କଲେଜ୍ ଭିତରେ ଅଣଛାତ୍ର ପଶି ଛାତ୍ରୀ ଙ୍କ ଗାଲ ରେ ଚୁମା ଦେଇ କାମୁଡ଼ି ଦେଲା.. ସଂପୃକ୍ତ ଯୁବକ ନାଆଁ ରେ କେସ କରିବାକୁ ଥାନା ଗଲେ ଯୁବତୀ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କଲେଜ୍ ପରିସର ଭିତରେ ପଶି ଜଣେ ଛାତ୍ର ଙ୍କ ଗାଲକୁ କାମୁଡି ଦେଲେ ଜଣେ ଅଣ ଛାତ୍ର। ଚାଲିଥିଲା ପରୀକ୍ଷା ଆଉ ସିଧା ସେ ଯୁବକ ଜଣକ କଲେଜ୍ ଭିତରକୁ ପଶି ଆସିଥିଲେ ଏବଂ ସେ କିଛି ବୁଝିବା ଶୁଝିବା ଆଗରୁ ହିଁ
ଛାତ୍ର ଙ୍କୁ ମାଡ଼ ମାରି ଗାଲକୁ କାମୁଡି ଦେଇ ଥିବାର ଏବେ ଅଭିଯୋଗ ହୋଇଛି। ତେବେ କଲେଜ୍ ର ଜଣେ +୨ ଛାତ୍ରୀଙ୍କ ସହ ଏଭଳି ଘଟଣା ଘଟି ଯାଇଥିବା କୁହା ଯାଇଛି।
ଏହାକୁ ନେଇ ଉତ୍ୟକ୍ତ ହୋଇ ପଡ଼ିଛନ୍ତି କଲେଜ୍ ର ଏହି ଛାତ୍ରୀ ଜଣକ। ଛାତ୍ର ମାନେ ଏହି ଅଣ ଛାତ୍ର ଜଣକୁ କଲେଜ୍ ବାହରକୁ ମଧ୍ୟ ଘୋଷାଡି ନେଇ ଖୁବ୍ ମାରପିଟ୍ ମଧ୍ୟ କରିଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ପାରାଦୀପ ଠାରେ।
ଏହି ଅଣ ଛାତ୍ର ଜଣକ ମାଡ଼ ଖାଇବା ପରେ ପାରାଦୀପ କଲେଜ୍ କର୍ତ୍ତୃପକ୍ଷ ଙ୍କ ତରଫ ରୁ ଆଦର୍ଶ ଥାନାରେ ଅଭିଯୋଗ ପରେ ପୋଲିସ ଉକ୍ତ ଅଣ ଛାତ୍ର ଜଣକୁ ଗିରଫ କରିଥିବା ଏବେ ଜଣା ପଡ଼ିଛି।
ଠିକ ୧ ଟା ସମୟରେ ପରୀକ୍ଷା ସରିଥିଲା। ଆଉ ଏହି ସମୟରେ ହିଁ ପିଲାମାନେ ବାହରକୁ ଯିବା ପାଇଁ ମେନ୍ ଗେଟ୍ ମଧ୍ଯ ଖୋଲା ଥିଲା। ଏହାପରେ ଜଣେ ଅଣ ଛାତ୍ର ଗେଟ୍ କିପର୍ ଙ୍କୁ ଧକ୍କା ମରି କଲେଜ୍ ର କ୍ୟାମ୍ପସ ଭିତରକୁ ପଶି ଆସିଥିଲା।
ଏହାପରେ ଛାତ୍ରୀ ଜଣକୁ ଅଚାନକ ଯାଇ କାମୁଡିବା ପରେ ସେଠାରେ ଖୁବ ଗଣ୍ଡଗୋଳ ହୋଇଥିଲା। ଏହାପରେ ଏହି ଅଣଛାତ୍ର ଜଣକୁ ପୋଲିସ ଙ୍କୁ କଲେଜ୍ କର୍ତ୍ତୃପକ୍ଷ ହ୍ୟାଣ୍ଡ ଓଭର କରି ଦେଇଥିଲେ।
ଏହି ଅଣ ଛାତ୍ର ଜଣକ ପୂର୍ବରୁ ମଧ୍ୟ ଛାତ୍ରୀଙ୍କୁ କମେଣ୍ଟ କରିବା ନେଇ ଛାତ୍ରୀଙ୍କ ବାପା ଉକ୍ତ ଅଣ ଛାତ୍ରଙ୍କ ବାପା ଙ୍କୁ ଏନେଇ ଅବଗତ ମଧ୍ଯ କରାଇ ଥିଲେ। ଏହାପରେ କଲେଜ୍ କର୍ତ୍ତୃପକ୍ଷଙ୍କ ଆଲୋଚନା ପରେ ହିଁ ଏହି ଘଟଣାର ସମାଧାନ ହୋଇଥିଲା।
ହେଲେ ଏବେ ଯେଉଁ ଘଟଣା ଘଟି ଯାଇଛି ଏହାକୁ ନେଇ ଏବେ ଚିନ୍ତା ରେ ପଡି ଯାଇଛନ୍ତି ଛାତ୍ରୀଙ୍କ ବାପା। ଛାତ୍ରୀଙ୍କ ବାପା ପାରାଦୀପ ଥାନାରେ ଅଭିଯୋଗ କରିବା ସହ ନ୍ୟାୟ ଭିକ୍ଷା ମଧ୍ୟ କରିଛନ୍ତି।