ଛାଡ଼ପତ୍ର ପରେ ସ୍ବୀ କଲା ଅଜବ ଯୁକ୍ତି...ମୋର କିଡନୀ ମତେ ଏବେ ଫେରାଇ ଦିଅ..

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସାମ୍ନା କୁ ଆସିଲା ଏବେ ଏକ ବିରଳ ଛାଡ଼ପତ୍ର ଘଟଣା। ସ୍ତ୍ରୀ କୁ ଦେଇଥିବା କିଡନୀ କୁ ମାଗିଲା ସ୍ୱାମୀ। ଛାଡପତ୍ର ବଦଳରେ ସ୍ୱାମୀ ରଖିଲା ଏକ ଅଜବ ସର୍ତ୍ତ।
ଦିନେ ସ୍ତ୍ରୀ ର ଜୀବନ ବଞ୍ଚାଇବା ପାଇଁ ସ୍ୱାମୀ ଦେଇଥିଲା କିଡନୀ। ଆଉ ଏବେ ଛାଡ଼ପତ୍ର ବଦଳରେ କିଡନୀ ମାଗିଲା ସ୍ୱାମୀ। କଥାରେ ଅଛି କି ବିବାହ ହେଉଛି ସତ ଜନ୍ମର ବନ୍ଧନ ଅଟେ। ହେଲେ ଆଜିର ଯୁଗରେ ଗୋଟେ ଜନ୍ମ ରହିବା କଷ୍ଟକର ହୋଇ ପଡୁଛି।
ଠିକ୍ ଭାବରେ ବୁଝାମଣା ନ ରହିଲେ ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ଭାଙ୍ଗି ଯାଉଛି। ଆଉ ନିମିଷକ ମାତ୍ରେ ହିଁ ଦମ୍ପତ୍ତି ଅଲଗା ହୋଇ ଯାଉଛନ୍ତି। ଦୁନିଆରେ ଏଭଳି ଅନେକ ଛାଡ଼ପତ୍ର ମାମଲା ଆପଣ ମାନେ ଦେଖିଥିବେ।
ହେଲେ ଏବେ ଯେଉଁ ମାମଲା ସାମ୍ନା କୁ ଆସିଛି ତାହା ଟିକେ ଅଲଗା ଅଟେ। ସାଧାରଣତଃ ସ୍ତ୍ରୀ ଓ ସ୍ୱାମୀ ଛାଡ଼ପତ୍ର ପରେ ସମାଧାନ ଭାବେ ଟଙ୍କା ମାଗି ଥାଆନ୍ତି। ହେଲେ ଜଣେ ବ୍ୟକ୍ତି ଛାଡ଼ପତ୍ର ବଦଳରେ କିଡନୀ ମାଗିଛନ୍ତି।
ଏହି ଘଟଣା ସଂପର୍କରେ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ। ଛାଡ଼ପତ୍ର ର ସେଟେଲ୍ମେଣ୍ଟ ସମୟରେ କିଏ ପଇସା ମାଗେ ତ ଆଉ କିଏ ଧନ ସମ୍ପତ୍ତି ମାଗିଥାଏ। ହେଲେ ଜଣେ ସ୍ୱାମୀ ଏଠି ତାର ସ୍ତ୍ରୀ କୁ କିଡନୀ ମାଗିଛି।
ଏହା କହିଛନ୍ତି କି କିଡନୀ ନଦେଲେ ତାର ବଦଳରେ ୧.୨ ମିଲିୟନ ଡଲାର ଅର୍ଥ ଦେବା ପାଇଁ ପଡିବ। ଏହି ଘଟଣାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।
ତେବେ ଏହା ଭାରତ ନୁହେଁ ଆମେରିକା ରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଆଉ ଏହା ମଧ୍ୟ ୨୦୦୯ ମସିହାର ଘଟଣା ଅଟେ।୧୯୯୦ ମସିହାରେ ଡୋନେଲ୍ ଙ୍କୁ ବିବାହ କରିଥିଲେ ରିଚାର୍ଡ ବତିସ୍ଥା।
ଉଭୟଙ୍କ ତିନି ସନ୍ତାନ ମଧ୍ୟ ଅଛନ୍ତି। ରିଚାର୍ଡ ଙ୍କ ପତ୍ନୀ ଡୋନେଲ ଙ୍କ କିଡନୀ ଖରାପ୍ ହୋଇ ଯିବାରୁ ସେ ତାଙ୍କୁ କିଡନୀ ଦାନ କରିଥିଲେ। ଆଉ ଏବେ ସେ ତାଙ୍କୁ ତାହା ମାଗି ଥିବାର ଦେଖିବାକୁ ମିଳିଛି।