କେମିତି ବୁଡିଗଲା ଏତେବଡ଼ ବିଶାଳ ଜାହାଜ ଭିତରେ ଥିଲେ ୧୫୦୦ ଯାତ୍ରୀ ସମସ୍ତଙ୍କର ହୋଇଥିଲା ମୃତ୍ୟୁ - Special Report

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଟାଇଟାନିକ୍ ଜାହାଜ ବିଷୟରେ ତ ଆପଣ ସମସ୍ତେ ଜାଣିଥିବେ। ୧୯୧୨ ମସିହା ଏପ୍ରିଲ ୧୦ ତାରିଖରେ ଏହା ବ୍ରିଟେନରୁ ନ୍ୟୁୟର୍କ ଯାତ୍ରା କରୁଥିବା ବେଳେ ୧୪ ଏପ୍ରିଲରେ ଉତ୍ତର ଆଟଲାଣ୍ଟିକ ମହାସାଗରରେ ଏକ ହିମଖଣ୍ଡ ସହିତ ଧକ୍କା ଖାଇବା ପରେ ସେହିଠାରେ ବୁଡ଼ି ଯାଇଥିଲା।
ଏହି ଦୁର୍ଘଟଣାରେ ପ୍ରାୟ ୧୫୦୦ ଯାତ୍ରୀ ମୃତ୍ୟୁବରଣ କରିଥିଲେ। ସେହି ସମୟର ଏହା ସବୁଠାରୁ ବଡ଼ ଦୁର୍ଘଟଣା ମଧ୍ୟରେ ଅନ୍ୟତମ ରହିଥିଲା। 
ତେବେ, ଏହି ଦୁର୍ଘଟଣାକୁ ଏତେ ବର୍ଷ ବିତି ଯାଇଥିଲେ ହେଁ ଏପର୍ଯ୍ୟନ୍ତ ସୁଦ୍ଧା ଏହାର ଅବଶେଷକୁ କାହିଁକି ଉଦ୍ଧାର କରାଯାଇ ପାରିନାହିଁ ତାହା ଏକ ବଡ଼ ପ୍ରଶ୍ନ ଅଟେ। ସୂଚନା ଅଛି ଯେ, ଏହି ବିଶାଳଜାହାଜଟି ନିର୍ମାଣ କରିବା ସମୟରେ ମଧ୍ୟ ୯ ଜଣ ଶ୍ରମିକଙ୍କର ଜୀବନ ଚାଲି ଯିବା ସହ ୪୦ ଜଣ ଆହତ ହୋଇଥିଲେ।
ଏହି ଜାହାଜକୁ ନିର୍ମାଣ କରିବା ପାଇଁ ପାଖାପକ୍ଷୀ ୪୮ କୋଟି ଟଙ୍କା ବ୍ୟୟ କରଯାଇଥିଲା। ହେଲେ ଏତେ ଟଙ୍କା ଖର୍ଚ କରି ବିଶାଳ ଧରଣର ଜାହାଜ ନିର୍ମାଣ କରି ମଧ୍ୟ ଏଠାରେ ଏପରି କ’ ଣ ତ୍ରୁଟି ରହିଥିଲା? ତେବେ ବନ୍ଧୁଗଣ ଟାଇଟନିକ ସହ ଯେଉଁ ଦିନ ଦୁର୍ଘଟଣା ଘଟିଥିଲା। 
ସେଦିନ ପାଗ କିନ୍ତୁ ବେଶ ଭଲ ଥିଲା। ଯେଉଁ କାରଣରୁ ପାଇଲଟକୁ ତୀବ୍ର ବେଗରେ ଚଳାଇବାକୁ ଜଣେ ଉଚ ପଦସ୍ଥ କର୍ମଚାରୀ କହିଥିଲେ। ହେଲେ ଟାଇଟନ ଯାଉଥିବା ସମୁଦ୍ର ମଧ୍ୟର ରାସ୍ତାରେ ବରଫ ଖଣ୍ଡ ରହିଛି ବୋଲି ୬ ଥର ପାଇଲଟକୁ ସୂଚନା ମିଳିଥିଲା।
ହେଲେ ଏହାକୁ ଗୁରୁତର ନନେଇ ପାଇଲଟ ଅଣଦେଖା କରି ଜାହାଜର ସ୍ପିଡ ଆହୁରି ଅଧିକ କରି ଦିଆଯାଇଥିଲା। ରାତି ୧୧ ଟା ୪୦ ମିନିଟରେ ଜାହାଜରେ ଥିବା ଜଣେ ବଡ ଅଫିସରଙ୍କୁ ଜାହାଜ ସାମ୍ନାରେ ବଡବରଫର ପାହାଡ ଅଛି ବୋଲି ସୂଚନା ମିଳିଥିଲା। 
ତାପରେ ଏହି ଖବର ଯେତେବେଳେ ପାଇଲଟଙ୍କ ନିକଟକୁ ଯାଇଥିଲା। ସେତେବେଳେ ଜାହାଜ ପାଇଲଟଙ୍କ ପାଖରେ ସମୟ ମାତ୍ର ଅଳ୍ପ ଥିଲା। ଆଉ ଜାହାଜର ସ୍ପିଡ ମଧ୍ୟ ଏତେ ଅଧିକ ଥିଲା। ଯେଉଁ କାରଣରୁ ଚାହୁଁ ଚାହୁଁ ଟାଇଟନିକ ଜାହାଜ ବରଫଖଣ୍ଡ ସହ ଧକ୍କା ହୋଇଯାଇଥିଲା।
ବରଫ ସହ ଧକ୍କା ହେବା ଫଳରେ ଜାହାଜର ଅନେକ ସ୍ଥାନରେ ଛିଦ୍ର ସୃଷ୍ଟି ହୋଇଯାଇଥିଲା। ଆଉ ତାହା ମଧ୍ୟ ଦେଇ ପାଣି ଜାହାଜ ମଧ୍ୟକୁ ଚାଲି ଆସିଥିଲା। ଚାହୁଁ ଚାହୁଁ ଜାହାଜଟି ରାତି ୨ ଟା ୨୦ ମିନିଟରେ ସଂପୂର୍ଣ୍ଣ ପାଣି ମଧ୍ୟରେ ବୁଡି ଯାଇ ଏକ ବଡ ଅଘଟଣ ଘଟି ଯାଇଥିଲା।