ଚାଲିଥିଲା କ୍ରିକେଟ ମ୍ୟାଚ୍ କୋଳରେ ଶୋଇଥିଲେ ପ୍ରେମିକା ସିଧା ବୁଲି ପଡ଼ିଲା କ୍ୟାମେରା ଦେଖି ଧାଇଁଲେ ପ୍ରେମୀ ଯୁଗଳ - Viral Video

 
ନମସ୍କାର ପାଠକ ବନ୍ଧୁ। ଦୁନିଆରେ ସବୁ ଲୋକ ପ୍ରାୟ ସୋସିଆଲ ମିଡିଆ ସହିତ ଜଡିତ ହୋଇ ରହୁଛନ୍ତି। ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି।
ବନ୍ଧୁଗଣ ଆପଣମାନେ ସମସ୍ତେ ଅନେକ ପ୍ରକାରର ଖବର ଯାହା ଓଲିଉଡ, ବଲିଉଡ ଏବଂ କ୍ରିକେଟ ଖେଳକୁ ନେଇ ଆସିଥିବା ଖବର ସୋସିଆଲ ମିଡିଆ ଦ୍ଵାରା ପାଇପାରିବେ। 
କ୍ରିକେଟ ମ୍ୟାଚ୍ ଦେଖିବାକୁ ଆସିଥିବା ସବୁ ଦର୍ଶକ ଚାହାନ୍ତିକି ସେମାନଙ୍କ ଉପରେ ଟିକେ କ୍ୟାମେରା ଫୋକସ୍ କରୁ। ଏବଂ ସେମାନେ ଷ୍ଟାଡିୟମ୍ ରେ ଲାଗିଥିବା ବଡ ସ୍କିନ ରେ ସମସ୍ତଙ୍କୁ ନଜର ଆସନ୍ତୁ।
ଖାସ କରି ସେହି କାରଣରୁ ଅନେକ କ୍ରିକେଟ ଦର୍ଶକ ଭିନ୍ନ ଭିନ୍ନ ରଙ୍ଗର ପୋଷାକ ପିନ୍ଧି ଷ୍ଟାଡିୟମକୁ ଆସିଥାନ୍ତି। ଆଉ କିଛି ଦର୍ଶକ ମଧ୍ୟ କ୍ୟାମେରା ନଜରକୁ ଆସିବା ପାଇଁ ଷ୍ଟାଡିୟମ୍ ଗ୍ୟାଲେରୀରେ ବସି ଅଲଗା ଧରଣର କିଛି କାମ କରିଥାନ୍ତି। 
ତେବେ ବନ୍ଧୁଗଣ ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ କିଛି ଦେଖିବାକୁ ମିଳିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବାସ୍ତବରେ ଷ୍ଟାଡିୟମରେ ଲାଇଭ ମ୍ୟାଚ୍ ସମୟରେ ଏକ ଦମ୍ପତି ରୋମାନ୍ସ କରୁଥିବା ଦେଖିବାକୁ ମିଳିଥିଲା ।
ଯେତେବେଳେ କ୍ୟାମେରାମ୍ୟାନ୍ ଏହି ଦମ୍ପତିଙ୍କୁ ବଡ ପରଦାରେ ଦେଖାଇଲେ, ଝିଅଟି ପୁଅର କୋଳରୁ ଉଠି ପଡ଼ିଲା। ଏହି ସମୟରେ ଦୁହେଁ ମୁହଁ ଲୁଚାଇଥିବାର ନଜର ଆସିଥିଲେ। 
ଏହି ଦମ୍ପତିଙ୍କ ରୋମାନ୍ସର ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ଏହା ଉପରେ କ୍ରମାଗତ ଭାବରେ ନିଜର ପ୍ରତିକ୍ରିୟା ଦେଉଛନ୍ତି । ପୂର୍ବରୁ ମଧ୍ୟ ଷ୍ଟାଡିୟମରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା।
ବଡ ପରଦାରେ ନିଜକୁ ଦେଖି ଏହି ଦମ୍ପତି ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଏଡ଼ାଇ ଯାଉଥିବାର ଦେଖାଯାଇଥିଲା। ସେଠାରେ ଉପସ୍ଥିତ ଥିବା ସମସ୍ତ ଖେଳାଳି ବଡ଼ ପରଦାରେ ଏହି ଦମ୍ପତିଙ୍କ ରୋମାନ୍ସ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।