ହିଞ୍ଜିଳିକାଟୁ କଲେଜ୍ ରେ ଚାଲିଚି ଧୁମ୍ ଦେହ ବେପାର, ଉପରିସ୍ଥ କର୍ମଚାରୀ ଏଇ ନେଇ ଅବଗତ ତ?

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଗଞ୍ଜାମ ର ହିଞ୍ଜିଳିକାଟୁ ବିଜ୍ଞାନ କଲେଜ୍ ରୁ ଆସିଛି ସାଙ୍ଘାତିକ ଅଭିଯୋଗ। ରାତିରେ ସେକ୍ସ୍ ରାକେଟ ଚାଲୁଥିବା ଭଳି ସଙ୍ଗୀନ ଅଭିଯୋଗ କରାଯାଇଛି। ଗତ ଦୁଇ ବର୍ଷ ହେବ ଏଭଳି କାରବାର କ୍ୟାମ୍ପସ ରେ ଚାଲୁଥିବା ଅଭିଯୋଗ କରାଯାଇଛି।
ବିଭିନ୍ନ କଲେଜ୍ ରେ ଅନେକ ଦୁର୍ନୀତି ହେଉ ଥିବାର ଉଚ୍ଚ ଶିକ୍ଷା ବିଭାଗରେ ଅଭିଯୋଗ କରାଯାଇଛି। କ୍ୟାମ୍ପସ ରେ ଗୋଟେ ପଟେ ନୁଆ ଓଡ଼ିଶା କାର୍ଯ୍ୟକ୍ରମ ହେଉଛି।
ଆଉ ଅନ୍ୟପଟେ ଖୁବ ଦୁର୍ନୀତି ମଧ୍ୟ ହେବାରେ ଲାଗିଛି। କଲେଜ୍ କ୍ୟାମ୍ପସ ରେ ସେକ୍ସ୍ ରାକେଟ ଆଉ ଏହି ଅଭିଯୋଗ ପହଞ୍ଚିଲା ଉଚ୍ଚ ଶିକ୍ଷା ବିଭାଗ ନିକଟରେ। ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର।
ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ର ହିଞ୍ଜିଳିକାଟୁ ବିଜ୍ଞାନ କଲେଜ୍ ରୁ। ଅଭିଯୋଗ ପତ୍ରରେ ଲେଖା ଅଛି କି ଗତ ଦୁଇ ବର୍ଷ ହେବ ଏଭଳି କାରବାର କଲେଜ୍ କ୍ୟାମ୍ପସ ରେ ଚାଲିଛି।
ଖାଲି ସେତିକି ନୁହେଁ କଲେଜ୍ ରେ ବ୍ୟାପକ ଅନିୟମିତତା ହୋଇ ଥିବାର ମଧ୍ଯ ଅଭିଯୋଗ କରାଯାଇଛି। ଏଭଳି ଅଭିଯୋଗ ପ୍ରକାଶ ପାଇବା ପରେ ତତ୍ପରତା ଦେଖା ଦେଇଛି।
ଉଚ୍ଚ ଶିକ୍ଷା ନିର୍ଦ୍ଦେଶ ପାଇବା ପରେ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ଅଧିକାରୀ ଫିଜିକାଲ୍ ଭେରିପିକେସନ ଓ ପିଲାଙ୍କ ସହ ଆଲୋଚନା କରି ବିଭାଗକୁ ରିପୋର୍ଟ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରି ସାରିଛନ୍ତି। ଅନ୍ୟପଟେ ଏହି ସବୁ ଅଭିଯୋଗ ଭିତ୍ତି ହିନ।
ଆଉ ସବୁ ତଦନ୍ତ କୁ ସ୍ବାଗତ କରିବେ ବୋଲି କଲେଜ୍ ଅଧ୍ୟକ୍ଷା କହିଛନ୍ତି। ଏଭଳି ଅନେକ କଲେଜ୍ ନାମରେ ମାଳ ମାଳ ହୋଇ ଅଭିଯୋଗ ପଡି ରହିଛି ଆଉ ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।
ତେବେ ଦେଖିବା ବାକି ରହିଲା ଏହି ତଦନ୍ତ କେବେ ଶେଷ ହେଉଛି ଆଉ ଏହି ତଦନ୍ତ ସମ୍ପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।