ନିଜ ଶଳାକୁ ଧରି ଗାଁ ମହିଳାଙ୍କୁ ଏମିତି କରୁଛି ସରପଞ୍ଚ

 
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଯାହାକି ନିନ୍ଦନୀୟ ଅଟେ। ମଦୁଆ ସରପଞ୍ଚ ର ନିଆରା କାହାଣୀ। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ସରପଞ୍ଚ ଜଣଙ୍କ ନିଶାରେ ମାତାଲ୍ ହୋଇ ନିଜର ମାନବିକତା ଭୁଲି ଯାଇଛନ୍ତି।ଗ୍ରାମର ନିରୀହ ସ୍ତ୍ରୀ ଲୋକ ମାନଙ୍କୁ ମନ ଇଚ୍ଛା ମଦ ପିଇ ଅଭଦ୍ର ଭାଷା ରେ ଗାଳି ଗୁଲଜ କରୁଛନ୍ତି।ସରପଞ୍ଚ ହେଲା ପରେ ନିଜର ମାନବିକତା ହରାଇ ବସିଛନ୍ତି ମହ୍ଲା ସାହୀ ପଞ୍ଚାୟତର ସରପଞ୍ଚ।
ସରପଞ୍ଚ ନିଜ ଶଳା ଙ୍କ ସହିତ ମିଶି ମହିଳା ଙ୍କୁ ନିସ୍ତୁକ ମାଡ଼ ମଧ୍ୟ ମାରିଛନ୍ତି।ଏହି ଘଟଣା ଟି ଜଗତସିଂହପୁର ଜିଲ୍ଲାର ମହ୍ଲା ସାହୀ ପଞ୍ଚାୟତର ଅରଖ୍ୟା ଗ୍ରାମରେ ଦେଖିବାକୁ ମିଳିଛି।ତେବେ ଅରଖ୍ୟା ଗ୍ରାମର ରଞ୍ଜନ ପ୍ରଧାନ ଙ୍କ ପତ୍ନୀ ଜାନକୀ ନାୟକ ନିଜ ଘର ବାରଣ୍ଡାରେ ଛିଡ଼ା ହୋଇ ପୁଅକୁ ପାଠ ପଢିବା ପାଇଁ କହିଥିବା ବେଳେ ମହ୍ଲା ସାହୀ ପଞ୍ଚାୟତର ସରପଞ୍ଚ ଧ୍ରୁବ ଚରଣ ନାୟକ ଓ ତାଙ୍କ ଶଳା ସାଗର ନାୟକ ହଠାତ୍ ମହିଆ ଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ।କିନ୍ତୁ ଜାନକୀ ଏହାକୁ ଧ୍ୟାନ ଦେଇ ନଥିଲେ।
ଜାନକୀ ଜାଣି ଥିଲେ ଯେ ସରପଞ୍ଚ ଓ ତାଙ୍କ ଶଳା ଉଭୟ ମିଶି ମଦ ପିଇ ଗାଳି ଗୁଲଜ କରୁଛନ୍ତି।ସେଥିପାଇଁ ଜାନକୀ ଗାଳି କୁ ନ ଶୁଣିଲା ପରି ଚୁପ୍ ରହିଥିଲେ।ଯାହାକୁ ଆମ କଥା ଶୁଣୁ ନାହୁଁ କହି ଜାନକୀ ଙ୍କୁ ନିସ୍ତୁକ ଭାବରେ ମାଡ ମାରିଥିଲେ ସରପଞ୍ଚ।ଆଉ ତାଙ୍କୁ ସାହାର୍ଯ୍ୟ କରୁଥିଲେ ତାଙ୍କ ଶଳା ।ଜାନକୀ ନାୟକ ଙ୍କୁ ମାରିବା ପରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ।
ଏହାପରେ ନିରୁପାୟ ହୋଇ ସ୍ବାମୀ ରଞ୍ଜନ ତାଙ୍କୁ ପ୍ରଥମେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣି ଚିକିତ୍ସା କରିବା ସହ ସ୍ଥାନୀୟ ଥାନାରେ ମହ୍ଲା ସାହୀ ପଞ୍ଚାୟତର ସରପଞ୍ଚ ଧ୍ରୁବ ଚରଣ ନାୟକ ଓ ତାଙ୍କ ଶଳା ସାଗର ନାୟକ ଙ୍କ ନାମରେ ଅଭିଯୋଗ କରିଥିଲେ।ସରପଞ୍ଚ ହେବା ପରେ ମଦ ପିଇ ଗାଁ ରେ କରୁଛନ୍ତି ଉତୁପାତ।ନିଜ ଶଳା କୁ ଧରି ଗ୍ରାମର ସ୍ତ୍ରୀ ଲୋକ ମାନଙ୍କୁ ଏଭଳି କରୁଛି ସରପଞ୍ଚ।