ଆସୁଛି ପ୍ରବଳ ବର୍ଷା ଏହି ସବୁ ଜିଲ୍ଲା ମାନଙ୍କରେ ହେଇପାରେ ବନ୍ୟା ! ଦେଖନ୍ତୁ କେଉଁ କେଉଁ ଜିଲ୍ଲା

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୁଣି ପାଣିପାଗରେ ପରିବର୍ତ୍ତନ। ଗତ ଦୁଇ ତିନି ଦିନ ଧରି ସାମାନ୍ୟ ଶୁଖିଲା ପାଗ ପରେ ବଦଳିଛି ପାଗ। ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ଦୁର୍ବଳ ହୋଇପଡ଼ିଛି।
ଏହାର ଆଉ କୌଣସି ପ୍ରଭାବ ଏବେ ରାଜ୍ୟ ଉପରେ ନାହିଁ। ତେବେ, ଲଘୁଚାପ ପ୍ରଭାବରେ ରାଜ୍ୟ ଉପରେ ଦୁର୍ବଳ ସ୍ଥିତିରେ ଥିବା ମୌସୁମୀ ପୁର୍ନବାର ସକ୍ରିୟ ହୋଇପଡ଼ିଛି। ଯାହା ଫଳରେ କାଲିଠୁ ରାଜ୍ୟରେ ବର୍ଷା ହେବ। 
୧୮ ରୁ ୨୦ ତାରିଖ ଯାଏଁ ୩ ଦିନ ଧରି ସାରା ରାଜ୍ୟରେ ପ୍ରବଳ ବର୍ଷା ହେବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ଜାରି କରାଯାଇଥିବା
ପାଣିପାଗ ବୁଲେଟିନ୍‌ ଅନୁସାରେ ଆସନ୍ତାକାଲି ୧୮ ତାରିଖ ସୋମବାର ଅପରାହ୍ନ ମଧ୍ୟରେ ରାଜ୍ୟର ୮ ଜିଲ୍ଲାରେ ପ୍ରବଳ ବର୍ଷା ୭ରୁ ୧୧ ସେମି ହେବାର ସମ୍ଭାବନା ରହିଥିବା ବେଳେ ୧୦ ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷାର ସମ୍ଭାବନା ରହିଛି। 
ଯାହାକି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।ଏହି ସମୟ ମଧ୍ୟରେ ରାଜ୍ୟର ଯାଜପୁର, ଖୋର୍ଦ୍ଧା, ଢ଼େଙ୍ଗାନାଳ, କେନ୍ଦୁଝର,
କନ୍ଧମାଳ, ଗଞ୍ଜାମ, ଗଜପତି ଓ ରାୟଗଡ଼ା ପ୍ରଭୃତି ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ୭ରୁ ୧୧ ସେମି ହେବାର ସମ୍ଭାବନା ରହିଛି। ସେହିପରି ଏହି ସମୟ ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ନୟାଗଡ଼।
ଏବଂ ଅନୁଗୁଳ ଓ କଳାହାଣ୍ଡି ପ୍ରଭୃତି ୧୦ଟି ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ହଳଦିଆ ଚେତାବନୀ ବା ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।
ଅନ୍ୟପଟେ ୧୯ ତାରିଖରେ କୋରାପୁଟ, ମାଲକାନଗିରି, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ନୟାଗଡ଼, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।