ଜେଲ ଭିତରେ ଅର୍ଚ୍ଚନା ନାଗଙ୍କ ଦାମୀ ବିରୀୟାନି ଏବଂ ଦାମୀ ଡ୍ରେସ ଲାଞ୍ଚ ଦେଖନ୍ତୁ କେମିତି ଲାଞ୍ଚ ଦେଇ କରୁଛନ୍ତି ନିଜର

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁ ପ୍ରକାରର, ସବୁ ଅଞ୍ଚଳର ଆଉ ସବୁ ଦେଶ ବିଦେଶର ଆଉ ଅନେକ ଲୋକଙ୍କ ବିଷୟରେ ଖବର ପାଇପାରିବେ ।
ଆପଣମାନେ ସମସ୍ତେ ତ ଅର୍ଚ୍ଚନା ନାଗ ବିଷୟରେ ଆସୁଥିବା ଖବର ଜାଣି ପାରୁଥିବେ । ଅର୍ଚ୍ଚନା ନାଗ ଜଣେ ଏଭଳି ମହିଳା ଯିଏ ନିଜ ପ୍ରେମ ଜାଲରେ ବଡ଼ବଡ଼ିଆ, ପ୍ରତିଷ୍ଠିତ ଏବଂ ଅନେକ ନେତା ମନ୍ତ୍ରୀଙ୍କୁ ଫସାଇ ତାଙ୍କ ଠାରୁ କୋଟି କୋଟି ଟଙ୍କା ଲୁଟି ନେଇଥିଲେ ।
ଏବେ ପର୍ଯ୍ୟନ୍ତ ଏହି ମାମଲାର ତଦନ୍ତ ଚାଲିଛି । ହନିଡ୍ରାଫ କ୍ୱିନ ଅର୍ଚ୍ଚନା ଏବେ ଜେଲରେ ଅଛନ୍ତି । ଆଉ ତାଙ୍କ ସ୍ବାମୀ ମଧ୍ଯ ଜେଲରେ ଅଛନ୍ତି । ତାଙ୍କ ସ୍ଵାମୀ ଜଗବନ୍ଧୁ ମଧ୍ୟ ତାଙ୍କ ସହ ସାମିଲ ଥିଲେ । ଏବେ ଜେଲ ଭିତରେ ଥାଇ ମଧ୍ୟ ଅର୍ଚ୍ଚନା ନାଗ ତାଙ୍କ ଖେଳ ବନ୍ଦ କରି ନାହାଁନ୍ତି ।
ସେ ଅନେକ ଲୋକଙ୍କୁ ନିଜ ହାତ ମୁଠାରେ ରଖିଛନ୍ତି । ଏହି ସୁନ୍ଦରୀ ଅର୍ଚ୍ଚନା ନାଗ ନିଜ ରୂପର ଜାଲରେ ଏବେବି ଅନେକ ଲୋକଙ୍କୁ ବାନ୍ଧି ରଖିଛି । ଜେଲରେ ଥାଇ ମଧ୍ୟ ସେ ରାଣୀ ଭଳି ଜୀବନ ଅତିବାହିତ କରୁଛି । ଜେଲରେ ସମସ୍ତ କଏଦୀ ସମାନ ହେବା ଦରକାର କିନ୍ତୁ ଅର୍ଚ୍ଚନା ମହାରାଣୀ ଭଳି ରହୁଛନ୍ତି ।
ଏବେ ତାଙ୍କ ପ୍ରେମ ଜାଲରେ ସାର୍ ପଡ଼ି ଯାଇଛନ୍ତି । ଆଉ ପ୍ରେମରେ ପଡ଼ିବା ପରେ ଅର୍ଚ୍ଚନା ନାଗକୁ ଜେଲ ଭିତରେ ଖାଇବାକୁ ମିଳୁଛି ଦାମୀ ବିରିୟାନୀ । ଆଉ ଏହାସହ ସେ ପିନ୍ଧୁଛି ୫୦ ହଳ ପୋଷାକ ଏବଂ ତାସହ ୧୦ ହଳ ଦାମୀ ଜୋତା ।
