୪ ପୁଅଙ୍କ ନାଁ ରେ ଥାନାରେ ଏତେଲା ଦେବାକୁ ପହଞ୍ଚିଲା ଜନ୍ମକଲା ମା ଦେଖନ୍ତୁ କଣ ହେଲା ଏମିତି

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଏଭଳି କିଛି ଘଟଣା ଦେଖିବାକୁ ମିଳୁଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଖବର ଜାଣିପାରିବେ । ଜଣେ ବୁଢୀ ମାଆ ଥାନାରେ ପହଞ୍ଚିଛି । ଏହି ବୁଢ଼ୀ ମାଆ ଜଣକର ଗୋଡ଼ ତଳେ ଲାଗୁନି, ଗୋଟିଏ ବାଡି ଧରି ସେ ଚାଲୁଛି । ମୁଣ୍ଡରେ ତେଲ ନାହିଁ ଚୁଟି ଫରଫର ହୋଇ ଉଡୁଛି ଆଉ ଦେହରେ ଏକ ମଇଳା ଲୁଗା ପିନ୍ଧିଛି । 
ଆପଣମାନେ ଏଭଳି ଆଗରୁ ଦେଖିଥିବେ କିନ୍ତୁ ଏଭଳି ଅବସ୍ଥାରେ ବୁଲୁଥିବା ବୁଢ଼ୀ ମାଆର ଘରେ କେହି ନଥାନ୍ତି କିନ୍ତୁ ଏବେ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ହେଉଛି ଜଣେ ବୁଢ଼ୀ ମାଆ ଏଭଳି ଅବସ୍ଥାରେ ବୁଲୁଛି ଆଉ ଏହି ବୁଢ଼ୀ ମାଆ ଜଣଙ୍କର ଚାରି ଚାରିଟି ପୁଅ ଥାଇ ବୁଢ଼ୀ ମାଆ ଜଣଙ୍କର ଏଭଳି ଅବସ୍ଥା ସତରେ ବହୁତ ନିନ୍ଦନୀୟ ଅଟେ । ଏହି ସମାଜରେ ଅନେକ ଲୋକ ନିଜର ପଥ ଭ୍ରଷ୍ଟ ହୋଇ ନିଜର ହିତାହିତ ଜ୍ଞାନ ଭୁଲି ଗଲେଣି । ଆଉ ନିଜ ମା ସହିତ କରୁଛନ୍ତି ଏଭଳି କାମ । ଏହି ବୁଢ଼ୀ ମାଆ ଠାରୁ ବାଡି ଛଡ଼ାଇ ନେଇଛନ୍ତି ।
ଆଜିକାଲି ଦୁନିଆରେ ଏଭଳି ଲୋକ ଅଛନ୍ତି ଯେଉଁମାନେ ନିଜ ଜନ୍ମ କରିଥିବା ବାପା ମାଙ୍କୁ ହତାଦର କରୁଛନ୍ତି । ମାଆ ବାପା ବୁଢ଼ାବୁଢ଼ୀ ହୋଇଗଲେ ତାଙ୍କୁ ହତାଦର କରି ଦେଉଛନ୍ତି । ଘରୁ ସେମାନଙ୍କୁ ବାହାର କରି ଦେଉଛନ୍ତି ଆଉ ବୁଢ଼ୀ ମାଆ ନିଜର ପେଟ ପୋଷିବା ପାଇଁ ଭିକ ମାଗୁଛି । ଯାହା ମିଳୁଛି ଜୀବନ ବଞ୍ଚାଇବାକୁ ତାକୁ ଖାଇ ଦେଉଛି । ଆଜି ଚାରି ପୁଅ ଥାଇ ଏହି ମାଆ ଜଣକ ଏଭଳି ହତାଦର ହୋଇ ବାର ଦୁଆର ବୁଲୁଛି । ସବୁ ଥାଇ ଏହି ବୁଢ଼ୀ ମାଆ ଜଣକ ଅନାଥ ହୋଇ ଯାଇଛନ୍ତି । 
ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଗଞ୍ଜା ଗାଁରେ । ଏହି ଗାଁର ସାବିତ୍ରୀ ସାହୁ ଯାହାଙ୍କ ବୟସ ହେଉଛି ୯୦ ବର୍ଷ । ତାଙ୍କ ସ୍ଵାମୀ ଆଉ ଏହି ଦୁନିଆରେ ନାହାଁନ୍ତି । ପାଞ୍ଚଦିନ ହେବ ତାଙ୍କୁ ତାଙ୍କ ପୁଅ ବୋହୂ ତାଙ୍କ ଘରୁ ବାହାର କରି ଦେଇଛନ୍ତି । ଆଉ ତାଙ୍କୁ କେହି ପଚାରୁ ନାହାନ୍ତି । ଏବେ ସେ କେମିତି ରହିବେ । ଆଜି ସେ ତାଙ୍କ ପୁଅମାନଙ୍କ ନାଁରେ ଅଭିଯୋଗ କରିବା ପାଇଁ ଥାନାରେ ପହଞ୍ଚିଛନ୍ତି । ଆଜି ଏଭଳି ନିଷ୍ଠୁର ପୁଅମାନଙ୍କ ନାଁରେ ଅଭିଯୋଗ ଗ୍ରହଣ କରି ପୋଲିସ ଏମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ।