ଧନ୍ୟ ରେ ଶିକ୍ଷା ବିଭାଗ, ଏହି ମାଷ୍ଟର କୁ କିଏ ନିଯୁକ୍ତି ଦେଲା।ମାଡାମ୍ ଦେଖୁଛନ୍ତି ଆଉ ମାଷ୍ଟର ବସି ମଦ ପିଉଛି

 
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଶିକ୍ଷକ ମାନେ ଆମ ସମାଜ ରେ ସବୁବେଳେ ନମସ୍ୟ।ସେ ଅନେକ ଛାତ୍ର ଙ୍କୁ ଗଢି ତୋଳି ଥାଆନ୍ତି।ତାଙ୍କ ବିନା ଛାତ୍ର ମାନଙ୍କ ଭବିଷ୍ୟତ ଗଢ଼ିବା ଅସମ୍ଭବ।ତେବେ ଆଜି ଆମେ ଏଭଳି ଜଣେ ଶିକ୍ଷକ ଙ୍କ ବିଷୟ ରେ କହିବାକୁ ଯାଉଛୁ
ଯିଏ କି ପାଠ ପଢ଼ାଇବା ବଦଳ ରେ ପିଲା ମାନଙ୍କୁ ଖରାପ କଥା ଶିଖାଉଛନ୍ତି।ବିଦ୍ୟାଳୟ କୁ ମଦ୍ୟ ପାନ କରି ଆସୁଛନ୍ତି।ପ୍ରଧାନ ଶିକ୍ଷକ ଙ୍କ ସାମ୍ନା ରେ ପିଉ ଛନ୍ତି ମଦ।ପିଲା ଙ୍କୁ ପାଠ ପଢାଉ ଥିବା ସମୟ ରେ ପିଉ ଛନ୍ତି ମଦ।
ଏଭଳି ଘଟଣା ଦେଖିବାକୁ ମିଳିଛି ଛତିଶଗଡ ର ବିଲାସପୁର ଜିଲ୍ଲା ରେ।ସେଠାରେ ସନ୍ତୋଷ କେଵର୍ ନାମକ ଜଣେ ଜଣେ ଗୋଟିଏ ସରକାରୀ ବିଦ୍ୟାଳୟ ରେ ଶିକ୍ଷକ ଅଟନ୍ତି।ପିଲା ମାନଙ୍କୁ ପାଠ ପଢାନ୍ତି।
ହେଲେ ପ୍ରତିଦିନ ସେ ବିଦ୍ୟାଳୟ କୁ ମଦ୍ୟପାନ କରି ଆସନ୍ତି।ପିଲା ଙ୍କ ଆଗରେ ସେ ମଦ ପିଅନ୍ତି।ପ୍ରଧାନ ଶିକ୍ଷୟିତ୍ରି ଙ୍କ ପାଖରେ ବସି ସେ ମଦ ପିଅନ୍ତି।ହେଲେ କୁହନ୍ତି କେହି ମୋର କିଛି କରି ପାରିବେ ନାହି।ଖାଲି ମଦ ନୁହେଁ ସାଙ୍ଗ ରେ ଥାଏ ଚାଖନା।
ପିଲା ମାନେ ଏପରି ସେ ସବୁବେଳେ କରୁ ଥିବାର ଦେଖିଲେ।ହେଲେ ଶିକ୍ଷକ ଙ୍କ ର ଏ ନେଇ କୌଣସି ଫରକ୍ ପଡ଼ିଲା ନାହିଁ।ଏ ନେଇ ଜଣେ ଗଣ ମାଧ୍ୟମ ତାଙ୍କୁ ପଚାରି ଥିଲେ।ସେ କହିଲେ କି ମୋର କେହି କିଛି ବି କରି ପାରିବେ ନାହିଁ।
ମୁଁ ଏହି ପିଲା ଙ୍କ ଆଗରେ ବସି ମଦ ପିଇବି।ଆପଣ ମାନଙ୍କ ର ଯାହାକୁ କହିବାର ଅଛି କୁହନ୍ତୁ।ମୁଁ ଖାଲି ମଦ ନୁହେଁ ଚାଖନା ମଧ୍ୟ ଖାଇବି।ଏ ନେଇ ପ୍ରଧାନ ଶିକ୍ଷୟୀତ୍ରି ଙ୍କୁ ପଚରା ଯାଇ ଥିଲା।ସେ କହି ଥିଲେ କି ବିଦ୍ୟାଳୟ ରେ ପାଠ ପଢ଼ାଇବା ପାଇଁ କେହି ନାହି।
ଅନ୍ୟ ଦୁଇ ଜଣ ଶିକ୍ଷକ ଛୁଟି ରେ ଅଛନ୍ତି।ହେଲେ ଏହି ଶିକ୍ଷକ ଜଣକ କାହାରି କଥା ଶୁଣି ନାହାଁନ୍ତି।ଏହି ଖବର ଆସିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ସେହି ଶିକ୍ଷକ ଙ୍କୁ ନିଲମ୍ବିତ କରିଛନ୍ତି।
ଏଭଳି ଶିକ୍ଷକ ଙ୍କୁ ଚାକିରି ରୁ ବାହାର କରି ଦେବା ପାଇଁ ଲୋକ ମାନେ କହିଛନ୍ତି।ଏହାକୁ ନେଇ ଏବେ ସବୁଠାରେ ଚର୍ଚ୍ଚା କରା ଯାଉଚି।