କାହିଁକି ଅଲଗା ହେଲେ ଜ୍ୟୋତିକା ଓ ସୂର୍ଯ୍ୟ !! ଜାଣନ୍ତୁ ଏହାର ମୁଖ୍ୟ କାରଣ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି।
ତେବେ ବନ୍ଧୁଗଣ ଅଲଗା ହୋଇଯିବେ ସାଉଥ୍‌ର ସୁପରଷ୍ଟାର ସୂରିୟା ଓ ଜ୍ୟୋତିକା। ସ୍ୱାମୀଙ୍କଠାରୁ ଛାଡପତ୍ର ନେବେ ଜ୍ୟୋତିକା। ସେଥିପାଇଁ ସୂରିୟା ଙ୍କ ଠାରୁ ଅଲଗା ରହୁଛନ୍ତି। ତେବେ ଏଭଳି କଳ୍ପନା ଜଳ୍ପନା ଉପରେ ଆଜି ପଡିଛି ପୂର୍ଣ୍ଣଛେଦ।
ଏବେ ଏସବୁ ଚର୍ଚ୍ଚା ଉପରେ ମୁହଁ ଖୋଲିଛନ୍ତି ଜ୍ୟୋତିକା। ତେବେ ବନ୍ଧୁଗଣ ସାଉଥ ସୁପରଷ୍ଟାର ସୂର୍ଯ୍ୟଙ୍କଠାରୁ ଛାଡ଼ପତ୍ର ନେବେ ପତ୍ନୀ ତଥା ଅଭିନେତ୍ରୀ ଜ୍ୟୋତିକା। ଗତ କିଛି ଦିନ ଧରି ଏଭଳି ଚର୍ଚ୍ଚା ଲାଗି ରହିଥିଲା। 
ଜ୍ୟୋତିକା ମୁମ୍ବାଇରେ ଘର କିଣି ରହିବା ଆରମ୍ଭ କରିଥିବାରୁ ଏଭଳି ଚର୍ଚ୍ଚା କରିଥିଲେ ଲୋକେ। ସ୍ବାମୀଙ୍କ ସହ ପଡ଼ୁନଥିବାରୁ ସେ ମୁମ୍ବାଇ ଆସିଥିବା ନେଇ ଚର୍ଚ୍ଚା ହୋଇଥିଲା। ଏବେ ଏସବୁ ଚର୍ଚ୍ଚା ‌ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଜ୍ୟୋତିକା।
ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, “ବିବାହ ପରେ ମୁଁ ଫିଲ୍ମରୁ ବିରତି ନେଇଥିଲି। ଏବେ ମୁଁ ପୁଣି ଥରେ ଫିଲ୍ମରେ କାମ କରିବା ଆରମ୍ଭ କରିଛି। କାମ ପାଇଁ ମୁଁ ମୁମ୍ବାଇ ଆସି ରହିବାକୁ ନିଷ୍ପତ୍ତି ନେଲି। ଏହା ସହ ପିଲାଙ୍କ ପାଠପଢ଼ା ମଧ୍ୟ ଗୋଟାଏ କାରଣ। 
ଏସବୁ କାରଣ ପାଇଁ ମୁଁ ମୁମ୍ବାଇ ଆସିଛି। ସୂର୍ଯ୍ୟଙ୍କଠାରୁ ଅଲଗା ହୋଇଥିବା ନେଇ ଯେଉଁ ସବୁ ଚର୍ଚ୍ଚା ଚାଲିଛି, ସେଥିରେ କୌଣସି ସତ୍ୟତା ନାହିଁ। କାମ ସରିବା ପରେ ମୁଁ ପୁଣି ଚେନ୍ନାଇ ଫେରିବି।
” ସେ ଆହୁରି କହିଛନ୍ତି ଯେ, “ସୂର୍ଯ୍ୟ ବହୁତ ଭଲ ସ୍ୱାମୀ। ସେ ମୋତେ ସବୁ କାମରେ ସମର୍ଥନ କରନ୍ତି। ମୁଁ ସବୁବେଳେ ଖୁସିରେ ରହେ ବୋଲି ସେ ଚାହାଁନ୍ତି। ସେ ଆମ ପିଲାମାନଙ୍କର ଭବିଷ୍ୟତକୁ ଅଧିକ ପ୍ରଧାନ୍ୟ ଦିଅନ୍ତି। ”