କେଉଁଦିନ ମିଳିବ ବାକି ଥିବା ସୁଭଦ୍ରା ଯୋଜନା ଟଙ୍କା ଦେଖନ୍ତୁ କଣ କହିଲେ ଉପମୁଖ୍ୟମନ୍ତ୍ରୀ
Updated: Sep 28, 2024, 14:54 IST
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସମସ୍ତ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ କହୁଛନ୍ତି।ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୪୭ ଲକ୍ଷଙ୍କୁ ମିଳିବ ଟଙ୍କା ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ବର୍ତ୍ତମାନ ସୁଦ୍ଧା ବି ଅନେକ ହିତାଧିକାରୀ ସୁଭଦ୍ରା ଯୋଜନା ଟଙ୍କାରୁ ବଞ୍ଚିତ ଅଛନ୍ତି। ଏହି ଯୋଜନାକୁ ନେଇ ସମସ୍ତଙ୍କ ଦ୍ୱନ୍ଦ୍ୱ ଦୂର କରିବାକୁ ପ୍ରୟାସ କରୁଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ଆଜି ପୁଣି ବଡ଼ ଅପଡେଟ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରତିଭା ପରିଡ଼ା।
ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କାକୁ ନେଇ ବଡ଼ ସୂଚନା ଆସିିଛି। ଦ୍ବିତୀୟ ପର୍ଯ୍ୟାୟରେ ୪୭ ଲକ୍ଷ ମହିଳାଙ୍କୁ ମିଳିପାରେ ଟଙ୍କା। ପ୍ରଥମ କିସ୍ତି ଟଙ୍କା ପାଇନଥିବା ମହିଳାଙ୍କୁ ମିଳିବ ଟଙ୍କା। ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ମହିଳାଙ୍କୁ ମିଳିଛି ଟଙ୍କା। ୯୩ ଲକ୍ଷରୁ ଅଧିକ ମହିଳା ‘ସୁଭଦ୍ରା’ ପାଇଁ ଆବେଦନ କରିଛନ୍ତି। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଯଥାଶୀଘ୍ର ପ୍ରଦାନ କରାଯିବ। ୨୦୨୫ ମାର୍ଚ୍ଚ ୮ ତାରିଖ ପୂର୍ବରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ମିଳିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ନିକଟରେ ବଳକା ହିତାଧିକାରୀଙ୍କୁ ଦଶହରା ଭିତରେ ପ୍ରଥମ କିସ୍ତି ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ହିତାଧିକାରୀଙ୍କ ଅର୍ଥ ରାଶି ସେମାନଙ୍କର ବ୍ୟାଙ୍କ ଆକଉଣ୍ଟରେ ସୁରକ୍ଷିତ ରହିବ ବୋଲି ମହିଳା ଓ ଶିଶୁ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେଣୁ ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନାନୁସାରେ, ଆବେଦନ କରିଥିବା ସମସ୍ତ ଯୋଗ୍ୟ ହିତାଧିକାରଙ୍କୁ ଖୁବଶୀଘ୍ର ସୁଭଦ୍ରା ଟଙ୍କା ମିଳିବ। ଯେଉଁମାନଙ୍କର ଇ-କେୱାଇସି ବିଚାରଧୀନ ଅଛି ସେମାନେ କିଛି ଦିନ ମଧ୍ୟରେ ଆକାଉଣ୍ଟରେ ଟଙ୍କା ପହଞ୍ଚିବ।
ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ ୨ ଦିନିଆ ଜିଲ୍ଲାପାଳ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନ ପରେ ଦ୍ୱିତୀୟ ଅଧିବେଶନରେ 'ସୁଭଦ୍ରା" ଯୋଜନାର କାର୍ଯ୍ୟକାରିତା ସମ୍ବନ୍ଧରେ ଉପସ୍ଥାପନା କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଏସଂପର୍କିତ ଉପସ୍ଥାପନ କରିଥିଲେ। ସୁଭଦ୍ରା ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ଉପମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାପାଳକୁ ଧନ୍ୟବାଦ ଜଣାଇଥିଲେ।