ଦିଅର ଖୋଲିଦେଲା ଭାଉଜ ର ସବୁ ଗୁମର : ଶେଷରେ ଏମିତି ହୋଇଥଲା ପୁରା ଘଟଣା....

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭାଇକୁ ଧୋକା ଦେଇ ଭାଉଜର ଚୋରା ପିରତି ଚାଲିଥିଲା। ଏହାପରେ ଦିଅର ସବୁ ଦେଖି ଦେଇଥିଲା ଆଉ ସବୁ ଗୁମର ମଧ୍ୟ ସେ ଖୋଲି ଦେଇଥିଲା। ବିବାହ ପରେ ମଧ୍ୟ ନିଜ ପ୍ରେମିକ ନିକଟରେ ରହିବା ପାଇଁ ଜିଦ୍ ଧରିଛି ଭାଉଜ।
ଘରର ବୋହୂ ର ଏଭଳି କାରନାମା ଦେଖିବା ପରେ ଘରର ଲୋକ ମାନେ ତାଜୁବ୍ ହୋଇ ଯାଇଛନ୍ତି। କାରଣ ଯେଉଁ ଝିଅକୁ ସେ ବୋହୂ କରି ଘରକୁ ଆଣିଥିଲେ ସେ ବୋହୂ ଏବେ ମଧ୍ୟ ନିଜର ପ୍ରେମିକ କୁ ଭୁଲି ପାରୁନି।
ପ୍ରେମିକ ପାଖରେ ରହିବା ପାଇଁ ଏବେ ମଧ୍ୟ ଜିଦ୍ ଧରିଛି। ଏହାର ସବୁ ଗୁମର ଏବେ ତାଙ୍କର ଦିଅର ଖୋଲି ଦେଇଛନ୍ତି। ଯେତେବେଳେ ଭାଉଜ ଓ ପ୍ରେମିକ ଦୁହେଁ ମିଶି ରାତିରେ କଥା ବାର୍ତା ହେଉଥିଲେ ସେହି ସମୟରେ ହିଁ ତାଙ୍କର ଦିଅର ସବୁ କିଛି ଦେଖି ଦେଇଥିଲେ।
ଆଉ ପରିସ୍ଥିତି ଏମିତି ହେଲା କି ଏବେ ମଧ୍ୟ ଭାଉଜ ତାର ପ୍ରେମିକ ସହ ରହିବା ପାଇଁ ଜିଦ୍ ଧରି ବସିଛି। ପ୍ରେମ , ଶାରୀରିକ ସମ୍ପର୍କ , ପ୍ରତାରଣା ର ଖବର ସାମ୍ନା କୁ ଆସିଛି।
କବିସୂର୍ଯ୍ୟ ନଗର ଥାନା, ବୁଢ଼ାଙ୍ଗ ପଞ୍ଚାୟତ , ଚମ୍ପେଇତପୁର ଗ୍ରାମରେ ଘଟି ଯାଇଛି ଏଭଳି କିଛି ଅଭାବନୀୟ ଘଟଣା। ମହିଳା ଜଣକ ଅବିବାହିତ ଥିବା ସମୟରେ ସେହି ଗ୍ରାମର ଟୁନୁ ଗୌଡ଼ ଙ୍କୁ ଭଲ ପାଉଥିଲେ।
ଦୁହେଁ ଅବିବାହିତ ଥିବା ସମୟରୁ ହିଁ ତାଙ୍କର ସମ୍ପର୍କ ଆଗକୁ ବଢିଥିଲା। ଏହାପରେ ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ଯ ଗଢ଼ି ଉଠିଥିଲା। ହେଲେ ପରେ ମହିଳା ଜଣକୁ ଅନ୍ୟତ୍ର ବିବାହ କରାଇ ଦେଇଥିଲେ।
ସ୍ୱାମୀ ସୁରଟ ରେ ରହୁଥିବା ସମୟରେ ଏହାର ସୁଯୋଗ ନେଇ ପ୍ରେମିକ ବାରମ୍ବାର ମହିଳାଙ୍କ ପାଖକୁ ଆସୁଥିଲା। ଆଉ ତାଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖୁଥିଲା। ଟୁନୁ ର ବାପା ମାଆ ତାଙ୍କ ବିବାହ ମଧ୍ଯ କରାଇ ଦେଇଥିଲେ।
ତାଙ୍କର ଏକ ଝିଅ ଅଛି ହେଲେ ଏସବୁ ଜାଣି ପାରି ନଥିଲେ ମହିଳା। ହେଲେ ମହିଳା ଜଣକ ଦିଅର ଭାଉଜ ର ଏଭଳି ପ୍ରେମ ଧରି ପକାଇ ଥିଲେ ଓ ସେ ଦୁହିଁକୁ ନେଇ ଟୁନୁଙ୍କ ଘରେ ଛାଡ଼ି ଦେଇଥିଲେ। ମହିଳା ଜଣକୁ ବିବାହର ପ୍ରତିଶ୍ରୁତି ଦେଇ ପରେ ଆଉ ବିବାହ କରି ନଥିଲେ।