ରା ମଧ୍ୟରେ ତାରତମ୍ୟ ଯଥେଷ୍ଟ ଅଧିକ ରହିଛି। ଦିନ ତମାମ୍ ଥଣ୍ଡା ଅନୁଭୂତ ହେଉଛି।
ଆମେ ଯଦି ଦେଖିବା ଝାରସୁଗୁଡ଼ାରେ ଦିନ ତାପମାତ୍ରା ୧୮.୨ ଡିଗ୍ରୀ ସେଲସିୟସ ଥିଲା। ଆଜି ମଧ୍ୟ ଅନୁମାନ କରାଯାଉଅଛି ଉତ୍ତର ଓଡ଼ିଶାରେ ଦିନ ତାପମାତ୍ରା ୨୦° ସେଲସିୟସ ହେବ। ଟୁଇନ ସିଟି ରେ କୋହଲା ପାଗ ସହ ହାଲୁକା ବର୍ଷା ର ସମ୍ଭାବନା ରହିଛି।