ଆରେ ଅଚାନକ ୟେ କଣ ହେଇଗଲା : ବିଜେଡି ରେ ମିଶିଗଲେ ବାପି ପଣ୍ଡା

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଯାତ୍ରା ଜଗତର ବାପି ପଣ୍ଡା ଏବେ ବିଜେଡିରେ ଯୋଗ ଦେଇଛନ୍ତି। ଆମେ ଏବେ ଆପଣଙ୍କୁ କହିବାକୁ ଯାଉଛୁ କି ସେ ଦଳରେ ଯୋଗ ଦେବା ପରେ ତାଙ୍କର ପ୍ରତିକ୍ରିୟା କଣ ରଖିଥିଲେ।
ସେ କହିଥିଲେ କି ବିକାଶ ଦିଗରେ ଦଳର ଯେଉଁ ସ୍ବପ୍ନ ରହିଛି ସେ ସ୍ବପ୍ନ କୁ ଜନ ସାଧାରଣ ଙ୍କ ନିକଟରେ ନାଟକୀୟ ଛନ୍ଦ ରେ ପହଞ୍ଚାଇବେ। ଏବଂ ଖାସ କରି ୩୦ ଟି ଜିଲ୍ଲାରେ କଳାକାର ମାନଙ୍କ ବିକାଶ କରିବେ।
ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ହେଉଛନ୍ତି ଜଣେ କଳା ପ୍ରେମୀ ଲୋକ ସେଥିପାଇଁ ସେ ଏହାକୁ ହୃଦୟଜ୍ଞମ କରିଲେ। ତାଙ୍କ ଟିମ ମଧ୍ୟ ଏହାକୁ ଖୁବ ଗୁରୁତର ସହକାରେ ବିଚାରକୁ ନେଇଛନ୍ତି।
ଆଗାମୀ ଦିନରେ ଯେଉଁ ଯୋଜନା କରାଯିବ ତାହା ଦ୍ବାରା କଳାକାର ମାନଙ୍କର ରୋଜଗାର କ୍ଷମତା କିପରି ବୃଦ୍ଧି ପାଇବ ସେଥି ପ୍ରତି ଦୃଷ୍ଟି ଦିଆଯିବ। ଆଉ ଯାହା ପାଇଁ ଓଡ଼ିଶାର ଲୋକ କଳା ଲୋପ ପାଇ ଯାଉଛି ଏବଂ ତାହା ପାଇଁ ମଧ୍ୟ ଯୋଜନା ଆରମ୍ଭ ହୋଇ ସାରିଲାଣି।
ଏବଂ ଖୁବ ଶୀଘ୍ର ୩୦ ଜିଲ୍ଲାରେ ସାଂସ୍କୃତିକ ଭବନ ମଧ୍ୟ ପ୍ରସ୍ତୁତ କରାଯିବ। ଯେଉଁ କଳାକାର ମାନେ ଅଭିନୟ କରିବାର ସୁଯୋଗ ପାଉ ନାହାଁନ୍ତି ଏବଂ ତାଙ୍କୁ ଯଦି ତାଲିମ ର ଆବଶ୍ୟକତା ରହିଛି ସେହି ତାଲିମ ମଧ୍ୟ ତାଙ୍କୁ ଦିଆଯିବ।
ତାଲିମ ଦିଆଯାଇ ତାଙ୍କୁ ଓଡ଼ିଶାରେ ଏବଂ ଭାରତ ବର୍ଷରେ ଏବଂ ଭାରତ ବାହାରେ ମଧ୍ୟ ସେମାନେ ଆମର ଜଗନ୍ନାଥ ସଂସ୍କୃତିର ଗୁଣ ଗାନ କରି ପାରିବେ। ଲୋକ କଳା ମାଧ୍ୟମରେ ଆମେ ପ୍ରଚାର ପ୍ରସାର କରି ପାରିବୁ।
ସବୁବେଳେ ଏହି ଜନ ଜାଗରଣ ଦରକାର୍ ବୋଲି ସେ କହିଛନ୍ତି। କେତେଜଣ ଏଭଳି ରହିଛନ୍ତି ଯେଉଁ ମାନଙ୍କ ନିକଟରେ ସେହି ଯୋଜନା ଆଦୌ ହେଲେ ମଧ୍ୟ ପହଞ୍ଚି ପାରୁ ନାହିଁ। ସେମାନେ ଜାଣି ପାରୁ ନାହାଁନ୍ତି।
ସେମାନଙ୍କ ନିକଟରେ କଳା ଓ ଲୋକକଳା ମାଧ୍ୟମରେ ବାପି ପଣ୍ଡା ପହଞ୍ଚିବେ ବୋଲି ମଧ୍ଯ କହିଥିଲେ। ତେବେ ବାପି ପଣ୍ଡା ଙ୍କ ଏହି ବୟାନ ଉପରେ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।