ଅଶାନ୍ତ ହେଲାଣି ସମୁଦ୍ର ହୋଇପାରେ ବା-ତ୍ୟା ଦେଖନ୍ତୁ ଏବେ ଏବେ ଆସି ପହଞ୍ଚିଲା ବଡ ଖବର

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭୟଙ୍କର ହୋଇ ମାଡିଆସୁଛି ଘୁର୍ଣ୍ଣିବାତ୍ୟା "ଖାନୁନ୍"। ଚଳିତ ସପ୍ତାହରେ ଏହା ଦକ୍ଷିଣ କୋରିଆର ଦକ୍ଷିଣ ଉପକୂଳରେ ମାଡ଼ ହୋଇପାରେ। ଏସମ୍ପର୍କରେ ସୂଚନା ଜାରି କରି ପାଣିପାଗ ବିଭାଗ ।
ଉପକୂଳ ଅତିକ୍ରତିମ କରିବା ପରେ ଏହା ଉତ୍ତରକୋରିଆ ଆଡକୁ ମୋଡିଯାଇପାରେ ବୋଲି ଜଣାପଡ଼ିଛ। ଏହି ଘୂର୍ଣ୍ଣିବାତ୍ୟାର ପ୍ରଭାବପୁରା ଦେଶ ଉପରେ ପଡିବ। ଫଳରେ ଅନେକ ଅଞ୍ଚଳରେ ଭୀଷଣ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। 
ଏହି ଘୂର୍ଣ୍ଣିବାତ୍ୟା ଗୁରୁବାର ପୂର୍ବାହ୍ନ ୯ଟା ସୁଦ୍ଧା ଦକ୍ଷିଣ ଉପକୂଳ ସହର ଟୋଙ୍ଗୟୋଙ୍ଗ୍ ର ୩୦ କିଲୋମିଟର ପଶ୍ଚିମ ପର୍ଯ୍ୟନ୍ତ ପହଞ୍ଚିପାରେ। ଫଳରେ ବର୍ଷା ଯୋଗୁ ଦକ୍ଷିଣ କୋରିଆରେ ଭୂ-ସ୍ଖଳନ ଭଳି ପରିସ୍ଥିତି ଉପୁଜିପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛନ୍ତି।
ସାମୁଦ୍ରିକ ବାତ୍ୟା ଶୁକ୍ରବାର ସକାଳ ସୁଦ୍ଧା ଦକ୍ଷିଣ କୋରିଆ ଦେଇ ଉତ୍ତରକୁ ବଢିପାରେ। ଫଳରେ ଶୁକ୍ରବାର ପୂର୍ବାହ୍ନ ୯ଟା ବେଳେ ବାତ୍ୟା ଉତ୍ତର କୋରିଆ ରାଜଧାନୀ ପ୍ୟୋଙ୍ଗୟୋଙ୍ଗର ୭୦ କିଲୋମିଟର ଉତ୍ତର-ପୂର୍ବକୁ ପହଞ୍ଚିପାରେ। 
ବାତ୍ୟା ଉପକୂଳରେ ପହଞ୍ଚିବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୨୬ କିଲୋମିଟର ପର୍ଯ୍ୟନ୍ତ ରହିପାରେ। ଏହି ଘୂର୍ଣ୍ଣିବାତ୍ୟା ପ୍ରଭାବରେ ସାରା ଦେଶରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ।
ଏହି ସମୟରେ ଗେଙ୍ଗୱାନ ପ୍ରାନ୍ତର କେତେକ ସ୍ଥାନରେ ସର୍ବାଧିକ ୬୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ଆକଳନ କରାଯାଉଛି। ଏହି ସମୟରେ ରାଜଧାନୀ କ୍ଷେତ୍ରରେ ୮୦ ରୁ ୧୨୦ ମିଲିମିଟର ମଧ୍ୟରେ ବର୍ଷା ହୋଇପାରେ। ତେବେ ଦେଶର ଅନ୍ୟ ଅଞ୍ଚଳରେ ୨୦୦ ମିଲିମିଟରରୁ କମ୍ ବର୍ଷା ହୋଇପାରେ ବୋଲି ଅନୁମାନ କାରଯାଉଛି। 
ବାତ୍ୟା ଲାଗି ଦକ୍ଷିଣ କୋରିଆର ଆଖପାଖ ଅଞ୍ଚଳ ଓ ଅଧିକାଂଶ ମହାସାଗରରେ ପ୍ରାରମ୍ଭିକ ଝଡତୋଫାନ ସତର୍କତା ଜାରି କରାଯାଇଛି। ଏହି ସତର୍କତା ବୁଧବାର ବିଳମ୍ବିତ ରାତ୍ରିରେ ଜେଜୁ ଦ୍ୱୀପ ଓ ଦକ୍ଷିଣ-ପୂର୍ବ ଉପକୂଳ ନିମନ୍ତେ ତୋଫାନ ସତର୍କତାର ପରିବର୍ତ୍ତିତ ହୋଇଯିବ।
ଏହି ସମୟରେ ଦକ୍ଷିଣ ଓ ଉତ୍ତର ପ୍ରାନ୍ତ, ଜେଜୁ ଦ୍ୱୀପ ଏବଂ ନିମ୍ନ ପୂର୍ବ ଉପକୂଳ କ୍ଷେତ୍ରରେ ସର୍ବାଧିକ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ଆକଳନ କରାଯାଉଛି।