ତାଙ୍କ ସହିତ ଦିନକୁ ଦେଖା ହେଉଛନ୍ତି ୫ ଜଣ ଲୋକ । ଜେଲ ଭିତରେ ଥିବା ୱେଲଫେୟାର ରୁମରେ ଏକାଠି ରହୁଛନ୍ତି ଅର୍ଚ୍ଚନା ଆଉ ତାଙ୍କ ସ୍ବାମୀ ଜଗବନ୍ଧୁ । ଜେଲ ଭିତରେ ବି ନାଗୁଣୀ ଅର୍ଚ୍ଚନା ନାଗ ନିଜର ମାୟାଜାଲ ବିଛାଇଛି । ଆଉ ଏବେ ସେ ଜେଲରେ ନିଜର ସାମ୍ରାଜ୍ୟ ବିଛାଇଛି । 
ଜେଲକୁ ବନାଇ ଦେଇଛନ୍ତି ପାଞ୍ଚ ତାରକା ହୋଟେଲ । ଜେଲର ଠାରୁ ଆରମ୍ଭ କରି ୱାଡେନ ପର୍ଯ୍ୟନ୍ତ ସମସ୍ତଙ୍କୁ ହାତ ମୁଠାରେ ରଖିଛନ୍ତି । ଆଉ ଜେଲ ଭିତରେ ଥିବା ମହିଳା କଏଦୀମାନଙ୍କୁ ମେକଅପ କିଟ୍, ଏବଂ ଶୁଖିଲା ଖାଦ୍ୟ ଆଉ ଏହାସହ ଅନେକ ଜିନିଷ ଦେଉଛନ୍ତି
ଆଉ ସେମାନେ ତାଙ୍କ କଥା ସବୁ ମାନୁଛନ୍ତି ଏହି ମହିଳାମାନେ । ଜଣେ ନୂଆ ଅଧିକାରୀ ଏହି ଅର୍ଚ୍ଚନା ନାଗକୁ ନେଇ ଅଭିଯୋଗ ଆଣିଥିଲେ କିନ୍ତୁ ତାଙ୍କୁ ଧମକ ଦେଇଥିଲେ ଅର୍ଚ୍ଚନା ଆଉ ସେ ଉଚ୍ଚ ଅଧିକାରୀଙ୍କ ଠାରୁ ଗାଳି ଶୁଣିଥିଲେ । 
ଅର୍ଚ୍ଚନା ନାଗ ଆଉ ଜଗବନ୍ଧୁ ଜେଲର କୌଣସି ନିୟମ ମାନୁ ନାହାଁନ୍ତି । ଆଉ ସେ ଘର ଭଳି ସେଠାରେ ରହୁଛନ୍ତି । ଏହାପଛରେ ବିପୁଳ ଅର୍ଥ ଏବଂ ଆଉ କିଛି ଅଛି ବୋଲି କଏଦୀ କହୁଛନ୍ତି । ଏଭଳି ଅଭିଯୋଗ ପରେ ଜେଲ ପ୍ରଶାସନ ଏନେଇ କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି ।
ଏଭଳି ଘଟଣା ଘଟିଲେ ଅଳ୍ପ ଦିନ ମଧ୍ୟରେ ସୁନ୍ଦରୀ ଅର୍ଚ୍ଚନା ଜେଲକୁ ନିଜ ହାତ ମୁଠାରେ ରଖିବ ବୋଲି କଥା ଆସୁଛି । ଏବେ ଏଭଳି ଅନେକ କଥା ଅର୍ଚ୍ଚନା ନାଗକୁ ନେଇ ଆସୁଛି । ଦେଖାଯାଉ ଏହି ଘଟଣା ଆଗକୁ କେଉଁ ମୋଡ ନେଉଛି ।