ଅନ୍ୟ ରାଜନେତାଙ୍କ ଠାରୁ କାହିଁକି ଭିନ୍ନ ଧର୍ମେନ୍ଦ୍ର ପ୍ରଧାନ ଜାଣନ୍ତୁ ଏହାର ପ୍ରକୃତ ସତ

 
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଅନ୍ୟ ରାଜନେତାଙ୍କ ଠାରୁ ଧର୍ମେନ୍ଦ୍ର ପ୍ରଧାନ ଭିନ୍ନ ଅଟନ୍ତି। ଓଡ଼ିଶା ରାଜନୀତିରେ ଏକ ବଡ ନାଁ ପାଲଟିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଖାଲି ରାଜ୍ୟ ରାଜନୀତି ନୁହେଁ କେନ୍ଦ୍ରମନ୍ତ୍ରୀ ରାଜନୀତିରେ ବି ବେଶ୍ ପ୍ରଭାବ ରହିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର। ୨୦୨୪ ନିର୍ବାଚନରେ ଓଡ଼ିଶାରେ ବିପୁଳ ବିଜୟ ସହ ବିଜେପି କ୍ଷମତା ହାସଲ କରିଥିବାରୁ ଧର୍ମେନ୍ଦ୍ରଙ୍କୁ ମିଳୁଛି ଅନେକ ଶ୍ରେୟ।
କାରଣ ଓଡ଼ିଶା ପାଇଁ ବିଜେପି ଯେଉଁ ନିର୍ବାଚନ ଇସ୍ତାହାର ପ୍ରସ୍ତୁତ କରିଥିଲା ତାହା ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ହିଁ କରାଯାଇଥିଲା। ଯେଉଁଥିପାଇଁ ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ୍ ଶାହା ମଧ୍ୟ ଧର୍ମେନ୍ଦ୍ରଙ୍କୁ ବେଶ୍ ପ୍ରଶଂସା କରିଥିଲେ। ତେବେ ରାଜ୍ୟ ହେଉ କି କେନ୍ଦ୍ର ରାଜନୀତି କ୍ଷେତ୍ରରେ ଧର୍ମେନ୍ଦ୍ରଙ୍କ ଦକ୍ଷତା ଓ ସଫଳତା ସମସ୍ତଙ୍କୁ ଚକିତ କରିଦେଇଥିଲା। 
ଅନେକ ରାଜନେତାଙ୍କ ଠାରୁ ଧର୍ମେନ୍ଦ୍ର ପ୍ରଧାନ ଭିନ୍ନ ଏବଂ ସ୍ବତନ୍ତ୍ର ବୋଲି ଏକଥା ତାଙ୍କର ଅନେକ କାର୍ଯ୍ୟରୁ ହିଁ ଜଣାପଡେ। ପୁରୀରେ ଏଥର ମହାପ୍ରଭୁଙ୍କ ରଥଯାତ୍ରା ଦେଖିବାକୁ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ରାଜ୍ୟପାଳ ରଘୁବର ଦାସ, ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ବାଚସ୍ପତି ସୁରମା ପାଢ଼ୀ ପ୍ରମୁଖ ବଡ଼ଦାଣ୍ଡରେ ଏକ ମଞ୍ଚରେ ବସିଥିଲେ। ଯେଉଁଠି ନିଜେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିଥିଲେ। ତେବେ ସେହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପୁରୀ ବଡ଼ଦାଣ୍ଡରେ ପହଞ୍ଚିଥିଲେ। 
ଆଉ ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ମଞ୍ଚ ନିକଟକୁ ଆସିଥିଲେ ନବୀନ ପଟ୍ଟନାୟକ। ମଞ୍ଚ ତଳେ ଥାଇ ରାଷ୍ଟ୍ରପତିଙ୍କ ସମେତ ମଞ୍ଚାସିନ ଅତିଥି ମାନଙ୍କୁ ନବୀନ ପଟ୍ଟନାୟକ ନମସ୍କାର କରିଥିଲେ। ସମସ୍ତେ ତାଙ୍କୁ ମଞ୍ଚ ଉପରକୁ ଆସିବା ପାଇଁ ଆମନ୍ତ୍ରଣ କରୁଥିଲେ ମଧ୍ୟ ନବୀନ ତଳେ ଥାଇ ସେମାନଙ୍କ ସହିତ କଥା ହେଉଥିଲେ ଲାଗୁଥିଲା ଯେମିତି ନବୀନଙ୍କର ମଞ୍ଚ ଉପରକୁ ଯିବାକୁ ଚାହୁଁ ନଥିଲେ। ଏହି ସମୟରେ ଏହା ଦେଖି ମଞ୍ଚ ଉପରେ ସବୁ ଅତିଥିଙ୍କ ଗ୍ରହଣରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଙ୍ଗେ ସାଙ୍ଗେ ଉପରୁ ତଳକୁ ଓହ୍ଲାଇ ଆସିଥିଲେ। 
ଆଉ ନବୀନଙ୍କ ପାଖରେ ପହଞ୍ଚି କିଛି କଥା ହେଇଥିଲେ। ତାପରେ ଧର୍ମେନ୍ଦ୍ର ନବୀନ ପଟ୍ଟନାୟକଙ୍କ ହାତ ଧରି ମଞ୍ଚ ଉପରକୁ ନେଇଯାଇଥିଲେ। ଆଉ ନବୀନ ପଟ୍ଟନାୟକ ମଞ୍ଚ ଉପରେ ପହଞ୍ଚିବା କ୍ଷଣି ପ୍ରଥମେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ବାଚସ୍ପତି ସୁରମା ପାଢ଼ୀ ନିଜ ଆସନରୁ ଉଠି ଠିଆ ହୋଇ ନବୀନ ପଟ୍ଟନାୟକଙ୍କୁ ନମସ୍କାର କରି ସ୍ଵାଗତ କରିଥିଲେ। ତେବେ ଜଣେ ରାଜନେତା ନିଜର ପ୍ରବଳ ପ୍ରତିଦ୍ବନ୍ଦୀ ବା ପ୍ରତିପକ୍ଷ ଦଳକୁ ଏଭଳି ସମ୍ମାନ ଓ ଆତ୍ମୀୟତା ଦେଖେଇବା ବୋଧ ହୁଏ ରାଜନୀତି କ୍ଷେତ୍ରରେ ବିରଳ ବୋଲି କୁହାଯାଇ ପାରେ।